ଚିଟଫଣ୍ଡ ଠକେଇର ଶିକାର କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଚିଟଫଣ୍ଡ ଠକେଇର ଶିକାର ହୋଇଥିବା କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରକୃତ ଜମାକାରୀ କେମିତି ଟଙ୍କା ଫେରିପାଇବେ ସେ ନେଇ ଗାଇଡଲାଇନ୍ ପ୍ରସ୍ତୁତ ହୋଇଛି। ପ୍ରଥମେ ଜମାକାରୀ ନିର୍ଦ୍ଦିଷ୍ଟ ଫର୍ମାଟରେ ଏଡିଏମଙ୍କ ପାଖରେ ଆବେଦନ କରିବେ। ପରେ ତଦନ୍ତ ହୋଇ ଚୂଡାନ୍ତ ତାଲିକା ପ୍ରସ୍ତୁତ କରାଯିବା ପରେ ଟଙ୍କା ଫେରାଯିବ ବୋଲି ଜଣାପଡିଛି । ଜମାକାରୀଙ୍କ ଚିହ୍ନଟ ପାଇଁ ସରଜମିନ୍ ତଦନ୍ତ କରିବେ ସରକାର। ଠକେଇର […]

chitfund

Rakesh Mallick
  • Published: Wednesday, 21 October 2015
  • , Updated: 21 October 2015, 02:59 PM IST

ଭୁବନେଶ୍ୱର: ଚିଟଫଣ୍ଡ ଠକେଇର ଶିକାର ହୋଇଥିବା କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରକୃତ ଜମାକାରୀ କେମିତି ଟଙ୍କା ଫେରିପାଇବେ ସେ ନେଇ ଗାଇଡଲାଇନ୍ ପ୍ରସ୍ତୁତ ହୋଇଛି। ପ୍ରଥମେ ଜମାକାରୀ ନିର୍ଦ୍ଦିଷ୍ଟ ଫର୍ମାଟରେ ଏଡିଏମଙ୍କ ପାଖରେ ଆବେଦନ କରିବେ। ପରେ ତଦନ୍ତ ହୋଇ ଚୂଡାନ୍ତ ତାଲିକା ପ୍ରସ୍ତୁତ କରାଯିବା ପରେ ଟଙ୍କା ଫେରାଯିବ ବୋଲି ଜଣାପଡିଛି ।

ଜମାକାରୀଙ୍କ ଚିହ୍ନଟ ପାଇଁ ସରଜମିନ୍ ତଦନ୍ତ କରିବେ ସରକାର। ଠକେଇର ଶିକାର ଜମାକାରୀ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପାଖରେ ଆବେଦନ କରିବେ। ଠକେଇ ସଂସ୍ଥାର ସମ୍ପତ୍ତି ବ୍ୟାଜାପ୍ତି ନେଇ କୋର୍ଟଙ୍କ ଅନ୍ତରୀଣ ରାୟ ଆସିବା ପରେ ଏଡିଏମ୍ ଏହି ଆବେଦନ ଗ୍ରହଣ କରିବେ। ପରେ ଏଡିଏମ୍ ଜିଲ୍ଲା, ବ୍ଲକ ଓ ପଞ୍ଚାୟତସ୍ତରରେ ଜମାକାରୀଙ୍କ ପ୍ରାଥମିକ ତାଲିକା ପ୍ରସ୍ତୁତ କରିବେ। ଉକ୍ତ ତାଲିକାକୁ ଏଡିଏମ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା କିମ୍ୱା ତଦନ୍ତକାରୀ ଅଧିକାରୀଙ୍କ ପାଖକୁ ପଠାଇବେ। ସେମାନଙ୍କ ପାଖରେ ଥିବା ଡାଟାବେସ୍ ସହ ଏଡିଏମ ପଠାଇଥିବା ତାଲିକା ମେଳ କରାଯିବ। ଏଡିଏମଙ୍କ ତାଲିକା ଓ ଡାଟାବେସରେ ଥିବା ବ୍ୟକ୍ତିଙ୍କ ଫଟୋ ସହ ନାଁକୁ ସରଜମିନ ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ପାଖକୁ ପଠାଯିବ। ଜିଲ୍ଲାପାଳ, ଏସପିଙ୍କ ସହ ଆଲୋଚନା କରି ଏକ ଟିମ ଗଠନ କରିବା ସହ ଜମାକାରୀଙ୍କ ନାଁ, ଗାଁ, ଜମା ପ୍ରମାଣ ଯାଞ୍ଚ କରିବେ । ପରେ ଜମାକାରୀଙ୍କ ତାଲିକା ପଞ୍ଚାୟତ, ଏନ୍ଏସି ଓ ମୁନିସିପାଲିଟି ଅଫିସରେ ଲାଗାଯିବ । ଏଡିଏମ ଓ ଅର୍ଥ ବିଭାଗର ୱେବସାଇଡରେ ମଧ୍ୟ ତାଲିକା ପ୍ରକାଶ ପାଇବ। କିଛି ଆପତ୍ତି ଥିଲେ ୧୫ ଦିନ ମଧ୍ୟରେ ଗ୍ରହଣ କରାଯିବା ପରେ ଜମାକାରୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ କରାଯିବ। ଶେଷରେ ଡେଜଗିନେଟେଡ୍ କୋର୍ଟଙ୍କ ଅନୁମତି ନେଇ ଏମଡିଏମ ଜମାକାରୀଙ୍କ ଆକାଉଣ୍ଟକୁ ଟଙ୍କ ଫେରସ୍ତ କରିବେ ବୋଲି ଜଣାପଡିଛି ।

Related story