ନିଷ୍ଠୁର ପରମ୍ପରା: ଯେଉଁଠି କାଟି ଦିଆଯାଏ ହାତ ଆଙ୍ଗୁଳି

ବିଭିନ୍ନ ସମ୍ପ୍ରଦାୟର ଭିନ୍ନ ଭିନ୍ନ ପରମ୍ପରା ରହିଛି। କେହି ନିଜ ପରମ୍ପରା ଓ ରୀତିନୀତିକୁ ଛାଡି ରହିପାରନ୍ତି ନାହିଁ। ଦୁନିଆରେ ବହୁ ଅଜବ ପ୍ରକାରର ପରମ୍ପରା ରହିଛି। ଖାସକରି ଜନଜାତି ଲୋକଙ୍କ ମଧ୍ୟରେ ଏପରି ପରମ୍ପରା ଅଧିକ ଦେଖିବାକୁ ମିଳିଥାଏ। ଆଜି ଆମେ ଏମିତି ଏକ ଜନଜାତି ସମ୍ପର୍କରେ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ ଓ ଗୋଡ ତଳୁ ମାଟି ଖସିଯିବା ପରି ଲାଗିବ। କାରଣ ଏହି ପରମ୍ପରାଟି ଏତେ ଭୟଙ୍କର ଯେ, […]

indionesia

indionesia

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 05:28 PM IST

Sports

Latest News

ବିଭିନ୍ନ ସମ୍ପ୍ରଦାୟର ଭିନ୍ନ ଭିନ୍ନ ପରମ୍ପରା ରହିଛି। କେହି ନିଜ ପରମ୍ପରା ଓ ରୀତିନୀତିକୁ ଛାଡି ରହିପାରନ୍ତି ନାହିଁ। ଦୁନିଆରେ ବହୁ ଅଜବ ପ୍ରକାରର ପରମ୍ପରା ରହିଛି। ଖାସକରି ଜନଜାତି ଲୋକଙ୍କ ମଧ୍ୟରେ ଏପରି ପରମ୍ପରା ଅଧିକ ଦେଖିବାକୁ ମିଳିଥାଏ। ଆଜି ଆମେ ଏମିତି ଏକ ଜନଜାତି ସମ୍ପର୍କରେ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ ଓ ଗୋଡ ତଳୁ ମାଟି ଖସିଯିବା ପରି ଲାଗିବ। କାରଣ ଏହି ପରମ୍ପରାଟି ଏତେ ଭୟଙ୍କର ଯେ, ଏହାକୁ ପାଳନ କରାଯାଉଥିବା ବେଳେ ଯଦି ଦେଖି ଦେବେ ଆପଣଙ୍କ ହୃଦସ୍ପନ୍ଦନ ବନ୍ଦ ହୋଇଯିବ।

indonesiaଆମେ କହୁଛୁ, ଇଣ୍ଡୋନେସିଆର ଦାନି ଜନଜାତି ସମ୍ପର୍କରେ। ଏହି ଜନଜାତିରେ ଏକ ଅଜବ ପରମ୍ପରା ରହିଛି। କୌଣସି ପରିବାରରେ ମୁଖିଆଙ୍କ ମୃତ୍ୟୁ ଘଟିଲେ ପରିବାରର ଅନ୍ୟ ସଦସ୍ୟଙ୍କ ହାତ ଆଙ୍ଗୁଳି କୁଢାରୀରେ ହାଣି ଦିଆଯାଇଥାଏ। ସେ ମହିଳା ହୁଅନ୍ତୁ ଅବା ଛୁଆ ସମସ୍ତେ ଏହି ପରମ୍ପରାର ଡୋରରେ ବନ୍ଧା। ଏହାସହ ସେମାନଙ୍କ ମୁହଁକୁ ମାଟି ଓ ପାଉଁଶରେ ପୋତି ଦିଆଯାଏ।

ଏପରି କରିବାର ଏକ କାରଣ ରହିଛି। ଏହି ଜନଜାତିର ଲୋକଙ୍କ ବିଶ୍ୱାସ ରହିଛି, ପରିବାର ଲୋକେ ଅଧିକ କଷ୍ଟ ପାଇଲେ, ମୃତକଙ୍କ ଆତ୍ମାକୁ ଶାନ୍ତି ମିଳିବ।

ଆଙ୍ଗୁଳି କାଟିବାର ୩୦ ମିନିଟି ପୂର୍ବରୁ ଏହାକୁ ଜୋରରେ ବାନ୍ଧି ଦିଆଯାଇଥାଏ। ଏହାପରେ କୁଢାରୀରେ ଆଙ୍ଗୁଳି କାଟି ସୁଖା ଯାଇଥାଏ। ଆଙ୍ଗିଳି ସୁଖିଯିବା ପରେ ଜଳାଇ ଦିଆଯାଏ।

ଏପରି ନୃଶଂସ ପରମ୍ପକରାକୁ ଇଣ୍ଡୋନେସିଆ ସରକାର ବ୍ୟାନ କରିଦେଇଛନ୍ତି। ହେଲେ ଦାନି ଜନଜାତିର ଲୋକେ ଏହାକୁ ବେଖାତିର କରି ଆଜିବି ଏହାକୁ ପାଳନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos