ମାର୍କେଟ୍‌ କମ୍ପଲେକ୍ସରେ ଲାଗିଗଲା ନିଆଁ

ଭୁବନେଶ୍ୱର: ମାର୍କେଟ୍‌ କମ୍ପଲେକ୍ସରେ ଲାଗିଲା ନିଆଁ। ଭୁବନେଶ୍ୱରର ରବି ଟକିଜ୍‌ ଅଞ୍ଚଳରେ ଥିବା ଏକ ଦୁଇ ମହଲା ମାର୍କେଟ୍‌ କମ୍ପଲେକ୍ସରେ ଘଟିଛି ଏହି ଅଗ୍ନିକାଣ୍ଡ। କୋଠାର ଉପର ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା  ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି,“ରବି ଟକିଜ୍‌ ଛକରେ ଥିବା ଏକ ମାର୍କେଟ୍‌ କମ୍ପଲେକ୍ସର ଏକ କମ୍ପ୍ୟୁଟର ଦୋକାନରେ ନିଆଁ ଲାଗିଥିଲା। ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଆମେ ସନ୍ଦେହ କରୁଛୁ। ତେବେ ନିଆଁ କ’ଣ ପାଇଁ ଲାଗିଲା ଏନେଇ ଅନୁସନ୍ଧାନ କରାଯାଉଛି। ପ୍ରାୟ ଦୁଇଟି ଦୋକାନରେ ନିଆଁ  ଲାଗିଥିଲା। ଧୂଆଁ ଅଧିକ ଥିବାରୁ ସେଠାରେ ପଶି ନିଆଁ ଲିଭାଇବା କଷ୍ଟକର ହୋଇଥିଲା। ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା।”