ବମିଖାଲ ଟ୍ରାଜେଡି: ସଂସ୍ଥାର ଦୁଇ ନିର୍ଦ୍ଦେଶକଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବମିଖାଲ ଫ୍ଲାଇଓଭର ଭୁଶୁଡ଼ିବା ଘଟଣାରେ କମିଶନରେଟ୍‌ ପୋଲିସ ଆଜି ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟର ଦୁଇ ନିର୍ଦ୍ଦେଶକଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଛି। ସେହି ଦୁଇ ନିର୍ଦ୍ଦେଶକ ହେଲେ ସୁଜାତା ପଣ୍ଡା ଓ ସନ୍ତୋଷ ପଣ୍ଡା। ପୂର୍ବରୁ ଅନ୍ୟତମ ନିର୍ଦ୍ଦେଶକ ପ୍ରତାପ ପଣ୍ଡାଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି। ଗତ ୧୦ ତାରିଖରେ ବମିଖାଲ ଫ୍ଲାଇଓଭର ଭୁଶୁଡ଼ି ପଡ଼ିଥିଲେ। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା […]

Rakesh Mallick
  • Published: Wednesday, 13 September 2017
  • Updated: 13 September 2017, 06:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବମିଖାଲ ଫ୍ଲାଇଓଭର ଭୁଶୁଡ଼ିବା ଘଟଣାରେ କମିଶନରେଟ୍‌ ପୋଲିସ ଆଜି ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟର ଦୁଇ ନିର୍ଦ୍ଦେଶକଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଛି। ସେହି ଦୁଇ ନିର୍ଦ୍ଦେଶକ ହେଲେ ସୁଜାତା ପଣ୍ଡା ଓ ସନ୍ତୋଷ ପଣ୍ଡା। ପୂର୍ବରୁ ଅନ୍ୟତମ ନିର୍ଦ୍ଦେଶକ ପ୍ରତାପ ପଣ୍ଡାଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି।

ଗତ ୧୦ ତାରିଖରେ ବମିଖାଲ ଫ୍ଲାଇଓଭର ଭୁଶୁଡ଼ି ପଡ଼ିଥିଲେ। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଆରୋପ ଓ ପ୍ରତ୍ୟାରୋପ ରାଜନୀତି ମଧ୍ୟ ହୋଇଥିଲା। ଏପରିକି ବିଧାନସଭାରେ ବିରୋଧୀମାନେ ହଟ୍‌ଗୋଳ କରିଥିଲେ।

ଅଧିକ ପଢ଼ନ୍ତୁ: ବମିଖାଲ ଓଭରବ୍ରିଜ୍‌ ଭୁଶୁଡିବା ଘଟଣା: ବିରୋଧୀଙ୍କ ଟାର୍ଗେଟ୍‌ରେ ମୁଖ୍ୟମନ୍ତ୍ରୀ

ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର ବମିଖାଲ ଫ୍ଲାଇ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ବ୍ରିଜ୍ ନିର୍ମାଣ କରୁଥିବା ପଣ୍ଡା ଇନଫ୍ରା ନାଁରେ ପୂର୍ବରୁ ଅଭିଯୋଗ ଥିବା ସତ୍ତ୍ୱେ କେଉଁ ଆଧାରରେ କାମ ଦିଆଗଲା ବୋଲି ଆବେଦନକାରୀ ସାମାଜିକ କର୍ମୀ ସୁରେନ୍ଦ୍ର ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ପୂର୍ତ୍ତ ସଚିବ, ପୂର୍ତ୍ତ ବିଭାଗର ସୁପରିଟେଣ୍ଡ୍ ଇଞ୍ଜିନିୟର, ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ସେହିଭଳି ପଣ୍ଡା ଇନଫ୍ରା ପକ୍ଷରୁ ସୁଜାତା ପଣ୍ଡା ଓ ସନ୍ତୋଷ ପରିଡ଼ାକୁ ମଧ୍ୟ ପକ୍ଷ କରାଯାଇଛି। ପଣ୍ଡା ଇନଫ୍ରାକୁ ସରକାରୀ ଅଧିକାରୀ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ଆବେଦନରେ ଦର୍ଶାଯାଇଥିବା ବେଳେ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରିବାକୁ ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଛନ୍ତି। ସେହିଭଳି କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଓ ଠିକାଦାରୀ ସଂସ୍ଥାର ଲାଇସେନ୍ସ ରଦ୍ଦ ପାଇଁ ମଧ୍ୟ ଆବେଦନରେ ପ୍ରାର୍ଥନା କରାଯାଇଛି।

ଅଧିକ ପଢ଼ନ୍ତୁ: ବମିଖାଲ ପରି ଆଉ ୪ଟି ସ୍ଥାନରେ ଏମିତି ଚାଲିଛି ଓଭରବ୍ରିଜ୍‌, କାମ ମାନକୁ ନେଇ ଉଠିଲା ପ୍ରଶ୍ନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story