ଗାଧୋଇବା ବେଳେ ବୁଡି ଗଲେ ଦୁଇ ଛାତ୍ର

କଟକ (ଓଡ଼ିଶା ରିପୋର୍ଟର): ଗାଧୁଆ ହେଲା କାଳ ହେଲା। କଟକ ଜିଲ୍ଲା ମହାନଦୀର ଧବଳେଶ୍ୱର ଘାଟରେ ବୁଡ଼ି ୨ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ୨ ଛାତ୍ର ସିଡିଏ ଅଞ୍ଚଳର। ସେମାନେ ହେଲେ ପ୍ରୀତମ ସେଠୀ ଓ ଶୁଭଙ୍କର ପଣ୍ଡା। ଜଣେ ଦଶମ ଶ୍ରେଣୀ ଛାତ୍ର ହୋଇଥିବାବେଳେ ଅନ୍ୟ ଜଣେ କଲେଜ ଛାତ୍ର। ଆଜି ସକାଳେ ସେମାନେ ଘାଟରେ ଗାଧୋଉଥିବା ବେଳେ ହଠାତ୍ ଜଣେ ଛାତ୍ର ପାଣିରେ ବୁଡି ଯାଇଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ଜଣେ […]

Rakesh Mallick
  • Published: Saturday, 07 October 2017
  • , Updated: 07 October 2017, 07:12 PM IST

କଟକ (ଓଡ଼ିଶା ରିପୋର୍ଟର): ଗାଧୁଆ ହେଲା କାଳ ହେଲା। କଟକ ଜିଲ୍ଲା ମହାନଦୀର ଧବଳେଶ୍ୱର ଘାଟରେ ବୁଡ଼ି ୨ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ୨ ଛାତ୍ର ସିଡିଏ ଅଞ୍ଚଳର। ସେମାନେ ହେଲେ ପ୍ରୀତମ ସେଠୀ ଓ ଶୁଭଙ୍କର ପଣ୍ଡା। ଜଣେ ଦଶମ ଶ୍ରେଣୀ ଛାତ୍ର ହୋଇଥିବାବେଳେ ଅନ୍ୟ ଜଣେ କଲେଜ ଛାତ୍ର।

ଆଜି ସକାଳେ ସେମାନେ ଘାଟରେ ଗାଧୋଉଥିବା ବେଳେ ହଠାତ୍ ଜଣେ ଛାତ୍ର ପାଣିରେ ବୁଡି ଯାଇଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ଜଣେ ଛାତ୍ର ପାଣିରେ ବୁଡି ଯାଇଥିଲେ। ଏହି ସମୟରେ କିଛି ଲୋକ ସେମାନେ ବୁଡ଼ି ଯାଉଥିବା ଦେଖି ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ୩ଟି ଟିଟ୍‌ ଖୋଜାଖୋଜି କରି ପ୍ରଥମେ ଶୁଭଙ୍କରଙ୍କ ମୃତଦେହ ଉଦ୍ଧାର କରିଥିଲେ।

Related story