ବିରୋଧୀ ଦଳ ନେତା ପଦ ଛାଡ଼ିବା ଗୁଜବ: ନରସିଂହ

ନୂଆଦିଲ୍ଲୀ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ଆଭ୍ୟନ୍ତରୀଣ କଳି ପଦାରେ ପଡ଼ିଛି। ଦଳରେ ଲାଗି ରହିଥିବା ଆଭ୍ୟନ୍ଦରୀଣ କନ୍ଦଳ ନେଇ ବିଧାୟକମାନେ ହାଇକମାଣ୍ଡଙ୍କୁ ଭେଟିଥିବା ଜଣାପଡିବା ପରେ ରାଜ୍ୟ ରାଜନୀତି ପୁଣି ଥରେ ଉଷ୍ମ ହୋଇଯାଇଛି। ବିଧାୟକମାନେ ଦିଲ୍ଲୀରେ ଡେରା ପକାଇ ସୋନିଆ ଗାନ୍ଧିଙ୍କ ପରାମର୍ଶଦାତା ଏବଂ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ରାହୁଲ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଏକ ଡାକି ଆଲୋଚନା କରିବା ପରେ ସେ ନିଜ ପଦ ଛାଡିବାକୁ ନେଇ […]

narasingha-mishra

narasingha-mishra

Rakesh Mallick
  • Published: Monday, 17 October 2016
  • Updated: 17 October 2016, 09:19 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ଆଭ୍ୟନ୍ତରୀଣ କଳି ପଦାରେ ପଡ଼ିଛି। ଦଳରେ ଲାଗି ରହିଥିବା ଆଭ୍ୟନ୍ଦରୀଣ କନ୍ଦଳ ନେଇ ବିଧାୟକମାନେ ହାଇକମାଣ୍ଡଙ୍କୁ ଭେଟିଥିବା ଜଣାପଡିବା ପରେ ରାଜ୍ୟ ରାଜନୀତି ପୁଣି ଥରେ ଉଷ୍ମ ହୋଇଯାଇଛି। ବିଧାୟକମାନେ ଦିଲ୍ଲୀରେ ଡେରା ପକାଇ ସୋନିଆ ଗାନ୍ଧିଙ୍କ ପରାମର୍ଶଦାତା ଏବଂ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ରାହୁଲ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଏକ ଡାକି ଆଲୋଚନା କରିବା ପରେ ସେ ନିଜ ପଦ ଛାଡିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ଏପରି ଚର୍ଚ୍ଚାର କୌଣସି ସତ୍ୟତା ନ ଥିବା ଓ ଏହା ଏକ ଗୁଜବ ବୋଲି ନରସିଂହ କହିଛନ୍ତି।

ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକମାନେ ସୋନିଆ ଗାନ୍ଧିଙ୍କ ପରାମର୍ଶଦାତା ଭି. ଜର୍ଜଙ୍କୁ ତାଙ୍କ ନୂଆଦିଲ୍ଲୀ ବାସଭବନରେ ଦେଖା କରିଥିଲେ। ଏହି ସମୟରେ ଭି. ଜର୍ଜ ସମସ୍ତଙ୍କୁ ଶୃଙ୍ଖଳାର ସହ ଏକାଠି ରହିବାକୁ ପରାମର୍ଶ ଦେଇଥିଲେ।

ପରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ବିରୋଧୀ ଦଳ ନେତାଙ୍କୁ ଏକାକୀ ଡାକି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ତେବେ କେଉଁ ବିଷୟରେ ଆଲୋଚନା ହେଲା ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ବୈଠକ ପରେ ମିଶ୍ର କହିଛନ୍ତି,“ମୁଁ ବିରୋଧୀ ଦଳ ପଦବୀରୁ ଇସ୍ତଫା ଦେଇନି, ଏହା ଗୁଜବ। ଆମର ଆଉ କିଛି ଦିନ ଦିଲ୍ଲୀରେ ରହି ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।”

କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ କହିଛନ୍ତି,“ଏବେ ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ନାହିଁ।”

କଂଗ୍ରେସ ନେତା ଶରତ ରାଉତ କହିଛନ୍ତି,“କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ କେବଳ ଗଣମାଧ୍ୟମରେ ଆସୁଛି। ମାତ୍ର ବିଧାୟକମାନେ କେହି ଏପର୍ଯ୍ୟନ୍ତ କିଛି କହିନାହାନ୍ତି। ନରସିଂହ ଜଣେ ବିଜ୍ଞ ନେତା, କିପରି କୌଶଳ ଆପଣେଇଲେ ଦଳ ଅଧିକ କ୍ରିୟାଶୀଳ ଓ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ ସେହି ରାସ୍ତା ସେ ନିଶ୍ଚିତ ବାହାର କରିପାରିବେ। କଂଗ୍ରେସ ହେଉଛି ଏକ ଶୃଙ୍ଖଳିତ ଦଳ, ଯିଏ ଯାହା ଚାହିଁବ କରିପାରିବ ନାହିଁ। ଯେଉଁମାନେ ଶୃଙ୍ଖଳା ଭଙ୍ଗ କରିବେ ବା ହାଇକମାଣ୍ଡଙ୍କୁ ଧମକ ଦେବେ ସେମାନେ ଏ ଦିଳରେ ତିଷ୍ଠିବା ମୁସ୍କିଲ୍‌।”

ସେହିପରି ଅପରାହ୍ନରେ ଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ବିରୋଧୀ ଦଳ ନେତା ଏବଂ ବିରୋଧୀ ଦଳ ମୁଖ୍ୟସଚେତକ ତାରା ବାହିନୀପତିଙ୍କ ସମେତ ରାଜ୍ୟର ୧୬ ଜଣ ବିଧାୟକ ସାକ୍ଷାତ କରିଛନ୍ତି।

ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି,“ଏହା କଂଗ୍ରେସର ଆଭ୍ୟନ୍ତରୀଣ ବ୍ୟାପାର, ଏଥିରେ ଆମର କିଛି କହିବାର ନାହିଁ। କିନ୍ତୁ ଗଣତନ୍ତ୍ରରେ ସୁସ୍ଥ ବିରୋଧୀ ଦଳର ଆବଶ୍ୟକତା ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story