କଟକ: ଆନନ୍ଦଆତ୍ମା ବାବାଙ୍କ ଆଶ୍ରମ ନାଁରେ ଜମି ହଡପ ଅଭିଯୋଗ

କଟକ: ସାରଥି ବିବାଦକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ଆଉ ଜଣେ ବାବାଙ୍କ ଆଶ୍ରମ ନାଁରେ ଜମି ହଡପ ଅଭିଯୋଗ ଆସିଛି। ଏପରି ଅଭିଯୋଗ କଟକ ଜିଲ୍ଲା ସାଲେପୁର ବ୍ଲକ୍ ରାମେଶ୍ୱର ଗାଁରେ ଥିବା ଆନନ୍ଦ ଆତ୍ମା ବାବାଙ୍କ ଆଶ୍ରମ ବିରୋଧରେ ଆସିଛି। ବିଭିନ୍ନ ଅନିୟମିତତା ତଥା ଆଶ୍ରମ ନାଁରେ ବେଆଇନ୍ ଜମି ହଡପ ନେଇ ସାଲେପୁର ଥାନାରେ ହୋଇଥିବା ଲିଖିତ ଅଭିଯୋଗରେ ଦର୍ଶାଯାଇଛି। କଟକ ଜିଲ୍ଲା ସିପିଆଇ ସହ ସମ୍ପାଦକ ଉଦୟ କଶରୀ […]

baba scam in salepur

Rakesh Mallick
  • Published: Thursday, 27 August 2015
  • , Updated: 27 August 2015, 07:14 AM IST

କଟକ: ସାରଥି ବିବାଦକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ଆଉ ଜଣେ ବାବାଙ୍କ ଆଶ୍ରମ ନାଁରେ ଜମି ହଡପ ଅଭିଯୋଗ ଆସିଛି। ଏପରି ଅଭିଯୋଗ କଟକ ଜିଲ୍ଲା ସାଲେପୁର ବ୍ଲକ୍ ରାମେଶ୍ୱର ଗାଁରେ ଥିବା ଆନନ୍ଦ ଆତ୍ମା ବାବାଙ୍କ ଆଶ୍ରମ ବିରୋଧରେ ଆସିଛି। ବିଭିନ୍ନ ଅନିୟମିତତା ତଥା ଆଶ୍ରମ ନାଁରେ ବେଆଇନ୍ ଜମି ହଡପ ନେଇ ସାଲେପୁର ଥାନାରେ ହୋଇଥିବା ଲିଖିତ ଅଭିଯୋଗରେ ଦର୍ଶାଯାଇଛି। କଟକ ଜିଲ୍ଲା ସିପିଆଇ ସହ ସମ୍ପାଦକ ଉଦୟ କଶରୀ ବର୍ମା ଏହି ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ସମାନ୍ତରାଳ ଭାବେ ସଙ୍ଖମୁହଁ ଚାହାପଡା ଗାଁର କିଛି ଲୋକ ମଧ୍ୟ ଅନୁରୂପ ଅଭିଯୋଗ ଜଗତ୍ପୁର ଥାନାରେ କରିଛନ୍ତି । ଏହାଛଡା ବାବା ମଠ ସମ୍ପତ୍ତି ବିକ୍ରି କରିବା, ନିଜକୁ ଭଗବାନ କହି ଭକ୍ତମାନଙ୍କ ଆଗରେ ବିଭିନ୍ନ ବେଶ ହୋଇ ପ୍ରବଚନ ଦେଇ ଭୁଆଁ ବୁଲାଉଥିବାର ଅଭିଯୋଗ ମଧ୍ୟ ହୋଇଛି। ତେବେ ଏସବୁ ଅଭିଯୋଗକୁ ବାବା ଖଣ୍ଡନ କରିଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି। ତେବେ ତାଙ୍କୁ ଭଣ୍ଡ କହି ବଦନାମ କରିଥିବାରୁ ସର୍ବଭାରତୀୟ ସ୍ତରରେ ଶ୍ରୀ ସମ୍ପ୍ରଦାୟର ସମସ୍ତ ସାଧୁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ ଧମକ ଦେଇଛନ୍ତି।

Related story