ନିର୍ବାଚନ କମିଶନରଙ୍କୁ ବି ନିୟନ୍ତ୍ରଣ କରାଯାଇପାରେ କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ବିଳମ୍ବ ନେଇ ବଢୁଛି ବିବାଦ। ବିଳମ୍ବ ପଛରେ କଣ ରହିଛି କାରଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗତକାଲି ୪ଟି ରାଜ୍ୟର ୫ଟି ବିଧାନସଭା ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡି ପୁଣି ବିଜେପି ଉପରେ ଦୋଷ ଲଦିଛି। ମାତ୍ର ବିଜେଡିର ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ତେବେ ଏଠି ପ୍ରଶ୍ନ ଉଠୁଛି ନିର୍ବାଚନ କମିଶନରଙ୍କୁ କଣ ନିୟନ୍ତ୍ରଣ କରାଯାଇପାରେ? ଏହି ବିବାଦ ଭିତରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ବିଜେପୁର ଉପନିର୍ବାଚନ ନେଇ ପ୍ରସ୍ତୁତି ଚାଲିଛି, ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇପାରେ।

ଉତ୍ତରପ୍ରଦେଶ, ଅରୁଣାଚଳ ପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗର ରାଜ୍ୟର ୫ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ବିଜେପୁର ଉପ-ନିର୍ବାଚନ ନେଇ ସ୍ପଷ୍ଟ ହେଲାନି ଚିତ୍ର। ବିଜେଡିକୁ ପୁଣି ଆରୋପ ଲଗାଇବା ପାଇଁ ମୌକା ମିଳିଛି। ଦଳର ଜଣେ ପରେ ଜଣେ ବରିଷ୍ଠ ନେତା ନିର୍ବାଚନ ବିଳମ୍ବ ନେଇ କେନ୍ଦ୍ର ଓ ବିଜେପିକୁ ଟାର୍ଗେଟ କରିଛନ୍ତି।

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି-“କେନ୍ଦ୍ରକୁ ସୁହାଇଲା ଭଳି ନିର୍ବାଚନ କମିଶନ ପଦକ୍ଷେପ ନେଇ ଥାଇପାରନ୍ତି। ବିଜେପିର ପ୍ରସ୍ତୁତି ବିଳମ୍ବ, ପ୍ରାର୍ଥୀ ଘୋଷଣା ହେଉନଥିବାରୁ ଜାଣିଶୁଣି ବିଳମ୍ବ କରାଯାଉଛି।”

ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି-“ନିର୍ବାଚନ କମିଶନରଙ୍କ ଉପରେ ବର୍ତ୍ତମାନ ସୁଦ୍ଧା କେହି ପ୍ରଶ୍ନ ଉଠାଇ ନାହାନ୍ତି। ବିଜେଡି ଅବନ୍ତର ଅଭିଯୋଗ କରୁଛି।”

ଅଗଷ୍ଟ ୨୨ ତାରିଖରେ ସୁବଳ ସାହୁଙ୍କ ଦେହାନ୍ତ ହୋଇଥିଲା। ଅଗଷ୍ଟ ୨୪ରେ ବିଧାନସଭାରେ ବିଜେପୁର ଆସନ ଖାଲି ହେବା ନେଇ ବିଧାନସଭାରୁ ଜାରି ହେଲା ବିଜ୍ଞପ୍ତି। ଏହାର ୬ ଦିନ ଭିତରେ ନିର୍ବାଚନ ହେବାର ନିୟମ ରହିଛି। ଇତି ମଧ୍ୟରେ ୩ ମାସ ବିତି ଗଲାଣି। ହେଲେ ଏପର୍ଯ୍ୟନ୍ତ ନିର୍ବାଚନ ନେଇ ଅନିଶ୍ଚିତତା ଲାଗି ରହିଛି। ସେପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଉପ ନିର୍ବାଚନ ନେଇ ପ୍ରସ୍ତୁତି ଚାଲିଛି। ଫେବ୍ରୁଆରୀ ୨୩ରେ ରାଜ୍ୟରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନେଇ ବି ଦିଲ୍ଲୀସ୍ଥିତ ନିର୍ବାଚନ କମିଶନଙ୍କ ସହ ଆଲୋଚନା କରାଯାଇଛି। ଉପନିର୍ବାନ ନେଇ ଅଳ୍ପ ଦିନ ଭିତରେ କମିଶନ ନିଷ୍ପତ୍ତି ନେବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଡି.ଏନ୍ ଗୁପ୍ତା କହିଛନ୍ତି।

Ordigital Desk
• Published: Saturday, 25 November 2017
• Updated: 25 November 2017, 09:49 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos