କାର ସହ ଜଳି ଗଲେ ଡ୍ରାଇଭର

ଝାରସୁଗୁଡ଼ା: ଝାରସୁଗୁଡା-ବ୍ରଜରାଜନଗର ମୁଖ୍ୟରାସ୍ତାର ଇବନଦୀ ନିକଟ କଣ୍ଟାପାଲିରେ ଆଜି ରାତିରେ ବସ ଓ କାର ମଧ୍ୟରେ ଧକ୍କା ହୋଇଛି। ଫଳରେ କାର୍‌ରେ ନିଆଁ ଲାଗି ଯିବାରୁ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ଦୁର୍ଘଟଣା ପରେ ବସଟି ରାସ୍ତା ପାର୍ଶ୍ୱକୁ ଖସି ପଡିଥିଲା। ମାତ୍ର ବସରେ ବସିଥିବା କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାରରେ ଲାଗିଥିବା ନିଆଁକୁ ଲିଭାଇଥିଲା।