ରାସ୍ତାରେ ଜଳିଲା କାର୍‌: ଜୀବନ୍ତ ଦଗ୍ଧ ହେଲେ ଡ୍ରାଇଭର, ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରିଯିବ

ଲଖନପୁର: ବିଚ୍‌ ରାସ୍ତାରେ ଜଳି ଗଲା କାର୍‌। କାର ଭିତରେ ଜଳିଗଲେ ଚାଳକ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବେଲପାହା ଥାନା ଅଞ୍ଚଳରେ। ଯାହା ଆପଣଙ୍କ ଛାତିକୁ ଥରାଇଦେବ।  କାର ଚେସିସ୍‌ ପଥରେ ବାଡେଇ ହେବାରୁ କାର୍‌ଟି ଜଳି ଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ମୃତକ ହେଉଛନ୍ତି ପ୍ରମୋଦ ଅଗ୍ରୱାଲ। ସେ ଜଣେ ଏ-କ୍ଲାସ୍‌ କଣ୍ଟ୍ରାକ୍ଟର। ତାଙ୍କ ଘର ବେଲପାହାଡ଼ର ବୋଲି ଜଣାପଡ଼ିଛି।

ଆଜି ସନ୍ଧ୍ୟାରେ କଟୁଯୋର-ପିପିଲିମାଳ ରାସ୍ତାରେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକେ କାର୍‌ ଜଳୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ।