ସାର୍ବଜନୀନ କରାଯାଉ ବିଜେଡିର ନିର୍ବାଚନୀ ଖର୍ଚ୍ଚ: ଦାବି କଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର: ବିଜେଡି ବ୍ୟାଙ୍କ୍ ଖାତାରେ ହୋଇଥିବା ସବୁ ନେଣଦେଣକୁ ସାର୍ବଜନୀନ କରାଯାଉ। ଏହାଛଡ଼ା ଦଳକୁ ଆସିଥିବା ଟଙ୍କାର ବିଭିନ୍ନ ଉତ୍ସ ସମ୍ପର୍କରେ ମଧ୍ୟ ବିଜେଡି ସ୍ପଷ୍ଟ କରୁ ବୋଲି ଦାବି କରିଛି ଭାରତୀୟ ଜନତା ପାର୍ଟି। ୨୦୧୪ରେ ନିର୍ବାଚନୀ ଖର୍ଚ୍ଚ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଘୋଟାଲା ଅଭିଯୋଗ ଆସିବା ପରେ ଆଜି ଏଭଳି ଦାବି ରଖିଛି ବିଜେପି। ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି-“ମୁଖ୍ୟମନ୍ତ୍ରୀ […]

vlcsnap-2017-07-22-14h55m48s903-720x430

vlcsnap-2017-07-22-14h55m48s903-720x430

Rakesh Mallick
  • Published: Saturday, 22 July 2017
  • Updated: 22 July 2017, 04:15 PM IST

Sports

Latest News

ଭୁବନେଶ୍ୱର: ବିଜେଡି ବ୍ୟାଙ୍କ୍ ଖାତାରେ ହୋଇଥିବା ସବୁ ନେଣଦେଣକୁ ସାର୍ବଜନୀନ କରାଯାଉ। ଏହାଛଡ଼ା ଦଳକୁ ଆସିଥିବା ଟଙ୍କାର ବିଭିନ୍ନ ଉତ୍ସ ସମ୍ପର୍କରେ ମଧ୍ୟ ବିଜେଡି ସ୍ପଷ୍ଟ କରୁ ବୋଲି ଦାବି କରିଛି ଭାରତୀୟ ଜନତା ପାର୍ଟି। ୨୦୧୪ରେ ନିର୍ବାଚନୀ ଖର୍ଚ୍ଚ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଘୋଟାଲା ଅଭିଯୋଗ ଆସିବା ପରେ ଆଜି ଏଭଳି ଦାବି ରଖିଛି ବିଜେପି।

ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି-“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିଗ୍ରସ୍ତ। ଦୁର୍ନୀତି ମୁକ୍ତ ବୋଲି ଯେଉଁ ସଫେଇ ଦେଉଛନ୍ତି ତାହା କେବଳ ଡ୍ରାମା ଓ ସୁଆଙ୍ଗ। ଆମେ ଆଗରୁ ଏହି ଦୁର୍ନୀତି ନେଇ ପ୍ରଶ୍ନ ଉଠାଇଥିଲୁ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଘୋଟାକୁ ନେଇ ବିଜେପି ED, EC ଓ ITର ଦ୍ୱାରସ୍ଥ ହେବ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି-“ବିଜେଡି ବିରୋଧରେ ଏକ ଜାତୀୟ ଗଣମାଧ୍ୟମରେ ଯାହା ପ୍ରକାଶ ପାଇଛି ସେ ସମ୍ପର୍କରେ ୨୦୧୬ ମେ’ ମାସରେ ମୁଁ ତଥ୍ୟ ଉପସ୍ଥାପନ କରିଥିଲି। ଏହାଛଡ଼ା ପ୍ରମାଣିତ ମଧ୍ୟ କରିଥିଲି ଯେ, ବିଜେଡି ଦୁର୍ନୀତିଗ୍ରସ୍ତ। ସେତେବେଳେ ସରକାରୀ ଦଳ ପକ୍ଷରୁ ମୋର ଇସ୍ତଫା ଦାବି ସହିତ ବିଧାନସଭାରେ କହିବାକୁ ଦିଆଯାଇ ନଥିଲା। ୩ରୁ ୪ ଦିନ ଧରି ବିଧାନସଭା ବନ୍ଦ ରଖା ଯାଇଥିଲା। ମୋର କୁଶ ପୁତ୍ତଳିକା ଦାହ କରାଯାଇଥିଲା। ତେବେ ମୁଁ ପ୍ରଶ୍ନ କରୁଛି, ସେହି ଜାତୀୟ ଗଣମାଧ୍ୟମକୁ ସେହି ସମୟରେ ସେମାନେ କଣ କରୁଥିଲେ? ଯାହା ବି ହେଉନା କାହିଁକି, ଡେରିରେ ହେଲେ ମଧ୍ୟ ଆଜି ପ୍ରମାଣିତ ହୋଇଛି ବିଜେଡି ଏକ ଦୁର୍ନୀତିଗ୍ରସ୍ତ ଦଳ।”

ବିଜେପି ଓ କଂଗ୍ରେସର ଏହି ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ବିଜେଡି ନେତା ସୁବାସ ସିଂହ କହିଛନ୍ତି-“ଔଷଧ ବିକଳରେ ତାଟିଆ କାମୁଡ଼ିଛି ବିଜେପି। ନୂଆପଡ଼ାରେ ତାଙ୍କ ଦଳ ସଫା ହୋଇଯାଇଛି। ଲୋକଙ୍କ ମନରୁ ଏହି ଦୁଃଖକୁ ଭୁଲାଇବା ପାଇଁ ବିଜେପି ଏପରି ଯୋଜନାବଦ୍ଧ ଆୟୋଜନ କରୁଛି। ସେମାନେ ସେଥିରୁ କିଛି ପାଇବେ ନାହିଁ। ବିଜେଡି ତା’ର ସବୁ କାର୍ଯ୍ୟ ସ୍ୱଚ୍ଛ ଭାବେ ପରିଚାଳନା କରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story