ରାଜ୍ୟ କ୍ୟାବିନେଟ୍ ବୈଠକରେ ୮ଟି ପ୍ରସ୍ତାବକୁ ମଂଜୁରୀ: କଳାହାଣ୍ଡି ସର୍ଦ୍ଦାର ରାଜା ମେଡିକାଲ୍ କଲେଜର ପୁନରୁଦ୍ଧାର କରାଯିବ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ସ୍ଥିତ ସର୍ଦ୍ଦାର ରାଜା ମେଡିକାଲ୍ କଲେଜର ପୁନରୁଦ୍ଧାର କରାଯିବାକୁ ନିଷ୍ପତ୍ତି ହୋଇଛି। ମେଡିକାଲ କଲେଜ ପାଇଁ ପୂର୍ବରୁ ହୋଇଥିବା ଏମ୍ଓୟୁ ରଦ୍ଦ ହୋଇଛି। କଲେଜ ପରିଚାଳନା ପାଇଁ ନୂଆ ସଂସ୍ଥା ସହ ଏମ୍ଓୟୁ ହେବ। ମେଡିକାଲ କଲେଜରେ ପଢୁଥିବା ସମସ୍ତ ୧୨୪ଜଣ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱରସ୍ଥିତ ଘରୋଇ ମେଡିକାଲ୍ […]

cabinet

Rakesh Mallick
  • Published: Wednesday, 30 September 2015
  • , Updated: 30 September 2015, 10:36 AM IST

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ସ୍ଥିତ ସର୍ଦ୍ଦାର ରାଜା ମେଡିକାଲ୍ କଲେଜର ପୁନରୁଦ୍ଧାର କରାଯିବାକୁ ନିଷ୍ପତ୍ତି ହୋଇଛି। ମେଡିକାଲ କଲେଜ ପାଇଁ ପୂର୍ବରୁ ହୋଇଥିବା ଏମ୍ଓୟୁ ରଦ୍ଦ ହୋଇଛି। କଲେଜ ପରିଚାଳନା ପାଇଁ ନୂଆ ସଂସ୍ଥା ସହ ଏମ୍ଓୟୁ ହେବ। ମେଡିକାଲ କଲେଜରେ ପଢୁଥିବା ସମସ୍ତ ୧୨୪ଜଣ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱରସ୍ଥିତ ଘରୋଇ ମେଡିକାଲ୍ କଲେଜରେ ପଢିବା ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ଘରୋଇ ମେଡିକାଲ କଲେଜ ମ୍ୟାନେଜମେଣ୍ଟ ସହ ଆଲୋଚନା କରାଯାଇଛି। କ୍ୟାବିନେଟ୍ ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଏହି ସୂଚନା ଦେଇଛନ୍ତି।

ସେହିପରି କ୍ୟାବିନେଟ୍ ବୈଠକରେ ଖରିଫ ଋତୁ ପାଇଁ ଫୁଡ୍ ଆଣ୍ଡ ପ୍ରୋକ୍ୟୁରମେଣ୍ଟ ପଲିସି ପ୍ରସ୍ତାବକୁ ମଂଜୁରୀ ମିଳିଛି। କ୍ୟାବିନେଟ୍ ନିଷ୍ପତ୍ତି ପ୍ରକାରେ ଅନଲାଇନ୍ ପେମେଣ୍ଟ୍ ୧୬୦ଟି ବ୍ଲକକୁ ବୃଦ୍ଧି କରାଯିବ। ଅନ୍ୟ ବ୍ଲକଗୁଡ଼ିକ ପଇଁ ଚେକ୍ ମାଧ୍ୟମରେ ପେମେଣ୍ଟ ହେବ। ଜିଲ୍ଲାସ୍ତରୀୟ ପ୍ରୋକ୍ୟୋରମେଣ୍ଟ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ଆଇଏଫଏଡି ସହାୟତାରେ ଓପିଇଏଲ୍ଆଇପି କାର୍ଯ୍ୟକାରିତାକୁ ମଂଜୁରୀ ମିଳିଛି। ଆଦିବାସୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ସ୍କୁଲ ଶିକ୍ଷକଙ୍କ କ୍ୟାଡର ସଂଶୋଧନ କରାଯିବ। ସେମାନଙ୍କୁ ଗଣଶିକ୍ଷା ବିଭାଗ ଶିକ୍ଷକଙ୍କ ଯୋଗ୍ୟତା ସହିତ ସମତୁଳ କରାଯାଇଛି।

କ୍ୟାବିନେଟ ବୈଠକରେ ଇଲେକ୍ଟ୍ରିସିଟି ଡ୍ୟୁଟି ଆକ୍ଟ ୧୯୬୧ରେ ସଂଶୋଧନ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ଏହି ନିଷ୍ପତ୍ତି ପ୍ରକାରେ ଏଣିକି ୫୦ କେଭି କ୍ଷମତା ପର୍ଯ୍ୟନ୍ତ ଜେନେରେଟର୍ ରଖିଲେ ଟାକ୍ସ ଛାଡ଼ ହେବ। ପୂର୍ବରୁ ୧୦କେଭି ପର୍ଯ୍ୟନ୍ତ ଜେନେରେଟର୍ ପାଇଁ ଟିକସ ଛାଡ଼ ଥିଲା। ସେହିଭଳି କୃଷି କ୍ଷେତ୍ରରେ ଶୁଳ୍କ ହାର ଅପରିବର୍ତ୍ତିତ ରହିଛି। ତେବେ ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିଦ୍ୟୁତ୍ ଶୁଳ୍କ ହାରକୁ ୪ ରୁ ୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ସେହିପରି ଶିଳ୍ପ କ୍ଷେତ୍ରରେ ବିଦ୍ୟୁତ୍ ଶୁଳ୍କକୁ ୧% ବୃଦ୍ଧି କରାଯାଇଛି। ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନକାରୀଙ୍କ ଶୁଳ୍କ ୟୁନିଟ୍ ପିଛା ୩୦ ପଇସାକୁ ବୃଦ୍ଧି କରାଯାଇଛି।

Related story