ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ଅଭିଯୋଗ ମାମଲା: ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ନିର୍ବାଚନ ଖର୍ଚ୍ଚ ଅନିୟମିତତା ଅଭିଯୋଗ। ମାମଲାରେ କେନ୍ଦ୍ର ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି। ଅଭିଯୋଗର ବିଚାର କରିବାକୁ ରାଜ୍ୟ ବିଜେପି ପ୍ରତିନିଧି ଦଳ ଦିଲ୍ଲୀରେ କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି। ଏଥିସହ ବିଧାନସଭାରେ ନବୀନଙ୍କ ସଦସ୍ୟତା ରଦ୍ଦ ପାଇଁ ମଧ୍ୟ ଦାବି କରିଛି ବିଜେପି। ଏହି ପ୍ରତିନିଧି ଦଳରେ ହିଞ୍ଜିଳିର ବିଜେପି ପ୍ରାର୍ଥୀ ହୋଇଥିବା ଦେବାନନ୍ଦ ମହାପାତ୍ର, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିଧାୟକ ରବି ନାଏକ […]

bjp leader of odisha

Rakesh Mallick
  • Published: Thursday, 27 July 2017
  • , Updated: 28 July 2017, 06:40 AM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ନିର୍ବାଚନ ଖର୍ଚ୍ଚ ଅନିୟମିତତା ଅଭିଯୋଗ। ମାମଲାରେ କେନ୍ଦ୍ର ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି। ଅଭିଯୋଗର ବିଚାର କରିବାକୁ ରାଜ୍ୟ ବିଜେପି ପ୍ରତିନିଧି ଦଳ ଦିଲ୍ଲୀରେ କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି। ଏଥିସହ ବିଧାନସଭାରେ ନବୀନଙ୍କ ସଦସ୍ୟତା ରଦ୍ଦ ପାଇଁ ମଧ୍ୟ ଦାବି କରିଛି ବିଜେପି। ଏହି ପ୍ରତିନିଧି ଦଳରେ ହିଞ୍ଜିଳିର ବିଜେପି ପ୍ରାର୍ଥୀ ହୋଇଥିବା ଦେବାନନ୍ଦ ମହାପାତ୍ର, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିଧାୟକ ରବି ନାଏକ ପ୍ରମୁଖ ଯାଇ ନିର୍ବାଚନ କମିଶନଙ୍କୁ ଭେଟିଥିଲେ।

ଏହି ପ୍ରସଙ୍ଗରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ନବୀନ ଓ ବିଜେଡିକୁ ବଦନାମ କରିବାକୁ ବିଜେପି ଷଡଯନ୍ତ୍ର କରିଛି। ସେମାନେ ପ୍ରଥମେ ମିଡିଆକୁ ମାଧ୍ୟମ କଲେ, ସେଥିରେ ବିଫଳ ହେବା ପରେ ନିର୍ବାଚ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର। ଏଥିରେ କିଛି ନୂତନତ୍ତ୍ୱ ନାହିଁ।”

Related story