ବିଜେପୁରରେ ଦଳୀୟ ସ୍ଥିତିକୁ ନେଇ ବିଜେଡି-କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ୱର: ବିଜେପୁରର ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଉପନିର୍ବାଚନ ପାଇଁ ବିଜେଡି ତାଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି। ହେଳେ ଦୁଇ ବିରୋଧୀ ଦଳ ବିଜେପି ସ କଂଗ୍ରେସ ଏପର୍ଯ୍ୟନ୍ତ ସେମାନଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାଁନ୍ତି। ତେବେ ଏହି ଆସନକୁ ନେଇ ତିନି ଦଳଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଥମିବାର ନାଁ ନେଉନାହିଁ। ପ୍ରାର୍ଥୀ ଓ ଦଳର ସ୍ଥିତିକୁ ନେ ଆଜି ବିଜେଡି ଓ କଂଗ୍ରେସ୍‌ ମଧ୍ୟରେ କଥା କଟାକଟି ହୋଇଛି। […]

Rakesh Mallick
  • Published: Wednesday, 27 September 2017
  • , Updated: 27 September 2017, 10:35 AM IST

ଭୁବନେଶ୍ୱର: ବିଜେପୁରର ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଉପନିର୍ବାଚନ ପାଇଁ ବିଜେଡି ତାଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି। ହେଳେ ଦୁଇ ବିରୋଧୀ ଦଳ ବିଜେପି ସ କଂଗ୍ରେସ ଏପର୍ଯ୍ୟନ୍ତ ସେମାନଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାଁନ୍ତି। ତେବେ ଏହି ଆସନକୁ ନେଇ ତିନି ଦଳଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଥମିବାର ନାଁ ନେଉନାହିଁ। ପ୍ରାର୍ଥୀ ଓ ଦଳର ସ୍ଥିତିକୁ ନେ ଆଜି ବିଜେଡି ଓ କଂଗ୍ରେସ୍‌ ମଧ୍ୟରେ କଥା କଟାକଟି ହୋଇଛି। ବିଜେଡି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଛି।

ସୂର୍ଯ୍ୟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ବିଜେପୁରରେ ତମାମ କଂଗ୍ରେସ-ବିଜେଡି ଗୋଟିଏ। କଂଗ୍ରେସର ସମସ୍ତେ ବିଜେଡିରେ ମିଶିଲେଣି। କଂଗ୍ରେସର ଆଉ ବାଟ ନାହିଁ।”

ସେ ଆହୁରି କହିଛନ୍ତି,“କଂଗ୍ରେସ ଦଳ ରହିବ ନାହିଁ, ଭାଙ୍ଗିଯିବ। ଯିଏ ନବୀନଙ୍କ ନୀତି ନିୟମ ମାନିବ, ତାକୁ ଦଳକୁ ନେଇ ଆସିବୁ।”

ଅନ୍ୟପକ୍ଷରେ ସୂର୍ଯ୍ୟଙ୍କ ମନ୍ତବ୍ୟରେ କଡ଼ା ଜବାବ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି,“ସୂର୍ଯ୍ୟ ଠିକ୍ କଥା କହିଛନ୍ତି। କିନ୍ତୁ ଶବ୍ଦ ଓଲଟା। କଂଗ୍ରେସ ବିଜେଡିରେ ନୁହଁ, ବିଜେଡି କଂଗ୍ରେସରେ ମିଶିଯିବ। ଦୁଇ ତିନିବର୍ଷ ପରେ ବିଜେଡିର ସ୍ଥିତି ରହିବ ନାହିଁ। ତେଣୁ କିଛି ନେତା କଂଗ୍ରେସ ଓ ବିଜେପିରେ ମିଶିବେ।

ସେ ଆହୁରି କହିଛନ୍ତି, “ନବୀନ ଅଛନ୍ତି ବୋଲି ବିଜେଡି ଅଛି। ନବୀନଙ୍କ ଅବସର ପରେ ବିଜେଡି ଆଉ ରହିବ ନାହିଁ।”

 

 

Related story