ବାବୁସାନଙ୍କ ନାଁରେ ଅର୍ଥ ଆଦାୟ ଅଭିଯୋଗ

ଭୁବନେଶ୍ୱର: ଓଲିଉଡ୍ ଅଭିନେତା ବାବୁସାନଙ୍କ ନାଁରେ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ସୋସିଆଲ୍ ମିଡିଆ ଜରିଆରେ ବାବୁସାନଙ୍କ ନାଁରେ ଅର୍ଥ ଆଦାୟ ହେଉଥିବା ଅଭିଯୋଗ ହୋଇଛି।  ବିଭିନ୍ନ ସମସ୍ୟା କଥା କହି ଏହି ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ତେବେ ଏଭଳି ଅଭିଯୋଗକୁ ବାବୁସାନ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ମୋର ଫେସ୍‌ବୁକ୍‌ରେ କୌଣସି ଏକାଉଣ୍ଟ ନାହିଁ। ମୋ ନାଁରେ ଫେସ୍‌ବୁକ୍‌ରେ ପଚିଶରୁ ତିରିଶଟି ଫେକ୍ ଏକାଉଣ୍ଟ ଅଛି। ସବୁ ଷ୍ଟାରଙ୍କ ନାଁରେ ଏମିତି ଫେକ୍ […]

babusan

Rakesh Mallick
  • Published: Sunday, 16 July 2017
  • , Updated: 16 July 2017, 11:46 AM IST

ଭୁବନେଶ୍ୱର: ଓଲିଉଡ୍ ଅଭିନେତା ବାବୁସାନଙ୍କ ନାଁରେ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ସୋସିଆଲ୍ ମିଡିଆ ଜରିଆରେ ବାବୁସାନଙ୍କ ନାଁରେ ଅର୍ଥ ଆଦାୟ ହେଉଥିବା ଅଭିଯୋଗ ହୋଇଛି।  ବିଭିନ୍ନ ସମସ୍ୟା କଥା କହି ଏହି ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି।

ତେବେ ଏଭଳି ଅଭିଯୋଗକୁ ବାବୁସାନ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ମୋର ଫେସ୍‌ବୁକ୍‌ରେ କୌଣସି ଏକାଉଣ୍ଟ ନାହିଁ। ମୋ ନାଁରେ ଫେସ୍‌ବୁକ୍‌ରେ ପଚିଶରୁ ତିରିଶଟି ଫେକ୍ ଏକାଉଣ୍ଟ ଅଛି। ସବୁ ଷ୍ଟାରଙ୍କ ନାଁରେ ଏମିତି ଫେକ୍ ଏକାଉଣ୍ଟ ଖୋଲାଯାଏ। ଏଇଟା ଏମିତି କିଛି ବଡ଼ ଘଟଣା ନୁହେଁ ଯେ ପୋଲିସ୍ ପାଖକୁ ଯିବି। ତେଣୁ ଯାହାକୁ ଟଙ୍କା ମଗାଯାଉଛି ଓ ଯିଏ ମାଗୁଛି ସେମାନେ ଏ ବିଷୟରେ ବୁଝାବୁଝି ହେବେ। ଆବଶ୍ୟକ ପଡ଼ିଲେ ମୁଁ ପୋଲିସ୍ ପାଖକୁ ଯିବି।”

ବାବୁସାନ କହିଛନ୍ତି ଯେ ଅନ୍ୟମାନଙ୍କ ନାଁରେ ମିଛ ଏକାଉଣ୍ଟ ଖୋଲି ଅର୍ଥ ଆଦାୟ କରୁଥିବା ବ୍ୟକ୍ତିମାନଙ୍କୁ ଦଣ୍ଡ ମିଳିବା ଉଚିତ।

Related story