ବାଟ ହୁଡୁଛି ଇଞ୍ଜିନିୟରିଂ ଶିକ୍ଷା : ମାନ ବୃଦ୍ଧି ପାଇଁ ସରକାରଙ୍କ ଆକ୍‌ସନ୍‌ ପ୍ଲାନ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ ପଢ଼ି ନିଯୁକ୍ତି ସୁଯୋଗ ମିଳୁନି। ଏହା ଏବେ ଛାତ୍ରଛାତ୍ରୀଙ୍କ ମନରେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। କାରଣ ସଙ୍କୁଚିତ ହୋଇଛି ନିଯୁକ୍ତି ସୁଯୋଗ। ଯାହାଫଳରେ ଇଞ୍ଜିନିୟରିଂ କଲେଜ ଗୁଡ଼ିକରେ ଅଧିକାଂଶ ସିଟ୍ ଖାଲି ପଡ଼ିଛି। ତେବେ ସ୍ଥିତିରେ ସୁଧାର ଆଣିବା ପାଇଁ ଅଣ୍ଟା ଭିଡିଛି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ। ପ୍ରସ୍ତୁତ ହୋଇଛି ୧୦ ସୂତ୍ରୀ ଆକ୍ସନ ପ୍ଲାନ୍। ଯାହାକୁ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍(AICTE)ର ଅନୁମୋଦନ କରିଛି। […]

engineering

Rakesh Mallick
  • Published: Monday, 07 August 2017
  • , Updated: 07 August 2017, 07:55 PM IST

ନୂଆଦିଲ୍ଲୀ/ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ ପଢ଼ି ନିଯୁକ୍ତି ସୁଯୋଗ ମିଳୁନି। ଏହା ଏବେ ଛାତ୍ରଛାତ୍ରୀଙ୍କ ମନରେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। କାରଣ ସଙ୍କୁଚିତ ହୋଇଛି ନିଯୁକ୍ତି ସୁଯୋଗ। ଯାହାଫଳରେ ଇଞ୍ଜିନିୟରିଂ କଲେଜ ଗୁଡ଼ିକରେ ଅଧିକାଂଶ ସିଟ୍ ଖାଲି ପଡ଼ିଛି। ତେବେ ସ୍ଥିତିରେ ସୁଧାର ଆଣିବା ପାଇଁ ଅଣ୍ଟା ଭିଡିଛି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ। ପ୍ରସ୍ତୁତ ହୋଇଛି ୧୦ ସୂତ୍ରୀ ଆକ୍ସନ ପ୍ଲାନ୍। ଯାହାକୁ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍(AICTE)ର ଅନୁମୋଦନ କରିଛି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ମାନବସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଏହି ସୂଚନା ଦେଇଛନ୍ତି। ଏହାର ବ୍ୟବସ୍ଥା ଅନୁଯାୟୀ ପ୍ରତି ରାଜ୍ୟ ସହ ଆଲୋଚନା କରାଯାଇ ଆଗାମୀ ୧୦ବର୍ଷ ପାଇଁ  ଖସଡା ପ୍ରସ୍ତୁତ ହେବ। ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କୁ ଇଣ୍ଡକ୍‌ସନ୍ ଟ୍ରେନିଂ ଦିଆଯିବ। ସମସ୍ତ ଅନୁମୋଦିତ ବୈଷୟିକ ବିଶ୍ୱବିଦ୍ୟାଳୟରେ ଇଣ୍ଡଷ୍ଟ୍ରି କନସଲଟେନ୍ସ କମିଟି ଗଠନ ହେବ। ଏହାର ସିଲାବସ୍‌ରେ ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରାଯିବ। ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ ହେବା ପୂର୍ବରୁ ଛାତ୍ରଛାତ୍ରୀ ତିନିଟି ଇନଟର୍ଣ୍ଣସିପ୍ କରିବେ। ଦକ୍ଷତା ଓ କମ୍ୟୁନିକେସନ୍ ସ୍କିଲ୍‌ରେ ବିକାଶ, ଷ୍ଟାର୍ଟ ଅପ୍ ସୁଯୋଗକୁ ଅଗ୍ରାଧିକାର ସହ ପରୀକ୍ଷା ପ୍ରକ୍ରିୟାରେ ସଂସ୍କାର ଅଣାଯିବ। ସେହିପରି ଅଧ୍ୟାପକଙ୍କ ପାଇଁ ଟ୍ରେନିଂ ବାଧ୍ୟତାମୂଳକ ହେବ। ୨୦୨୨ ସୁଦ୍ଧା ସମସ୍ତ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଏହି କାର୍ଯ୍ୟାବଳୀକୁ ପାଳନ କରିବେ। ଏଥିରେ ଖିଲାପ ହେଲେ ସଂପୃକ୍ତ ଶିକ୍ଷାନୁଷ୍ଠାନର ଅନୁମୋଦନ ପ୍ରତ୍ୟାହାର କରାଯିବ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ସଞ୍ଜୟ ସିଂହ କହିଛନ୍ତି-“ଏଆଇସିଟିଇର ଯେଉଁ ଗାଇଡ୍‌ଲାଇନ୍‌ କରିଛନ୍ତି ତାହାକୁ ପାଳନ କରିବାକୁ ଚେଷ୍ଟା କରାଯାଉଛି।”

ଓପେକା ସମ୍ପାଦକ ବିନୋଦ ଦାଶ କହିଛନ୍ତି-“ଏଆଇସିଟିଇର ପ୍ରସ୍ତୁତ ହୋଇଛି ୧୦ ସୂତ୍ରୀ ଆକ୍ସନ ପ୍ଲାନ୍‌କୁ କାର୍ଯ୍ୟକାରୀ କରାଯାଏ ତାହାହେଲେ ଘରୋଇ କଲେଜ ଗୁଡ଼ିକ ଲାଭବାନ ହେବେ ଏବଂ ବେକାରୀ ସମସ୍ୟା ରହିବନାହିଁ।”

ଏପଟେ ଇଞ୍ଜିନିୟରିଂ ସିଲାବସକୁ ଅପଡେଟ୍ କରାଯିବା ଓ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଉପରେ ଛାତ୍ରଛାତ୍ରୀ ଗୁରୁତ୍ୱ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଆକ୍‌ସନ୍‌ ପ୍ଲାକୁ କଲେଜରେ ଶୀଘ୍ର ଲାଗୁ କରାଯିବା ଦରକାର ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

Related story