ଛତୁଆ ଦୁର୍ନୀତି ମାମଲା: ସାବିତ୍ରୀ ଗ୍ରୁପ୍‌ରୁ ଦାୟିତ୍ୱ କାଢ଼ି ନେଲେ ଜିଲ୍ଲାପାଳ

ବଲାଙ୍ଗିର: ବହୁ ଚର୍ଚ୍ଚିତ ବଲାଙ୍ଗିର ଛତୁଆ ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ। ଛତୁଆ ପ୍ରସ୍ତୁତି ଓ ଯୋଗାଣ କରୁଥିବା ସିଆଲବାହାଲି ଗାଁର ମା ସାବିତ୍ରୀ ଗ୍ରୁପକୁ ଛତୁଆ ପ୍ରସ୍ତୁତି ଓ ଯୋଗାଣ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଜିଲ୍ଲାପାଳ  ନିର୍ଦ୍ଦେଶ ଦେଇଛନ୍ତି। ଏହି ସହାୟକ ଗୋଷ୍ଠୀ ଛତୁଆ ପ୍ରସ୍ତୁତି ଓ ଯୋଗାଣରେ ବ୍ୟାପକ ଅର୍ଥ ହେରଫେର କରିଥିବା ନେଇ ତଦନ୍ତ ମଧ୍ୟ ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ବଲାଙ୍ଗିରରେ ଛତୁଆ ଦୁର୍ନୀତି ନେଇ ପ୍ରଥମେ […]

bolangir

Rakesh Mallick
  • Published: Thursday, 13 July 2017
  • , Updated: 13 July 2017, 02:32 PM IST

ବଲାଙ୍ଗିର: ବହୁ ଚର୍ଚ୍ଚିତ ବଲାଙ୍ଗିର ଛତୁଆ ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ। ଛତୁଆ ପ୍ରସ୍ତୁତି ଓ ଯୋଗାଣ କରୁଥିବା ସିଆଲବାହାଲି ଗାଁର ମା ସାବିତ୍ରୀ ଗ୍ରୁପକୁ ଛତୁଆ ପ୍ରସ୍ତୁତି ଓ ଯୋଗାଣ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଜିଲ୍ଲାପାଳ  ନିର୍ଦ୍ଦେଶ ଦେଇଛନ୍ତି। ଏହି ସହାୟକ ଗୋଷ୍ଠୀ ଛତୁଆ ପ୍ରସ୍ତୁତି ଓ ଯୋଗାଣରେ ବ୍ୟାପକ ଅର୍ଥ ହେରଫେର କରିଥିବା ନେଇ ତଦନ୍ତ ମଧ୍ୟ ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।

ବଲାଙ୍ଗିରରେ ଛତୁଆ ଦୁର୍ନୀତି ନେଇ ପ୍ରଥମେ ଘରୋଇ ଟେଲିଭିଜନ ଚ୍ୟାନେଲ୍ ଓଟିଭିରେ ଖବର ପ୍ରକାଶ ପାଇଥିଲା। ୨୦୧୧ରୁ ୧୫ ମସିହା ପର୍ଯ୍ୟନ୍ତ କାଗଜ କଲମରେ ଛତୁଆ ଯୋଗାଣ ହୋଇଥିବା ନେଇ ଓଟିଭିରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା। ନକଲି ବିଲରେ ୧ କୋଟି ୪୩ ଲକ୍ଷ ୯୧ ହଜାର ୭୫୦ ଟଙ୍କା ଉଠିଥିବା ନେଇ ଅଭିଯୋଗ ହୋଇଥିଲା। ଖବର ପ୍ରସାରଣ ପରେ ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ କରାଯାଇଥିଲ।

ସୂଚନାଯୋଗ୍ୟ, ଗତ ଜୁନ୍ ୩୦ ତାରିଖରେ ଛତୁଆ ଦୁର୍ନୀତି ମାମଲାରେ ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରକାଶ ପାଇଥିଲା। ଉପଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରୁ ଆର୍ଥିକ ଅନିୟମିତତା ହୋଇଥିବା ନେଇ ରିପୋର୍ଟ ଆସିଥିଲା।

Related story