ସମ୍ୱଲପୁର: ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ନେଇ ସମ୍ବଲପୁରରେ ଜୋର ଧରିଛି ରାଜନୀତି। ମୁଖ୍ୟମନ୍ତ୍ରୀ ଯିବା ପୂର୍ବରୁ ଗତକାଲି ଜିଲ୍ଲାର ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ପୋଲିସ ଗିରଫ କରିଛି। ଜୟନାରାୟଣଙ୍କ ସହ ଅନ୍ୟ ୩୦ ଜଣଙ୍କୁ ଗିରଫ କରାଯାଇଛି। ଗିରଫର ତୀବ୍ର ପ୍ରତିବାଦ କରିଛି ବିଜେପି।
ସେହିଭଳି କଂଗ୍ରେସର ଦୁଇ ଜଣ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।