ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର: କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ଅଭିଯୋଗ ପ୍ରସଙ୍ଗ ଉପରେ ବର୍ଷିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି,“ ଓଡ଼ିଶାରେ ଚାଷ ଜନିତ ପ୍ରସଙ୍ଗରେ ରାଜ୍ୟ ସରକାର ତାଙ୍କ କର୍ତ୍ତବ୍ୟ କରୁଛନ୍ତି। କେନ୍ଦ୍ର ସମାନ୍ତରାଳ ସରକାର ଚଳାଇଲା ପରି କାର୍ଯ୍ୟ କରୁଛନ୍ତି, ଯାହା ଗଣତନ୍ତ୍ର ପତି ବିପଦ। କେନ୍ଦ୍ର ସତେ ଯେମିତି ବ୍ୟକ୍ତିଗତ ଟଙ୍କା ଏବଂ ବ୍ୟାଙ୍କରୁ ଆଣି ଦେବା ଭଳି ମନ୍ତବ୍ୟ ଦେଉଛି।”</p> <p>ସେ ଆହୁରି କହିଛନ୍ତି,“ଚାଷୀଙ୍କ ସମସ୍ୟା ନେଇ କେନ୍ଦ୍ର କୃଷି ମନ୍ତ୍ରୀ ମୁଖ୍ୟମନ୍ତ୍ରୀ କିମ୍ବା ମୋ ସହ ଆଲୋଚନା କରନ୍ତୁ। ଧର୍ମେନ୍ଦ୍ରଙ୍କ ଘର ଓଡ଼ିଶାରେ ଓଡ଼ିଶା ବିଷୟରେ ସେ ଓଡ଼ିଶାରେ ଆଲୋଚନା କଲେ ଭଲ ହେବ। ଦେଢ଼ଶୂର-ଭାଇବୋହୂ ଆଚରଣ ଏବଂ ସଉତୁଣି ପରି କଜିଆ ନ କରନ୍ତୁ।”</p> <p>ରୋଗ ପୋକ ନେଇ ରାଜ୍ୟକୁ ଆଗରୁ ସତର୍କ କରାଯାଇଥିଲା ବୋଲି ଗତକାଲି କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ କହିଥିଲେ।</p> <p>ସେହିପରି ମନ୍ତ୍ରୀ ଦାମ ରାଉତଙ୍କ ମନ୍ତବ୍ୟ ଉପରେ ବର୍ଷିଛନ୍ତି ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ସେ କହିଛନ୍ତି,“ ମନ୍ତ୍ରୀ ପାଗଳର ପ୍ରଳାପ କରୁଛନ୍ତି। ଏହାସହିତ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି। ସଂଘୀୟ ବ୍ୟବସ୍ଥା ଉପରେ ତାଙ୍କର ଜ୍ଞାନ ନାହିଁ।”</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।