ଦୁଷ୍କର୍ମ ଅଭିଯୁକ୍ତ ନାବାଳକକୁ କୋର୍ଟଙ୍କ ନିର୍ଦ୍ଦେଶ: ବର୍ଷେ ପାଇଁ ଅନ୍ତେବାସୀଙ୍କ ସେବା କର

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ୨୦୧୪ ମସିହାରେ ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଜଣେ ୧୪ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ମାମଲାରେ ଗତକାଲି ରାୟ ପ୍ରକାଶ ପାଇଛି। ଏହି ମାମଲାରେ ଫୁଲବାଣୀର ଜଷ୍ଟିସ ଜୁଭେନାଇଲ୍ ବୋର୍ଡ ଦୃଷ୍ଟାନ୍ତ ମୂଳକ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ନାବାଳକ ୧ ବର୍ଷ ଲାଗି ଫୁଲବାଣୀ ସ୍ଥିତ ଗୋପବନ୍ଧୁ ବାଳାଶ୍ରମରେ ଅନ୍ତେବାସୀଙ୍କ ସେବା କରିବ।
ବ୍ରହ୍ମପୁର ବାଳ ସୁଧାର ଗୃହରେ ରହିଥିବା ଅଭିଯୁକ୍ତ ନାବାଳକକୁ ଗୋପବନ୍ଧୁ ବାଳାଶ୍ରମକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅଭିଯୁକ୍ତ ନାବାଳକର କାର୍ଯ୍ୟକଳାପକୁ ତଦାରଖ କରିବେ। ଆଗାମୀ ଦିନରେ ଅଭିଯୁକ୍ତ ନାବାଳକ ଜଣକ ତାର ଭୁଲ ବୁଝିପାରିବ ଓ ଆଗକୁ ତାର ଚରିତ୍ରରେ ପରିବର୍ତ୍ତନ ଆସିବ ବୋଲି ଜଷ୍ଟିସ ଜୁଭେନାଇଲ୍ ବୋର୍ଡର ସରକାରୀ ଓକିଲ କହିଛନ୍ତି।
ସରକାରୀ ଓକିଲ ପ୍ରତାପ ପାତ୍ର କହିଛନ୍ତି,“ଏହି ମାମଲାରେ ଜୁଭେନାଇଲ୍ ବୋର୍ଡର ୩ ଜଣ ସଦସ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦୋଷୀ ସାବ୍ୟସ୍ତ ନାବାଳକ ଫୁଲବାଣୀରେ ଥିବା ଗୋପବନ୍ଧୁ ବାଳାଶ୍ରମରେ ବର୍ଷେ ପର୍ଯ୍ୟନ୍ତ ପିଲାମାନଙ୍କ ସେବା କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଫୁଲବାଣୀ ଡିସିପିଓ ଏହାକୁ ନିରୀକ୍ଷଣ କରି ପ୍ରତିମାସରେ ରିପୋର୍ଟ ଦେବେ। ଆମେ ଭାବୁଛୁ ତାର ପରିବର୍ତ୍ତନ ଆସିବ। ପିଲାମାନଙ୍କ ସେବା କରି ସେ ତାର ଭୁଲ ଜାଣି ପାରିବ। ଆଉ କେବେ ଭୁଲ୍ କାମ କରିବ ନାହିଁ।”

Ordigital Desk
• Published: Friday, 01 September 2017
• Updated: 01 September 2017, 09:18 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos