ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲରେ ପାଳନ ହେଲାନି ସ୍ୱାଧୀନତା ଦିବସ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଜାମୁଚକା ବିଦ୍ୟାଳୟରେ ଆଜି ସ୍ୱାଧୀନତା ଦିବସ ପାଳନ ହୋଇନି। ଶିକ୍ଷକଙ୍କ ବଦଳି ବାତିଲ୍‌ ଦାବି କରି ଅଭିଭାବକମାନେ ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଦେଇନଥିବା ଅଭିଯୋଗ ହୋଇଛି। ଜାମୁଚକା ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ସାହୁଙ୍କ ବଦଳି ହୋଇଥିଲା। ଯାହାଦ୍ୱାରା ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିଲା। ଯଥାଶୀଘ୍ର ତାଙ୍କୁ ଫେରାଇ ଆଣିବାକୁ ଦାବି କରି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଚଳାଇଥିଲେ। ଏପରିକି ସ୍ୱାଧୀନତା ଦିବସରେ ଜାତୀୟ ପତାକା […]

dhenkanal

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 03:44 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଜାମୁଚକା ବିଦ୍ୟାଳୟରେ ଆଜି ସ୍ୱାଧୀନତା ଦିବସ ପାଳନ ହୋଇନି। ଶିକ୍ଷକଙ୍କ ବଦଳି ବାତିଲ୍‌ ଦାବି କରି ଅଭିଭାବକମାନେ ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଦେଇନଥିବା ଅଭିଯୋଗ ହୋଇଛି।

ଜାମୁଚକା ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ସାହୁଙ୍କ ବଦଳି ହୋଇଥିଲା। ଯାହାଦ୍ୱାରା ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିଲା। ଯଥାଶୀଘ୍ର ତାଙ୍କୁ ଫେରାଇ ଆଣିବାକୁ ଦାବି କରି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଚଳାଇଥିଲେ। ଏପରିକି ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଦେଇ ନ ଥିଲେ। ଏ ସମ୍ପର୍କରେ ଖବର ପାଇ ସିଆସିସି ସ୍କୁଲରେ ପହଞ୍ଚି ଆନ୍ଦୋଳନ ଚଳାଇଥିବା ଅଭିଭାବକଙ୍କୁ ବୁଝାଶୁଝା କରିଥିଲେ।

Related story