ବଦଳୁଛି ଦାନ ମାଝୀଙ୍କ ଲାଇଫ୍‌ ଷ୍ଟାଇଲ୍‌ : ତୃତୀୟ ବିବାହ ପରେ କିଣିଲେ ବାଇକ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଏକଦା ପତ୍ନୀଙ୍କ ମୃତଦେହ ଡାକ୍ତରଖାନାରୁ ଘରକୁ ନେବାକୁ ଅର୍ଥ ଯୋଗାଡ଼ କରିପାରି ନଥିବା କଳାହାଣ୍ଡି ଜିଲ୍ଲାର ଦାନ ମାଝୀଙ୍କ ଜୀବନରେ ଏବେ ଅନେକ ପରିବର୍ତ୍ତନ ଆସିଛି। ହଟିଯାଇଛି ଅଭାବ ଅନଟନର କଳା ବାଦଲ। ଉଭେଇ ଯାଇଛି ଦାରିଦ୍ର୍ୟର ଘନ ଅନ୍ଧକାର। ତଥାପି ଏହି ଦୁଃଖ ସୁଖର ଛାଇ ଆଲୁଅ ଖେଳ ଭିତରେ ଏକ ଭିନ୍ନ ଢଙ୍ଗରେ ଜୀଁଇବା ପାଇଁ ପ୍ରୟାସ କରୁଛନ୍ତି ଦାନ। ଏହାରି ଭିତରେ ବଦଳିଯାଇଛି ତାଙ୍କ ଲାଇଫ୍ ଷ୍ଟାଇଲ। ବେଶ ପୋଷାକ, […]

Dana Shining

Dana Shining

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 10:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଏକଦା ପତ୍ନୀଙ୍କ ମୃତଦେହ ଡାକ୍ତରଖାନାରୁ ଘରକୁ ନେବାକୁ ଅର୍ଥ ଯୋଗାଡ଼ କରିପାରି ନଥିବା କଳାହାଣ୍ଡି ଜିଲ୍ଲାର ଦାନ ମାଝୀଙ୍କ ଜୀବନରେ ଏବେ ଅନେକ ପରିବର୍ତ୍ତନ ଆସିଛି। ହଟିଯାଇଛି ଅଭାବ ଅନଟନର କଳା ବାଦଲ। ଉଭେଇ ଯାଇଛି ଦାରିଦ୍ର୍ୟର ଘନ ଅନ୍ଧକାର। ତଥାପି ଏହି ଦୁଃଖ ସୁଖର ଛାଇ ଆଲୁଅ ଖେଳ ଭିତରେ ଏକ ଭିନ୍ନ ଢଙ୍ଗରେ ଜୀଁଇବା ପାଇଁ ପ୍ରୟାସ କରୁଛନ୍ତି ଦାନ। ଏହାରି ଭିତରେ ବଦଳିଯାଇଛି ତାଙ୍କ ଲାଇଫ୍ ଷ୍ଟାଇଲ। ବେଶ ପୋଷାକ, ଚାଲିଚଳଣି, ରହିବା, ଖାଇବା ପିଇବା ସବୁଥିରେ ପରିବର୍ତ୍ତନ ଆସିଛି। ମିଜାଜ ସାଙ୍ଗକୁ ରୁଚି ମଧ୍ୟ ବଦଳୁଛି।

କିଛି ମାସ ତଳେ ତୃତୀୟ ବିବାହ କରିଥିବା ଦାନମାଝୀ ଆଜି ଏକ ନୂତନ ହୋଣ୍ଡା ସାଇନ୍ ବାଇକ୍‌ କିଣିଛନ୍ତି।  ସ୍ୱଭାବିକ ଭାବରେ ଏଥିରେ ସେ ଖୁବ୍ ଖୁସି ଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଅଖ୍ୟାତ ପଲ୍ଲୀ ମେଲଘରା ଗାଁର ଦାନ ମାଝୀ ଦିନେ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ସାରା ବିଶ୍ୱରେ ଚର୍ଚ୍ଚାକୁ ଆସିଥିଲେ। ଅର୍ଥାଭାବରୁ ଗାଡ଼ି ଖଣ୍ଡେ ଯୋଗାଡ଼ କରିପାରି ନଥିବା ଦାନଙ୍କର ସେଦିନର ଦୟନୀୟ ଚିତ୍ର ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା।

ଦାନ ମାଝୀଙ୍କ ଦ୍ୱିତୀୟ ପତ୍ନୀ ‘ଅମାଙ୍ଗ ଦେଈ’ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ୨୦୧୬ ଅଗଷ୍ଟ ୨୩ ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଦାନ ମାଝୀଙ୍କ ଘଟଣାରେ ରାଜ୍ୟର ଦାରିଦ୍ର୍ୟର ଅସଲ ଚିତ୍ର ପଦାକୁ ଆସିବା ପରେ ରାଜ୍ୟ ସରକାରଙ୍କୁ ନିନ୍ଦିତ ହେବାକୁ ପଡ଼ିଥିଲା। କେବଳ ରାଜ୍ୟ କି ଦେଶ ନୁହେଁ, ଅନ୍ତର୍ଜାତୀୟ ଗଣମାଧ୍ୟମରେ ଶିରୋନାମାରେ ରହିଥିଲେ ଦାନ ମାଝି। ଦାନ ମାଝୀଙ୍କ ଶବ ବୁହା ଘଟଣା ପରେ ଗଣମାଧ୍ୟମଠାରୁ ନେତା ମନ୍ତ୍ରୀ ସମସ୍ତଙ୍କ ସୁଅ ଛୁଟିଥିଲା ମେଲଘରା ଗାଁକୁ। କେବଳ ସେତିକି ନୁହେଁ, ସମବେଦନା ଆଉ ସାହାଯ୍ୟ ସହାନଭୁତିର ସୁଅ ଛୁଟିଥିଲା। ଏହି ଘଟଣା ପରେ ବାହାରିନ୍ ପ୍ରଧାନମନ୍ତ୍ରୀ ରାଜା ଖଲିଫା ବିନ୍ ସଲମାନ୍ ଅଲ୍ ଖଲିଫା ୯ ଲକ୍ଷ ଟଙ୍କାର ସହାୟତା ଦେଇଥିଲେ। ଏପରିକି ଉଡାଜାହାଜରେ ଦାନ ମାଝିକୁ ଦିଲ୍ଲୀ ନିଆଯାଇ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ବିଦେଶରୁ ଆସିଥିବା ସହାୟତା ରାଶି ପ୍ରଦାନ କରାଯାଇଥିଲା। ତେବେ ପରେ ଦାନ ତୃତୀୟ ବିବାହ କରିଥିଲେ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତର ଦାମନଘାଟି ଗାଁର ଆଲମତି ମାଝୀ (୩୦)ଙ୍କୁ ତୃତୀୟ ବିବାହ କରିଥିଲେ। ଏବେ ଦାନଙ୍କର ୩ ଜଣ ଝିଅ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story