ବିସ୍ଫୋରଣରେ ଉଡିଗଲା ଛାତ, ଚାଲିଗଲା ୫ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିସ୍ଫୋରଣରେ ଉଡ଼ିଗଲା ଛାତ। ଗୋଟିଏ ପରିବାର ୪ ଜଣଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ମାତ୍ର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବାଣ ବିସ୍ଫୋରଣ ଯୋଗୁଁ ଏପରି ଅଭାବନୀୟ ଘଟଣା ଘଟିଥିବା ଅନୁମାନ କରାଯାଉଛି। ଏପରି ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ଗାଁରେ ଘଟିଛି। ଆଜି ଭୋର ସମୟରେ ସିକୋ ଗ୍ରାମର ସନାତନ ସେଠୀଙ୍କ ଘରେ ୫ରୁ ୬ଥର ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ […]

nn

Rakesh Mallick
  • Published: Saturday, 19 August 2017
  • , Updated: 19 August 2017, 10:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିସ୍ଫୋରଣରେ ଉଡ଼ିଗଲା ଛାତ। ଗୋଟିଏ ପରିବାର ୪ ଜଣଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ମାତ୍ର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବାଣ ବିସ୍ଫୋରଣ ଯୋଗୁଁ ଏପରି ଅଭାବନୀୟ ଘଟଣା ଘଟିଥିବା ଅନୁମାନ କରାଯାଉଛି। ଏପରି ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ଗାଁରେ ଘଟିଛି।
ଆଜି ଭୋର ସମୟରେ ସିକୋ ଗ୍ରାମର ସନାତନ ସେଠୀଙ୍କ ଘରେ ୫ରୁ ୬ଥର ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପଡ଼ୋଶୀଙ୍କ ନିଦ ଭାଙ୍ଗି ଯାଇଥିଲା। ବିସ୍ଫୋରଣରେ ଧ୍ୱସ୍ତ ହୋଇଯାଇଥିଲା ସନାତନଙ୍କ ପକ୍କାଘର। ପଡୋଶୀଙ୍କ ଘର ଉପରେ ଗଳି ପଡ଼ିଥିଲା କାନ୍ଥ। ଛାତ ତଳେ ଚାପି ହୋଇଥିଲେ ସନାତନଙ୍କ ପତ୍ନୀ, ୩ ଝିଅ ଓ ୭୦ ବର୍ଷିୟା ପଡୋଶୀ ଦୂତୀ ସେଠୀ। ଖବର ପାଇ ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଆରମ୍ଭ କରିଥିଲା। ଦୀର୍ଘ ୮ଘଣ୍ଟାର ଅପରେସନ୍ ପରେ ଧ୍ୱଂସର ସ୍ତୁପ ତଳୁ ଉଦ୍ଧାର କରାଯାଇଥିଲା ୫ଟି ମୃତଦେହ। ତେବେ ବିସ୍ଫୋରଣରେ ସନାତନଙ୍କ ଅନ୍ୟ ଜଣେ ଝିଅ ସହ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ବିସ୍ଫୋରଣରେ ମୃତ୍ୟୁର ତନାଘନା ଆରମ୍ଭ କରିଛି ସାଇଣ୍ଟିଫିକ୍ ଟିମ୍। ଘଟଣାସ୍ଥଳରୁ କିଛି ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ବେଳେ ବାରୁଦ ଗନ୍ଧ ବାହାରୁଛି। ପ୍ରାଥମିକ ତଦନ୍ତରୁ ବାଣ ତିଆରି ପାଇଁ ରଖାଯାଇଥିବା ବାରୁଦ ହିଁ ବିସ୍ଫୋରଣର କାରଣ ବୋଲି ଆଶଙ୍କା କରାଯାଉଛି। ଯଦି ବାଣ ତିଆରି ପାଇଁ ଉଦ୍ଦିଷ୍ଟ ବାରୁଦ ଥିଲା, ତେବେ ସନାତନ ଲୁଚାଛପାରେ ଏହି କାରବାର କରୁଥିଲେ କି? ଚାରିପାଖେ ଘର ଥିବାରୁ ପାଖପଡ଼ୋଶୀ ଏ ସମ୍ପର୍କରେ ଜାଣିପାରିଲେ ନାହିଁ କିପରି?

Related story