ଦେବଗଡ଼: ଦେବଗଡ଼ ଜିଲ୍ଲାପାଳ ବିଜେଡି ସରକାରଙ୍କ ସପକ୍ଷରେ କାମ କରୁଥିବା ଅଭିଯୋଗ କରିଛି ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଏପରି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି,“ଜିଲ୍ଲାପାଳ ସରକାରୀ କାମ ସହ ନିର୍ବାଚନ ସୁପରିଚାଳନା କରିବା ପରିବର୍ତ୍ତେ ବେସରକାରୀ ଗାଡିରେ ବୁଲି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟଙ୍କୁ ବିଜେଡି ସପକ୍ଷରେ ଭୋଟ ଦେବାକୁ କହୁଛନ୍ତି। ତେଣୁ ଦେବଗଡ଼ରେ ନିରପେକ୍ଷ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କୁ ଅପସାରିତ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛୁ।”
୧୪ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେବଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ବୁଢାପାଳ ଠାରେ ପଡିଆ ପାଇଁ ତହସିଲ ନିର୍ଦ୍ଦେଶ ଅନୁସାରେ ଫି’ ଦାଖଲ କରାଯିବା ପରେ ଏହାକୁ ପୁଣି ବାତିଲ କରାଯିବା ନେଇ ବିଜେପି ପ୍ରଶ୍ନ ଉଠାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
୩ ଜିଲ୍ଲା ବୁଲିବା ପରେ କ୍ଷୟକ୍ଷତି ଆବେଦନ ଦିନଟିଏ ବଢ଼ାଇଲେ ମୁଖ୍ୟମନ୍ତ୍ରୀ
କ୍ଷୟକ୍ଷତି ଆକଳନ ୩୦ ତାରିଖ ଯାଏଁ ଚାଲିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ବୀମାଭୁକ୍ତ ନଥିଲେ ଚାଷୀ କିପରି ସାହାଯ୍ୟ ପାଇବେ, ସେନେଇ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
Politics
ଅଖିଲେଶ ଯାବଦଙ୍କ ବଡ଼ ଦାବି: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ତଳେ ରହିଛି ଶିବଲିଙ୍ଗ
ଉତ୍ତର ପ୍ରଦେଶରେ ଏବେ ପ୍ରତ୍ନତତ୍ତ୍ୱ ବିଭାଗର ସର୍ଭେକୁ ନେଇ ରାଜନୀତିକ ବିବାଦ ଚାଲିଥିବା ବେଳେ ଅଖିଲେଶଙ୍କ ବୟାନ ସାମ୍ନାକୁ ଆସିଛି।
Politics
ସାଂଘାତିକ ଅଭିଯୋଗ ଆଣି ଜୀବନ ହାରିଲେ ଯୁବ କଣ୍ଟ୍ରାକ୍ଟର: ବିଜେପି ଟାର୍ଗେଟରେ କଂଗ୍ରେସ
ଗୁରୁବାର ୨୬ ବର୍ଷୀୟ ସଚିନ ପଞ୍ଚଲ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ୭ ପୃଷ୍ଠାର ସୁଇସାଇଡ ନୋଟ ଛାଡ଼ି ଯାଇଛନ୍ତି।
Politics
ଉଜୁଡ଼ା କ୍ଷେତ ବୁଲି ଚାଷୀଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ
କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଅସୁବିଧା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ। କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ବି ଦେଇଛନ୍ତି।
Politics
କଳିଙ୍ଗ ଷ୍ଟାଡିୟମ ଆଥଲେଟିକ୍ ଟ୍ରାକରେ ଗାଡ଼ି ବୁଲିବା ଘଟଣା, ସଫେଇ ଦେଲେ କ୍ରୀଡ଼ା ମନ୍ତ୍ରୀ
କଳିଙ୍ଗ ଷ୍ଟାଡିୟମର ରନିଂ ଟ୍ରାକରେ ସରକାରୀ ଗାଡ଼ି ବୁଲିବାର ଦୃଶ୍ୟ ସାମ୍ନାକୁ ଆସିବା ପରେ ବିଜେପି ସରକାରକୁ ଟାର୍ଗେଟ କରିଥିଲେ ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା। ଜବାବ ଦେଲେ କ୍ରୀଡ଼ାମନ୍ତ୍ରୀ।