କଂଗ୍ରେସ ଦୁର୍ଗରୁ ଇଟା ଖସୁଛି: ଗେରୁଆ ଟୋପି ପିନ୍ଧିଲେ ସୁଶାନ୍ତ, ଦଳ ଛାଡ଼ିବାକୁ ଇସାରା ଦେଲେ ଦୁଷ୍ମନ୍ତ
[vc_video link="" align="center"]
ଧୀରେ ଧୀରେ ଦୁର୍ବଳ ହେଉଛି ରାଜ୍ୟ କଂଗ୍ରେସର ସ୍ଥିତି। ଦୋହଲୁଛି ସାଂଗଠନିକ ସ୍ଥିତି। ଦଳୀୟ ନେତାଙ୍କର କିଛିଦିନର ମତମନ୍ତବ୍ୟକୁ ଦେଖିଲେ ଦଳରେ ଯେ ଅସନ୍ତୋଷ ବଢୁଛି ଏହା ସ୍ପଷ୍ଟି ହେବାରେ ଲାଗିଛି। ଏମିତିକି ବେଳେବେଳେ କିଛି ନେତା ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି। ଏହି ସମୟରେ ପୁଣିଜଣେ ଟାଣୁଆ ନେତା ତଥା ଭବାନୀପାଟଣାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ ଦଳ ପ୍ରତି କ୍ଷୋଭ ପ୍ରକାଶ କରି କହିଛନ୍ତି- “ନିଜ ନିର୍ବାଚନମଣ୍ଡଳୀ ସଜାଡିବା ବେଳେ କେତେକ କର୍ମୀ ତାଙ୍କୁ ପଛପଟୁ ଛୁରା ମାଡ଼ ଓ ଧୋକା ଦେଇଛନ୍ତି।” ତେବେ କିଏ ଛୁରା ମାଡ଼ କରିଛି ତାହା ସ୍ପଷ୍ଟ କରିନାହାନ୍ତି କିମ୍ବା କେଉଁ ଦଳକୁ ଡେଇଁବେ, ତାହା କହିନାହାନ୍ତି ଦୁଷ୍ମନ୍ତ। ସେପଟେ ଦଳର ଆଉଜଣେ ଜଣାଶୁଣା ନେତା, ପିସିସି ସଭ୍ୟ ସୁଶାନ୍ତ ମିଶ୍ର ଦଳ ଛାଡ଼ି ଆଜି ବିଜେପିରେ ମିଶିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ବିଂଝାରପୁରର କଂଗ୍ରେସ ନେତ୍ରୀ ବବିତା ମଲ୍ଲିକ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ।
କେବଳ ସୁଶାନ୍ତ ଓ ବବିତା ନୁହଁନ୍ତି, ପୂର୍ବରୁ ଗେରୁଆ ଟୋପି ପିନ୍ଧିଛନ୍ତି- ଲାଲା ମନୋଜ ରାୟ, କେନ୍ଦୁଝର ଜିଲ୍ଲାର ତିନି କଂଗ୍ରେସ ନେତା ସତ୍ୟବାନ ନାୟକ, ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁ, ପିସିସିର ସଙ୍ଗଠନ ସଂପାଦକ ପୃଥ୍ୱୀରାଜ କୁଅଁର, ଅନୁଗୋଳ ଜିଲ୍ଲା ସଭାପତି ପ୍ରତାପ ପ୍ରଧାନ ଓ କଂଗ୍ରେସର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଢେଙ୍କାନାଳ ଜିଲ୍ଲା ସଭାପତି ସୁଧିର ସାମଲ, ନବରଙ୍ଗପୁର କଂଗ୍ରେସ ନେତ୍ରୀ ମଂଜୁଳା ମାଝୀ ବିଜେଡିରେ ସାମିଲ ହୋଇଛନ୍ତି। ସେପଟେ ପିସିସି ସଭାପତି ପରିବର୍ତ୍ତନ ହେଉନଥିବାରୁ ଦଳରେ ଅସନ୍ତୋଷ କୁହୁଳୁଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ କିଛିଦିନ ତଳେ ବସିଥିବା ବୈଠକରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧିଙ୍କୁ ଚରଣବାଣୀ ଶୁଣାଇବାକୁ ସ୍ଥିର କରିଥିବା ଚର୍ଚ୍ଚା ହେଉଛି। ଯଦି କଂଗ୍ରେସରେ ସବୁକିଛି ଠିକଠାକ ନ ହୁଏ ତେବେ ଦଳ ବିଭାଜନ ଆଡେ ମୁହାଁଇ ପାରେ ବୋଲି ବି ନେତା ଇସାରା ଦେଲେଣି।
କଂଗ୍ରେସ ବିଧାୟକ ଯୋଗେଶ ସିଂ କହିଛନ୍ତି-“କଂଗ୍ରେସକୁ ବଞ୍ଚାଇବାକୁ ହେଲେ ପିସିସି ଓ ପ୍ରଭାରୀଙ୍କୁ ପରିବର୍ତ୍ତନ କରିବାର ଆବଶ୍ୟକ ରହିଛି। ଯଦି ବଦଳା ନଯାଏ ତାହାହେଲେ ଏକ ବଡ଼ ଧରଣର ପରିବର୍ତ୍ତନ ହେବ। ସମୟ ଆସିଲେ ସେନେଇ ସୂଚନା ଦିଆଯିବ।”
Ordigital Desk
• Published: Saturday, 17 June 2017
• Updated: 17 June 2017, 07:48 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos