ବାହାବଳପୁର ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

କଟକ: ବାଲେଶ୍ୱର ଜିଲ୍ଲା ବାହାବଳପୁର ବାଣ ବିସ୍ଫୋରଣ ଘଟଣାରେ ଆଜି ଆଉ ତିନି ଜଣଙ୍କ ମୃତ୍ୟୁ ଘଟିଛି। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ୭ ଗୁରୁତରଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ମୃତକ ହେଲେ ରାମପଦ ମଇତି, ନିମେଇ ଲାଲ ପ୍ରଧାନ ଏବଂ  ନନ୍ଦିନୀ ବେହେରା (୬ବର୍ଷ)। ଏହା ପୂର୍ବରୁ ଗତକାଲି ରାତିରେ ଜଣକର ମୃତ୍ୟୁ ହୋଇଥିଲା।  ମୃତକ ଜଣଙ୍କ ହେଲେ କହ୍ନେଇ ଲାଲ […]

Rakesh Mallick
  • Published: Thursday, 19 October 2017
  • , Updated: 19 October 2017, 02:23 PM IST

କଟକ: ବାଲେଶ୍ୱର ଜିଲ୍ଲା ବାହାବଳପୁର ବାଣ ବିସ୍ଫୋରଣ ଘଟଣାରେ ଆଜି ଆଉ ତିନି ଜଣଙ୍କ ମୃତ୍ୟୁ ଘଟିଛି। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ୭ ଗୁରୁତରଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ମୃତକ ହେଲେ ରାମପଦ ମଇତି, ନିମେଇ ଲାଲ ପ୍ରଧାନ ଏବଂ  ନନ୍ଦିନୀ ବେହେରା (୬ବର୍ଷ)।

ଏହା ପୂର୍ବରୁ ଗତକାଲି ରାତିରେ ଜଣକର ମୃତ୍ୟୁ ହୋଇଥିଲା।  ମୃତକ ଜଣଙ୍କ ହେଲେ କହ୍ନେଇ ଲାଲ ପ୍ରଧାନ।

ସୂଚନାଯୋଗ୍ୟ, ଗତକାଲି ଏହି ଗାଁରେ ବାଣ ବିସ୍ଫୋରଣ ଘଟି ୬ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲାବାଣ ଗୋଦାମ ଭିତରେ ଜଣେ ପିଲା ଡିବିରି ନେଇ ଯାଇଥିଲା। ସେହି ନିଆଁ ବାଣରେ ଲାଗି ଯାଇଥିବା ଅନୁମାନ କରାଯାଉଛି।

Related story