ପରିସ୍ରା କରିବା ବେଳେ ଭୁଲ୍‌ରେ କରନ୍ତୁ ନାହିଁ ଏମିତି...

କଥାରେ ଅଛି, ଆତୁରେ ନିୟମ ନାସ୍ତି। ମାନେ ଆପତକାଳୀନ ସମୟରେ ଆମେ ସ୍ଥାନ,କାଳ, ପାତ୍ର ସମ୍ପର୍କରେ ଅବଗତ ନ ହୋଇ ଯାହା ଠିକ୍‌ ଲାଗେ କରି ଦେଇଥାଉ। ଅବଶ୍ୟ ଏମିତି କାର୍ଯ୍ୟ ଠିକ୍‌ ନୁହେଁ। ଝାଡ଼ା ଓ ପରିସ୍ରାକୁ ଚାପି ରଖିବା ଭାରି କଷ୍ଟକର। ଏଥିପାଇଁ ସାଧାରଣତଃ ଅନେକ ବ୍ୟକ୍ତି ପରିସ୍ରା ଲାଗିଲେ ଯେଉଁଠି ହେଉନା କାହିଁକି ସେଇଠି ପରିସ୍ରା କରି ଦେଇଥାନ୍ତି। ସେତେବେଳେ ସ୍ଥାନକାଳପାତ୍ର ଦେଖି ନ ଥାନ୍ତି। ବୈଜ୍ଞାନିକମାନେ ଏହିଭଳି ପରିସ୍ରା କରୁଥିବା ବ୍ୟକ୍ତିଙ୍କୁ […]

chanda

chanda

Rakesh Mallick
  • Published: Thursday, 12 April 2018
  • Updated: 15 June 2018, 07:35 AM IST

Sports

Latest News

କଥାରେ ଅଛି, ଆତୁରେ ନିୟମ ନାସ୍ତି। ମାନେ ଆପତକାଳୀନ ସମୟରେ ଆମେ ସ୍ଥାନ,କାଳ, ପାତ୍ର ସମ୍ପର୍କରେ ଅବଗତ ନ ହୋଇ ଯାହା ଠିକ୍‌ ଲାଗେ କରି ଦେଇଥାଉ। ଅବଶ୍ୟ ଏମିତି କାର୍ଯ୍ୟ ଠିକ୍‌ ନୁହେଁ।

ଝାଡ଼ା ଓ ପରିସ୍ରାକୁ ଚାପି ରଖିବା ଭାରି କଷ୍ଟକର। ଏଥିପାଇଁ ସାଧାରଣତଃ ଅନେକ ବ୍ୟକ୍ତି ପରିସ୍ରା ଲାଗିଲେ ଯେଉଁଠି ହେଉନା କାହିଁକି ସେଇଠି ପରିସ୍ରା କରି ଦେଇଥାନ୍ତି। ସେତେବେଳେ ସ୍ଥାନକାଳପାତ୍ର ଦେଖି ନ ଥାନ୍ତି। ବୈଜ୍ଞାନିକମାନେ ଏହିଭଳି ପରିସ୍ରା କରୁଥିବା ବ୍ୟକ୍ତିଙ୍କୁ ନେଇ ଗବେଷଣା କରିଛନ୍ତି। ଜାଣତରେ ହେଉ ବା ଅଜାଣତରେ ଏଭଳି କରିବା ସମ୍ପୂର୍ଣ୍ଣ ଭୁଲ। ଯାହା ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ବୈଜ୍ଞାନିକ ମତ ଅନୁସାରେ ପରିସ୍ରା କରିବା ସମୟରେ କିଛି ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ। ଆସନ୍ତୁ ଜାଣିବା ସେ ବିଷୟରେ।

୧- କୌଣସି ଅପରିଷ୍କାର ସ୍ଥାନ ଓ ଅସନା ହୋଇଥିବା ବାଥରୁମ୍‌ରେ ପରିସ୍ରା କରନ୍ତୁ ନାହିଁ। ଏହା ଦ୍ୱାରା  ଇନଫେକସନ୍‌ ହେବାର ଅଧିକ ସମ୍ଭାବନା ରହିଛି। ସାର୍ବଜନୀନ ବାଥରୁମ୍‌ରେ ଗଲାବେଳେ ବାଥରୁମ୍‌ରେ ୪ରୁ ୫ ମଗ୍ ପାଣି ଢ଼ାଳି ପରିସ୍ରା କରନ୍ତୁ।

୨-କିଛି ଲୋକ କାମ କଲାବେଳେ ଓ ଆଉ କେତେଜଣ ଆଳସ୍ୟରେ ପରିସ୍ରା ଲାଗିଲେ ଚାପି  ରଖିଦିଅନ୍ତି। ଏହା କରିବା ଆଦୌ ଉଚିତ ନୁହେଁ। ଏହା ଦ୍ୱାରା ଆମେ ଅଜାଣତରେ ବଡ଼ ଭୁଲ କରିଥାଉ। ଅଧିକ ସମୟ ଚାପି ରଖିବା ଦ୍ୱାରା କିଡ଼ନୀ  ଉପରେ ପ୍ରଭାବ ପକାଇଥାଏ। ସବୁବେଳେ ଏପରି କଲେ କିଡନୀ ଖରାପ ହୋଇଯିବାର ସମ୍ଭାବନା ରହିଛି।

୩- ସବୁଦିନ ପରିସ୍ରା  କରିବା ସମୟରେ ନର୍ମାଲ ଫେଣଠାରୁ  ଅଧିକ ଫେଣ ହେଉଥିଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏପରି ଫେଣ ବାହାରିଲେ କିଡ଼ନୀ ଖରାପ ହେବା ବା ପରିସ୍ରା ଇନଫେକସନ୍ ହୋଇଥିବା ଆଶଙ୍କା ରହିଥାଏ।

୪- ଯଦି ପରିସ୍ରା  ହଳଦିଆ ହେଉଥାଏ। ତାହାହେଲେ ତୁରନ୍ତ ଡାକ୍ତର ପରାମର୍ଶ ନିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ କିଛି ରୋଗ ହେବାର ଆଶଙ୍କା ରହିଥାଏ।

୫- ପରିତ୍ସା କରିବା ସମୟରେ ଅଧିକ ଦୁର୍ଗନ୍ଧ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ହୋଇପାରେ  ଏହା କୌଣସି ରୋଗର ଲକ୍ଷଣ  ହୋଇପାରେ।

୬- ଟାଇଟ୍ ଜିନ୍ସ ବା ଟାଇଟ୍ କପଡ଼ା ପିନ୍ଧିବା ସମୟରେ ପରିତ୍ସା ଲାଗିଲେ  ଚାପି ରଖନ୍ତୁ ନାହିଁ। ଏହା ଆପଣଙ୍କ ମୁତ୍ରାଶୟ ଉପରେ ଖରାପ  ପ୍ରଭାବ ପକାଇଥାଏ। ପ୍ରତିଦିନ ୪ଲିଟରୁ ଅଧିକ ପାଣି ପିଅନ୍ତୁ। ଏହାଦ୍ୱାରା ଆପଣ ଦେହରେ ଥିବା ବିଷାକ୍ତ ପଦାର୍ଥ ପରିତ୍ସା  ଦେଇ ବାହାରକୁ ବାହାରି ଆସିଥାଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos