କଟକ: ନଦୀ ନୁହେଁ ୬ଟି ଅସ୍ଥାୟୀ ପୋଖରୀରେ ହେବ ମୂର୍ତ୍ତି ବିସର୍ଜନ

କଟକ: ଭସାଣ ସମୟରେ ସୃଷ୍ଟି ହେଉଥିବା ଜଳ ପ୍ରଦ୍ୟୁଷଣ ରୋକିବା ଓ ଭସାଣ ଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ କଟକ ଡିସିପିଙ୍କୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ମୂର୍ତ୍ତି ବିସର୍ଜନ ସମୟରେ ସୃଷ୍ଟି ହେଉଥିବା ଜଳ ପ୍ରଦ୍ୟୁଷଣ ରୋକିବା ଲାଗି କାଠଯୋଡି ଓ ମହାନଦୀର ୬ଟି ସ୍ଥାନରେ ଅସ୍ଥାୟୀ ପୋଖରୀ ତିଆରି କରାଯିବ ବୋଲି କଟକ […]

Orissa-High-Court

Rakesh Mallick
  • Published: Wednesday, 16 September 2015
  • , Updated: 16 September 2015, 12:58 PM IST

କଟକ: ଭସାଣ ସମୟରେ ସୃଷ୍ଟି ହେଉଥିବା ଜଳ ପ୍ରଦ୍ୟୁଷଣ ରୋକିବା ଓ ଭସାଣ ଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ କଟକ ଡିସିପିଙ୍କୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ମୂର୍ତ୍ତି ବିସର୍ଜନ ସମୟରେ ସୃଷ୍ଟି ହେଉଥିବା ଜଳ ପ୍ରଦ୍ୟୁଷଣ ରୋକିବା ଲାଗି କାଠଯୋଡି ଓ ମହାନଦୀର ୬ଟି ସ୍ଥାନରେ ଅସ୍ଥାୟୀ ପୋଖରୀ ତିଆରି କରାଯିବ ବୋଲି କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି । ଉକ୍ତ ପୋଖରୀରେ ପଲିଥିନ ସିଟର ବ୍ୟବହାର କରାଯିବ ଓ ବିସର୍ଜନ ପରେ ପଲିଥିନ ସହ ଅବଶେଷଗୁଡିକୁ ବାହାର କରାଯାଇ ଡମ୍ପିଂ ୟାର୍ଡରେ ଫିଙ୍ଗାଯିବ ବୋଲି ଜିଲ୍ଲାପାଳ ମିଶ୍ର ପ୍ରକାଶ କରିଛନ୍ତି । ସେପଟେ ପୂଜା ଓ ଭସାଣ ସମୟରେ ସାଉଣ୍ଡ ଯେପରି ୬୫ ଡେସିବେଲରୁ ଅଧିକ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ସହ ଭସାଣ ଶୋଭାଯାତ୍ରାରେ ଗାଡ଼ି ସଂଖ୍ୟା ଉପରେ ମଧ୍ୟ କୋର୍ଟ କଟକଣା ଜାରି କରିଛନ୍ତି ବୋଲି କଟକ ଡିସିପି ସଞ୍ଜୀବ ଅରୋରା କହିଛନ୍ତି । ଏଥିସହ ଏଣିକି ଛୁଟି ଦିନରେ ହିଁ ବିସର୍ଜନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଟକରେ ପୂଜା ଓ ଭସାଣରେ ସୃଷ୍ଟି ହେଉଥିବା ଶବ୍ଦ ଓ ଜଳ ପ୍ରଦ୍ୟୁଷଣ, ଟ୍ରାଫିକ ସମସ୍ୟା ସମ୍ପର୍କିତ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Related story