ପରାଜୟ ଭୟରେ ବିଜେଡି କରୁଛି ଭାଷା ରାଜନୀତି!
Ordigital Desk
• Published: Wednesday, 27 December 2017
• , Updated: 27 December 2017, 07:29 PM IST
ଓଡ଼ିଆ ଭାଷାର ସୁରକ୍ଷା ପାଇଁ ହୋଇଛି ଅନେକ ଆନ୍ଦୋଳନ। ହେଲେ ରାଜ୍ୟ ସରକାରଙ୍କ ଚେତା ପସିନଥିଲା। ଯେଉଁଠି ଦେଖିବେ ଇଂରାଜୀ ନାମଫଳକ, ପୋଷ୍ଟର ଓ ବ୍ୟାନର ଲାଗିଛି। ଇଂରାଜୀ ଭାଷା ତଳେ ଓଡ଼ିଆରେ ଲେଖା ଯାଇଛି। ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ଥିବା ଦୋକାନ ବଜାରରେ ଏପରି ନାମ ଫଳକ ଲେଖାଯାଇଛି। ଏଥିରୁ ଜଣାପଡ଼ୁଛି ଆମର ଓଡ଼ିଆ ଭାଷା ପ୍ରିତି। ସମାନ ସ୍ଥିତି ଦେଖିବାକୁ ମିଳିଛି ପୁରୀରେ। ଏଠାରେ ସଂସ୍କୃତି ବିଭାଗର କାର୍ଯ୍ୟାଳୟ ଭିତରେ ଥିବା ନାଁ ଫଳକ ଇଂରାଜୀରେ ଲେଖା ଯାଇଛି। ଫାଇଲ ଚାଷ ମଧ୍ୟ ଓଡ଼ିଆ ଅପେକ୍ଷା ଇଂରାଜୀରେ ଅଧିକ ହେଉଛି। ସେହିପରି ସଂସ୍କୃତି ବିଭାଗ ଅଧୀନରେ ଥିବା ପାନ୍ଥନିବାସର ନାଁ ମଧ୍ୟ  ଇଂରାଜୀରେ ଲେଖା ଯାଇଛି। ସହରର ରାସ୍ତା-ଘାଟ ହୋଟେଲ ସବୁଠି ଓଡ଼ିଆ ଭାଷାକୁ ଅବହେଳା କରାଯାଉଥିବା ଦେଖିବାକୁ ମିଳିଛି।
ସରକାରଙ୍କ ଭାଷା ସୁରକ୍ଷାର ଆନ୍ତରିକାତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଟ ବିଜେପି ନେତା ବିଶ୍ୱ ଭୂଷଣ ହରିଚନ୍ଦନ। ସରକାର ପ୍ରତି କ୍ଷେତ୍ରରେ ବିଫଳ ହେବା ପରେ ଲୋକଙ୍କ ଅସନ୍ତୋଷରୁ ରକ୍ଷା ପାଇବା ପାଇଁ ମୁଖ୍ୟମନ୍ତ୍ରୀ ଭାଷାକୁ ଭଲ ପାଇବାର ନାଟକ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ୨୦ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ କାହିଁକି ଓଡ଼ିଆ ଶିଖିପାରିଲେନି ବୋଲି ପ୍ରଶ୍ନ କରିଛନ୍ତି ବିଶ୍ୱଭୂଷଣ।
ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି-“୨୦୦୬ରେ ଉଚ୍ଚଶିକ୍ଷାରୁ ଓଡ଼ିଆ ଭାଷାକୁ ଉଠାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ମୋ ହସ୍ତକ୍ଷେପ ପରେ ପୁଣି ଥରେ ପ୍ରଚଳିତ ହୋଇଥିଲା। ରାଜ୍ୟ ସରକାର ବହୁ ଘୋଷଣା କରୁଛନ୍ତି, ମାତ୍ର କାର୍ଯ୍ୟକାରି କରୁନାହାନ୍ତି। ଇଏ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଶାସକ ହୋଇ ଶାସିତର ଭାଷା ଜାଣିନାହାନ୍ତି।”
ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀ ପତି କହିଛନ୍ତି-“ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯିଏ ଓଡ଼ିଆ ଭାଷାରେ ଜାଣି ନାହାଁନ୍ତି। ଏହା ଦୁର୍ଭାଗ୍ୟର ବିଷୟ। ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।”
ବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି-“ଓଡ଼ିଆ ଭାଷାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଏହାକୁ ସ୍ୱାଗତ କରିବା ଦରକାର। ଯେଉଁ ବ୍ୟକ୍ତି ବିଳମ୍ୱ ନେଇ ଅଭିଯୋଗ ଆଣୁଛନ୍ତି, ୯ ବର୍ଷ ତଳେ ସେ ମଧ୍ୟ ମନ୍ତ୍ରୀ ଥିଲେ। ସେତେବେଳେ ପଦୁଟିଏ ମଧ୍ୟ କହୁନଥିଲେ। ରାଜନୈତିକ ଉଦ୍ଦେଶ୍ୟରେ ଏହାକୁ ବିରୋଧ କରିବା ଉଚିତ ନୁହେଁ।”
ଗତବର୍ଷ ମେ ମାସରେ ମନ୍ତ୍ରୀ ପରିଷଦ ବୈଠକରେ ସରକାରୀ ଦପ୍ତରରେ ଓଡ଼ିଆକୁ ବାଧ୍ୟତା ମୂଳକ କରିବାକୁ ନିଷ୍ପତ୍ତି ହୋଇଥିଲା।  ଏଥିପାଇଁ ୨୦୧୬ ଅଗଷ୍ଟ ୧୫ ସୁଦ୍ଧା ସରକାର ଭାଷା ଆଇନକୁ ସଂଶୋଧନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି କେତେ କାର୍ଯ୍ୟକାରୀ ହେଲା ତାହା ତ ପର କଥା, ତେବେ ଦେଢ ବର୍ଷ ପରେ ପୁଣି ପୁରୁଣା କଥାକୁ ଦୋହରାଇ ଏଥିରେ ଦଣ୍ଡ ବିଧାନ ଯୋଡିଛନ୍ତି ସରକାର।
Related story