କଟକ: କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ଅଗ୍ନିକାଣ୍ଡର ତଦନ୍ତ ଆରମ୍ଭ ହୋଇଛି। ଏଥିପାଇଁ ଗଠିତ ଏକ ୩ ଜଣିଆ କମିଟି ଘଟଣାର ତଦନ୍ତ କରୁଛି। ହସପିଟାଲରେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଏକ ଆଭ୍ୟନ୍ତରୀଣ କମିଟି ଗଠିତ ହୋଇଛି। ଏହି କମିଟିରେ ହସପିଟାଲର ଅଧୀକ୍ଷକଙ୍କ ସମେତ ୩ଜଣଙ୍କୁ ସଦସ୍ୟ ରଖାଯାଇଛି। ଗତକାଲି ଏହି ଅଗ୍ନିକାଣ୍ଡ ସମୟରେ ରୋଗୀ ସ୍ଥାନାନ୍ତର ବେଳେ ଜଣେ ୧୨ ବର୍ଷ ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି।
ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ କ୍ୟାନସର ହସପିଟାଲର ନୂଆ ବିଲଡିଂର ତୃତୀୟ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ପରେ ଓଟି ରୁମ୍ ଓ ରୋଗୀ ରହିଥିବା ୱାର୍ଡକୁ ନିଆଁ ବ୍ୟାପିଯାଇଥିଲା। ଫଳରେ ୱାର୍ଡରେ ଥିବା ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ନିଆଁ ଲାଗିବା ମାତ୍ରେ ହସପିଟାଲ କର୍ତ୍ତୃପକ୍ଷ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ସେପଟେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
JSW ବାବୁଙ୍କୁ ଖୋଳ କରିଦେଲେ ସାଇବର ଠକ, ନେଇଗଲେ ୨୫ କୋଟି
ବାବୁ ଜଣକ ଟଙ୍କା ଉଠାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କୁ ଉକ୍ତ ଗ୍ରୁପ୍ରୁ ବାହାର କରି ଦିଆଯାଇଥିଲା। ଯାହାଫଳରେ ସେ ଟଙ୍କା ଉଠାଇ ପାରିଲେ ନାହିଁ। ଏହା ପରେ ସେ ଠକାମୀରେ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।
Entertainment
ଆଉ ଯାତ୍ରାରେ ହେବନି ନଗ୍ନ ନୃତ୍ୟ; କଠୋର ହେଲେ ସରକାର
ଗତ କିଛି ହେଲା ଯାତ୍ରା ଦର୍ଶକଙ୍କ ସଂଖ୍ୟା ବଢୁଛି। ରକ୍ଷଣଶୀଳ ବ୍ୟକ୍ତି ନିଜ ପରିବାର ଲୋକଙ୍କ ସହ ଯାତ୍ରା ଦେଖିବାକୁ ଆସୁଛନ୍ତି। ହେଲେ ନାଟକ ଆରମ୍ଭ ପୂର୍ବରୁ ହେଉଥିବା ଅଶ୍ଲୀଳ ନୃତ୍ୟକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି।
Crime
ଦୁଇ ପ୍ରେମିକାଙ୍କ ସହ ମିଶି ପତ୍ନୀଙ୍କୁ ଆନେସ୍ଥେସିଆ ଦେଇ ମାରିଦେଲା ସ୍ୱାମୀ!
ଗତ ୨୭ ତାରିଖରେ ପ୍ରଦ୍ୟୁମ୍ନ ତାଙ୍କ ଶ୍ୱଶୁର ଘର ଯାଇଥିଲେ। ଆଉ ବୁଝାଇସୁଝାଇ ପତ୍ନୀ ଶୁଭଶ୍ରୀଙ୍କୁ ସାଥୀରେ ନିଜର ଭଡ଼ା ଘରକୁ ଆଣିଥିଲେ। ତା’ପର ଦିନ ଅର୍ଥାତ ୨୮ ତାରିଖରେ ଶୁଭଶ୍ରୀଙ୍କୁ ଧରି ପ୍ରଦ୍ୟୁମ୍ନ ନିଜ ପ୍ରେମିକା ରୋଜିଙ୍କ ଭଡ଼ା ଘର ସାମପୁରକୁ ଯାଇଥିଲେ।
Miscellaneous
ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ‘ସୁଭଦ୍ରା’: ଉପମୁଖ୍ୟମନ୍ତ୍ରୀ
ରାଜ୍ୟ ବିଜେପି ସରକାରଙ୍କ ଲୋକାଭିମୁଖୀ ଯୋଜନା ହେଉଛି ‘ସୁଭଦ୍ରା’। ପ୍ରତ୍ୟେକ ଗରିବ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
Crime
ଡେରାବିଶ ସିଡିପିଓଙ୍କୁ କାର୍ଯ୍ୟରୁ ହଟାଗଲା, ତଦନ୍ତ ଆରମ୍ଭ
ଗତକାଲି ଜଣେ ମହିଳା କିରାଣୀ ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଏହାପରେ ଆଜି ତାଙ୍କୁ କାର୍ଯ୍ୟରୁ ଅପସାରଣ କରାଯାଇଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।