ବିଜେଡି କାଉନ୍‌ସିଲର ହତ୍ୟା ଷଡ଼ଯନ୍ତ୍ରକାରୀ ଗିରଫ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଛତ୍ରପୁର ଏନ୍‌ଏସିର ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ଦୁର୍ଯ୍ୟୋଧର ରେଡ୍ଡୀ ଓ କୃଷ୍ଣଚନ୍ଦ୍ର ନାୟକ ଗିରଫ ହୋଇଛନ୍ତି। ବ୍ରହ୍ମପୁର ପୋଲିସ ସେମାନଙ୍କୁ ଉତ୍ତରାଖଣ୍ଡରୁ ଗିରଫ କରିଛି। ଏହି ଘଟଣାରେ ପୂର୍ବରୁ ୧୫ ଜଣ ଗିରଫ ହୋଇଛନ୍ତି। ହତ୍ୟା ଘଟଣା ପରେ ସେମାନେ କଟକ-କୋଲକାତା ଦେଇ ଉତ୍ତରାଖଣ୍ଡ ପଳାଇଯାଇଥିଲେ। ଗତ ୧୬ ତାରିଖରେ ଲକ୍ଷ୍ମୀଦତ୍ତ କିଛି ସମର୍ଥକଙ୍କ ଗହଣରେ ନିଜ ଘର ଆଗରେ ବସିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ […]

chhatrapur-counciled-laxmidutta-murder-mistry

Rakesh Mallick
  • Published: Saturday, 28 October 2017
  • , Updated: 28 October 2017, 04:30 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଛତ୍ରପୁର ଏନ୍‌ଏସିର ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ଦୁର୍ଯ୍ୟୋଧର ରେଡ୍ଡୀ ଓ କୃଷ୍ଣଚନ୍ଦ୍ର ନାୟକ ଗିରଫ ହୋଇଛନ୍ତି। ବ୍ରହ୍ମପୁର ପୋଲିସ ସେମାନଙ୍କୁ ଉତ୍ତରାଖଣ୍ଡରୁ ଗିରଫ କରିଛି। ଏହି ଘଟଣାରେ ପୂର୍ବରୁ ୧୫ ଜଣ ଗିରଫ ହୋଇଛନ୍ତି। ହତ୍ୟା ଘଟଣା ପରେ ସେମାନେ କଟକ-କୋଲକାତା ଦେଇ ଉତ୍ତରାଖଣ୍ଡ ପଳାଇଯାଇଥିଲେ।

ଗତ ୧୬ ତାରିଖରେ ଲକ୍ଷ୍ମୀଦତ୍ତ କିଛି ସମର୍ଥକଙ୍କ ଗହଣରେ ନିଜ ଘର ଆଗରେ ବସିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ସଂଘବଦ୍ଧଭାବେ ଖଣ୍ଡ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଲକ୍ଷ୍ମୀଙ୍କୁ ଆକ୍ରମଣ କରିଥିଲେ। ବଡ଼ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ମଧ୍ୟ ଦୁର୍ବୃତ୍ତଙ୍କ ଖଣ୍ଡ ଚୋଟରେ ଆହତ ହୋଇଥିଲେ। ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିଲେ।

Related story