ବ୍ଲୁ ହ୍ୱେଲ୍‌ ଇଫେକ୍ଟ: ପେଟ କାଟିବାକୁ ଉଦ୍ୟମ କଲା ବେଳେ ଯୁବକ ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ବ୍ଲୁ ହ୍ୱେଲ୍‌ ଆତଙ୍କ। ମଙ୍ଗଳପୁର ଗାଁରେ ଜଣେ ଯୁବକ ବ୍ଲୁ ହ୍ୱେଲ୍‌ ଗେମ୍‌ ଖେଳି ମାନସିକ ଅବସାଦର ଶିକାର ହୋଇଥିବା ଜଣାପଡ଼ିଛି। ଗେମ୍‌ ଖେଳି ଯୁବକ ଜଣକ କିଛି ରାସାୟନିକ ପଦାର୍ଥ ପିଇ ଦେଇଥିଲେ। ପରେ ପନିକିରେ ନିଜ ପେଟ କାଟିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ତାଙ୍କ ଘର ଲୋକେ ଦେଖି ନେଇଥିଲେ। ତା’ପରେ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ବ୍ଲୁ ହ୍ୱେଲ୍‌ ଗେମ୍ ଖେଳିବା ଯୋଗୁଁ ଯୁବକଙ୍କ ଏଭଳି ଅବସ୍ଥା ହୋଇଥିବା […]

Rakesh Mallick
  • Published: Sunday, 10 September 2017
  • , Updated: 10 September 2017, 10:02 AM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ବ୍ଲୁ ହ୍ୱେଲ୍‌ ଆତଙ୍କ। ମଙ୍ଗଳପୁର ଗାଁରେ ଜଣେ ଯୁବକ ବ୍ଲୁ ହ୍ୱେଲ୍‌ ଗେମ୍‌ ଖେଳି ମାନସିକ ଅବସାଦର ଶିକାର ହୋଇଥିବା ଜଣାପଡ଼ିଛି। ଗେମ୍‌ ଖେଳି ଯୁବକ ଜଣକ କିଛି ରାସାୟନିକ ପଦାର୍ଥ ପିଇ ଦେଇଥିଲେ। ପରେ ପନିକିରେ ନିଜ ପେଟ କାଟିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ତାଙ୍କ ଘର ଲୋକେ ଦେଖି ନେଇଥିଲେ। ତା’ପରେ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ।

ବ୍ଲୁ ହ୍ୱେଲ୍‌ ଗେମ୍ ଖେଳିବା ଯୋଗୁଁ ଯୁବକଙ୍କ ଏଭଳି ଅବସ୍ଥା ହୋଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବର୍ତ୍ତମାନ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ଯୁବକ ଜଣକ ଗେମ୍‌ର କେତେ ସୋପାନ ଖେଳିଥିଲେ ତାହା ଅସ୍ପଷ୍ଟ ରହିଛି। ପୋଲିସ ମାମାଲାର ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ- ବ୍ଲୁ ହ୍ୱେଲ୍‌ ଗେମ୍‌ ଖେଳୁଥିବା ଛାତ୍ରଙ୍କୁ ଉଦ୍ଧାର କଲା ପୋଲିସ

Related story