ବିଜେପି ନଜରରେ ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର: ପାରାଦୀପ ପରେ ପଶ୍ଚିମ ଓଡ଼ିଶାକୁ ଟାର୍ଗେଟ କରିଛି ବିଜେପି। ୨୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବରଗଡ଼ କୃଷକ ସମାବେଶକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇପଡିଛି। ସେହିପରି ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଓ କଳାହାଣ୍ଡି ଗସ୍ତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷେ, କଂଗ୍ରେସ ଏପରି କାର୍ଯ୍ୟକ୍ରମକୁ ନେଇ ଦୁଇ ଦଳ ବିଜେପି ଓ ବିଜେଡିକୁ ସମାଲୋଚନା କରିଛି। ଆସନ୍ତା ୨୧ ତାରିଖରେ ପ୍ରଧାନମନ୍ତ୍ରୀ ବରଗଡ଼ରେ କୃଷକ ସମାବେଶ କରିବେ। ଏଥିପାଇଁ ବିଜେପିର ରାଜ୍ୟ […]

bjp-meeting

bjp-meeting

Rakesh Mallick
  • Published: Tuesday, 09 February 2016
  • Updated: 09 February 2016, 05:53 PM IST

Sports

Latest News

ଭୁବନେଶ୍ୱର: ପାରାଦୀପ ପରେ ପଶ୍ଚିମ ଓଡ଼ିଶାକୁ ଟାର୍ଗେଟ କରିଛି ବିଜେପି। ୨୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବରଗଡ଼ କୃଷକ ସମାବେଶକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇପଡିଛି। ସେହିପରି ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଓ କଳାହାଣ୍ଡି ଗସ୍ତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷେ, କଂଗ୍ରେସ ଏପରି କାର୍ଯ୍ୟକ୍ରମକୁ ନେଇ ଦୁଇ ଦଳ ବିଜେପି ଓ ବିଜେଡିକୁ ସମାଲୋଚନା କରିଛି।bjp-meeting

ଆସନ୍ତା ୨୧ ତାରିଖରେ ପ୍ରଧାନମନ୍ତ୍ରୀ ବରଗଡ଼ରେ କୃଷକ ସମାବେଶ କରିବେ। ଏଥିପାଇଁ ବିଜେପିର ରାଜ୍ୟ ଓ କେନ୍ଦ୍ରୀୟ ନେତାମାନେ ଡେରା ପକାଇ ଜୋରଦାର ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି। ଭଟଲି ଛକ ସର୍କସ ପଡିଆରେ ବିଜେପିର କୃଷକ ସମାବେଶ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଛତିଶଗଡ ବିଧାନସଭାର ବାଚସ୍ପତି ଗୌରୀଶଙ୍କର ଅଗ୍ରୱାଲ ଓ ବିଜେପି ରାଷ୍ଟ୍ରୀୟ ସହ ସମ୍ପାଦକ ସୌଦାନ ସିଂହ ବରଗଡ଼ ଆସି ସମାବେଶ ସ୍ଥଳ ପରିଦର୍ଶନ କରିଛନ୍ତି। ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ଅନ୍ୟ ବରିଷ୍ଠ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସମୀକ୍ଷା କରିଛନ୍ତି। ସମାବେଶ ନେଇ ୧୭ଟି ଜିଲ୍ଲାର ସଭାପତିଙ୍କ ସହ ଆଲୋଚନା କରାଯାଇଛି।

ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି, ଏଠାରେ ଯେଉଁ କୃଷକ ସମାବେଶ ହେବ ଓଡ଼ିଶା ଇତିହାସରେ ବସୁଠାରୁ ବଡ ସଭା ହେବ।

ସେହିପରି ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଦଳୀୟ କାର୍ଯ୍ୟକ୍ରମ ହୋଇ ନ ଥିଲେ ବି ପ୍ରଧାନମନ୍ତ୍ରୀ ବରଗଡ଼ ଆସିବା ପୂର୍ବରୁ ଏହାକୁ କାଉଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ଯାଉଥିବା ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ବଲାଙ୍ଗିରର ଗୁଡଭେଲା ଓ କଳାହାଣ୍ଡିର କେସିଙ୍ଗାରେ କେତେକ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ନବୀନଙ୍କ ଗସ୍ତ ବେଳେ ଦୁଇଟି ଜିଲ୍ଲାର ଚାଷୀଙ୍କୁ ଏକାଠି କରାଯିବ ବୋଲି ଚର୍ଚ୍ଚା ହେଉଛି।bjp-meeting1

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପ୍ରଧାନମନ୍ତ୍ରୀ କୃଷକଙ୍କ ଉନ୍ନତି ପାଇଁ ବହୁ ପଦକ୍ଷେପ ନେଉଛନ୍ତି। ଏହାକୁ ସାଧାରଣ ଜନତାଙ୍କ ପାଖରେ ଉପସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି। ଆମେ ତାଙ୍କୁ ସମ୍ମାନ ଜଣାଇବାକୁ ଏହି ଆୟୋଜନ କରୁଛୁ।

ବିଜେଡି ମୁଖ୍ୟପାତ୍ର ପ୍ରତାପ ଦେବ କହିଛନ୍ତି, ୨୧ତାରିଖ କାର୍ଯ୍ୟକମ ସହ ଏହାକୁ ଲିଙ୍କ କରା ନ ଯାଉ। ଏହି କାର୍ଯ୍ୟକ୍ରମ ବିଜେପିର ଦଳୀୟ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଯାଉଛନ୍ତି।

ଦୁଇ ଦଳର ପଶ୍ଚିମ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ପୁଣି ବରଗଡ଼ ଆସୁଛନ୍ତି କ’ଣ ମିଥ୍ୟା ପ୍ରତିଶ୍ରୁତି ଦେବା ପାଇଁ। ସେହିପରି ନବୀନ ବାବୁ ଚାଷୀ ସମାବେଶ ବରଗଡ଼ରେ କରିଥିଲେ। ପ୍ୟାକେଜ ଘୋଷଣା କଲେ । ୯୦ ଭାଗ ଚାଷୀଙ୍କ ପାଖରେ ସହାୟତା ପହଞ୍ଚି ନାହିଁ। ଜନସାଧାରଣ ଏହାର ଜବାବ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story