ସିବିଏସ୍‌ଏଇ ଢାଞ୍ଚାରେ ହେବ ଯୁକ୍ତ ଦୁଇ ପାଠପଢା: ମିଳୁନି ସିଲାବସ୍‌ ଓ ପାଠ୍ୟପୁସ୍ତକ, ଚିନ୍ତାରେ ଛାତ୍ରଛାତ୍ରୀ                      

ଭୁବନେଶ୍ୱର: ଚଳିତ ବର୍ଷରୁ ସିବିଏସ୍‌ଆଇ ଢାଞ୍ଚାରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ହେଲେ ଏଯାଏଁ ବଜାରକୁ ଆସିନି ନୂଆ ବହି। ଯୁକ୍ତ ଦୁଇ ପାଠ୍ୟକ୍ରମରେ ନବକଳେବର ହେବା ପରେ ଛାତ୍ରଛାତ୍ରୀଙ୍କ ମନରେ ଆଶଙ୍କା ଦେଖାଦେଇଛି। ନୂଆ ସିଲାବସ୍‌ ଓ ନୂଆ ବହି ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗ ହେବ କି ନାହିଁ ଏହାକୁ ନେଇ ସନ୍ଦେହ ଉପୁଜିଛି। ଅନ୍ୟପକ୍ଷରେ ଏଯାଏଁ ବଜାରକୁ ନୂଆ ବହି ଆସି ନ ଥିବାରୁ ଆଗୁଆ ପଢିବାକୁ ଥିବା ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ […]

plus2 student

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 06:18 PM IST

ଭୁବନେଶ୍ୱର: ଚଳିତ ବର୍ଷରୁ ସିବିଏସ୍‌ଆଇ ଢାଞ୍ଚାରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ହେଲେ ଏଯାଏଁ ବଜାରକୁ ଆସିନି ନୂଆ ବହି। ଯୁକ୍ତ ଦୁଇ ପାଠ୍ୟକ୍ରମରେ ନବକଳେବର ହେବା ପରେ ଛାତ୍ରଛାତ୍ରୀଙ୍କ ମନରେ ଆଶଙ୍କା ଦେଖାଦେଇଛି। ନୂଆ ସିଲାବସ୍‌ ଓ ନୂଆ ବହି ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗ ହେବ କି ନାହିଁ ଏହାକୁ ନେଇ ସନ୍ଦେହ ଉପୁଜିଛି। ଅନ୍ୟପକ୍ଷରେ ଏଯାଏଁ ବଜାରକୁ ନୂଆ ବହି ଆସି ନ ଥିବାରୁ ଆଗୁଆ ପଢିବାକୁ ଥିବା ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏନେଇ ଜଣେ ଛାତ୍ରୀ ସୋନାଲୀ ଶୁଭଦର୍ଶନୀ କହିଛନ୍ତି,“ଚଳିତ ବର୍ଷଠାରୁ ସିବିଏସ୍‌ଇ ଢାଞ୍ଚାରେ ପାଠପଢା ଯିବ। କିନ୍ତୁ ଏପର୍ଯ୍ୟନ୍ତ ସିଲାବସ୍‌ ଓ ନୂଆବହି ଆସିନାହିଁ। ଏନେଇ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏଥିଯୋଗୁଁ ଆମକୁ ବହୁ ଅସୁବିଧା ହେଉଛି। ବୋର୍ଡ ପରୀକ୍ଷା ଶେଷ ହେଉ ହେଉ ଆମେ ଯୁକ୍ତ ଦୁଇ ପାଇଁ ପ୍ରସ୍ତୁତି କରି ଦେଉଥାଉ। କିନ୍ତୁ ନୂଆ ସିଲାବସ୍‌ ଓ ବହି ନ ଆସିବା ଯୋଗୁଁ ପାଠପଢାରେ ଅସୁବିଧା ହେଉଛି।”

ଶିକ୍ଷାବିତ୍‌ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି,“ଚଳିତ ବର୍ଷଠାରୁ ସିବିଏସ୍‌ଇ ଢାଞ୍ଚାରେ ପାଠପଢା ଯିବା ନିଷ୍ପତ୍ତି ହେବା ପରେ ସରକାର ସିଲାବସ୍‌ ଓ ନୂଆ ବହି ପ୍ରସ୍ତୁତ କରିଥିବା କଥା। କିନ୍ତୁ ଏପର୍ଯ୍ୟନ୍ତ କରି ନାହାନ୍ତି। ବହିକୁ ଆଶ୍ରା କରି ପିଲାମାନେ ପାଠପଢିବେ। ଏଥିପାଇଁ ଆଡ୍‌ମିଶନ ପକ୍ରିୟା ଆରମ୍ଭ ହୋଇଗଲାଣି। କିନ୍ତୁ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଏପର୍ଯ୍ୟନ୍ତ ବହି ଓ ସିଲାବସ୍‌ ପହଞ୍ଚି ନାହିଁ । ଯଦି ଏହା ଖୁବ ଶୀଘ୍ର ନ ପହଞ୍ଚେ ତେବେ ଅସୁବିଧା ହେବ। ଶିକ୍ଷକମାନେ ସିଲାବସ୍‌ ଓ ବହିକୁ ଦେଖି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବେ। ଶିକ୍ଷକ ବହୁତ କିଛି ଜାଣିଥିଲେ ମଧ୍ୟ ପାଠ୍ୟପୁସ୍ତକ ଆଧାରରେ ପାଠାଇବେ।”

ଓଡ଼ିଶା ଟେକ୍‌ଷ୍ଟ ବୁକ୍‌ ଅଫ୍‌ ବ୍ୟୁରୋ ନିର୍ଦ୍ଦେଶିକା ଗୀତିକା ପଟ୍ଟନାୟକ କହିଛନ୍ତି,“ସିବିଏସ୍‌ଇ ଢାଞ୍ଚାରେ ସରକାରଙ୍କ ପାଠପଢା ଯିବା ନିଷ୍ପତ୍ତି ପରେ ସବୁ ବିଷୟରେ ଆମେ ବହି ଲେଖା କାମ ଆରମ୍ଭ କରି ଦେଉଛୁ। ଜୁନ୍‌ ୧୫ ସୁଦ୍ଧା ଏହି କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଆସିଯିବ। ଜୁନ୍ ୩୦ ସୁଦ୍ଧା ସବୁ ବହି ଛାତ୍ରଛାତ୍ରୀଙ୍କ ପାଁ ଉପଲବ୍ଧ ହେବ। ପିଲାମାନଙ୍କ ପାଖରେ ଖୁବ୍‌ ଶୀଘ୍ର ଏହି ପାଠ୍ୟପୁସ୍ତକ ପହଞ୍ଚିଯିବ ତେଣୁ କିଛି ଅସୁବିଧା ହେବ ନାହିଁ। ଏହାସହ ପ୍ରସ୍ତୁତ ହୋଇଥିବା ବହିର ପଛପଟେ ସିଲାବସ୍‌ ଓ ପ୍ରଶ୍ନପତ୍ର ମଧ୍ୟ ଦେଇଛୁ। ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କର କୌଣସି ଅସୁବିଧା ହେବ ନାହିଁ।”

ସୂଚନାଯୋଗ୍ୟ, ସର୍ବଭାରତୀୟ ଇଞ୍ଜିନୟରିଂ ଓ ମେଡିକାଲ ଏଣ୍ଟ୍ରାନ୍ସରେ ଓଡ଼ିଶାର ଛାତ୍ରଛାତ୍ରୀ କିଭଳି ଅଧିକ ସଫଳତା ପାଇବେ ତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସିବିଏସ୍‌ଇ ଢାଞ୍ଚା ଆପଣେଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

Related story