ନିର୍ବାଚନ ପୂର୍ବରୁ ଡଙ୍ଗରିଆ କନ୍ଧ ବାଛିଲେ ପଞ୍ଚାୟତ ପ୍ରତିନିଧି

ରାୟଗଡ଼ା: ଫେବୃଆରୀରେ ହେବ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି। ହେଲେ ନିର୍ବାଚନ ପୂର୍ବରୁ ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧମାନେ ସେମାନଙ୍କ ପ୍ରତିନିଧି ବାଛି ସାରିଛନ୍ତି। ପାରସାଲି ପଞ୍ଚାୟତର ସବୁ ପଦପଦବୀ ପାଇଁ ଜନ ସମାବେଶ କରି ପ୍ରାର୍ଥୀ ଚୟନ କରିଛନ୍ତି। ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ଡଙ୍ଗରିଆ କନ୍ଧଙ୍କ ଏପରି ନିଷ୍ପତ୍ତି ଏବେ ସାମ୍ବିଧାନିକ ପ୍ରଶ୍ନ ଛିଡା କରିଛି। ଜନ ସମାବେଶରେ ଡଙ୍ଗରିଆ କନ୍ଧଙ୍କ […]

niyamagiri

niyamagiri

Rakesh Mallick
  • Published: Sunday, 08 January 2017
  • Updated: 01 February 2017, 04:40 PM IST

Sports

Latest News

ରାୟଗଡ଼ା: ଫେବୃଆରୀରେ ହେବ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି। ହେଲେ ନିର୍ବାଚନ ପୂର୍ବରୁ ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧମାନେ ସେମାନଙ୍କ ପ୍ରତିନିଧି ବାଛି ସାରିଛନ୍ତି। ପାରସାଲି ପଞ୍ଚାୟତର ସବୁ ପଦପଦବୀ ପାଇଁ ଜନ ସମାବେଶ କରି ପ୍ରାର୍ଥୀ ଚୟନ କରିଛନ୍ତି। ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ଡଙ୍ଗରିଆ କନ୍ଧଙ୍କ ଏପରି ନିଷ୍ପତ୍ତି ଏବେ ସାମ୍ବିଧାନିକ ପ୍ରଶ୍ନ ଛିଡା କରିଛି।

ଜନ ସମାବେଶରେ ଡଙ୍ଗରିଆ କନ୍ଧଙ୍କ ନିଷ୍ପତ୍ତି ଅନୁସାରେ ପ୍ରତି ପଦ ପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ। ନିୟମଗିରି ସୁରକ୍ଷା ସମିତି ସଭାପତି ସିକ୍‌କା ଲଦୋ କହିଛନ୍ତି,“ଆମେ ବାଛିଥିବା ଲୋକେ ନିର୍ବାଚନରେ ଛିଡା ହେବେ। ଅନ୍ୟ କେହି ଛିଡା ହେବେ ନାହିଁ। କେହି ଭୋଟ ଦେବେ ନାହିଁ।”

ଡଙ୍ଗରିଆଙ୍କ ଏପରି ନିଷ୍ପତ୍ତି ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ଗ୍ରହଣୀୟ ହେବ କି ନାହିଁ ତାହା ଏବେ ପ୍ରଶ୍ନ ହୋଇ ଛିଡା ହୋଇଛି। ଲୋକେ ନିଜ ଇଚ୍ଛାରେ ପ୍ରାର୍ଥୀ ଚୟନ କଲେ ନିର୍ବାଚନ କମିଶନ ଏହାକୁ ଗ୍ରହଣ କରିବେ କି ? ମନୋନୀତ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯଦି ନାକଚ ହୋଇଗଲା ତେବେ ସେ କ୍ଷେତ୍ରରେ କ’ଣ ହେବ ଆଦି ପ୍ରଶ୍ନ ଏବେ ଉଠିବାରେ ଲାଗିଛି। କମିଶନଙ୍କ ନିୟମ ଅନୁସାରେ କେହି ପ୍ରାର୍ଥିପତ୍ର ଦାଖଲ ନ କଲେ କିମ୍ବା ସମସ୍ତଙ୍କ ପ୍ରାର୍ଥିପତ୍ର ନାକଚ ହୋଇଗଲେ କମିଶନ ସେଠାରେ ନିର୍ବାଚନ ପାଇଁ ଆଉ ଥରେ ସୁଯୋଗ ଦେଇଥାନ୍ତି। ଦ୍ୱିତୀୟ ଥର ସମାନ ସ୍ଥିତି ଉପୁଜିଲେ ଉପଜିଲ୍ଲାପାଳ ସିଧାସଳଖ ସରପଞ୍ଚ ଓ ୱାର୍ଡମେମ୍ବର ବାଛିବେ। ସେହିପରି ପଞ୍ଚାୟତରାଜ ବିଭାଗ ଯୋଗ୍ୟତା ଭିତ୍ତିରେ ସମିତି ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଚୟନ କରିବାର ନିୟମ ରହିଛି।

ରାଜ୍ୟ ନିର୍ବାଚନ କମିଶନ ରବିନ୍ଦ୍ର ନାଥ ସାହୁ କହିଛନ୍ତି,“ଦ୍ୱିତୀୟ ଥର ବି ଯଦି କେହି ପ୍ରାର୍ଥୀ ନ ଆସନ୍ତି ପଞ୍ଚାୟତ ନିୟମ ଅନୁସାରେ କେଉଁ ପଦ ପାଇଁ କେଉଁ ବର୍ଗ ସଂରକ୍ଷିତ ଅଛନ୍ତି ସେହି ହିସାବରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ। ଜିଲ୍ଲା ପରିଷଦ ପାଇଁ କେହି ନ ଆସିଲେ ସରକାରଙ୍କ ସୁପାରିଶରେ ଜିଲ୍ଲା ପ୍ରଶାସନ ପ୍ରାର୍ଥୀ ଚୟନ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story