ଜଗା-କାଳିଆଙ୍କ ପାଇଁ ଜଗାଙ୍କ ପାଖରେ ଗୁହାରି କଲେ ଡାକ୍ତର ଅଶୋକ ମହାପାତ୍ର
ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ  ଚିକିତ୍ସାଧୀନ ଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ସୁସ୍ଥ ରୂପେ ଫେରାଇ ଆଣିବା ପାଇଁ ସାମୁହିକ ପ୍ରାର୍ଥନା କରାଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପିଲା ଦୁଇଟିକୁ ସମ୍ପୂର୍ଣ୍ଣ ସୁସ୍ଥ ଓ ଦୀର୍ଘାୟୁ କରିବା ପାଇଁ ଦୀପ ଜାଳି ପ୍ରାର୍ଥନା କରିଛନ୍ତି ଦିଲ୍ଲୀ ଏମ୍ସର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ର।
ବର୍ତ୍ତମାନ ସୁଦ୍ଧା ଜଗା-କାଳିଆଙ୍କୁ ଅଲଗା କରିବା ପାଇଁ ନ୍ୟୁରୋସର୍ଜନ ବିଭାଗ ମୁଖ୍ୟ ଡାକ୍ତର ମହାପାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ତଥାପି ପରମାତ୍ମାଙ୍କ ବିନା ସୃଷ୍ଟି ଅସମ୍ଭବ। ତେଣୁ ସେହି ପରମାତ୍ମାଙ୍କ ନିକଟରେ ଦୁଇ ଶିଶୁଙ୍କ ପାଇଁ ବଡ଼ ଠାକୁରଙ୍କ ଆଶୀର୍ବାଦ ଲୋଡ଼ାଯାଇଛି। ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ଭୁବନେଶ୍ୱର ସଚିବାଳୟ ପଛପାଖ ଜଗନ୍ନାଥ ମନ୍ଦିରରେ ଆୟୋଜିତ ଏହି ସ୍ୱତନ୍ତ୍ର ଦୀପଦାନ କାର୍ଯ୍ୟକ୍ରମରେ ଅନେକ ବ୍ୟକ୍ତି ଯୋଗ ଦେଇଥିଲେ।
କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଖବର ଦେଖି ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ନୂଆ ଜୀବନ ପାଇବେ। ଏହି ଆଶା ନେଇ ଗତ ଜୁଲାଇ ୧୩ ତାରିଖରେ ଦେଶର ସବୁଠାରୁ ବଡ଼ ଡାକ୍ତରଖାନା ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏମ୍ସକୁ ଯାଇ ଜଗା-କାଳିଆଙ୍କୁ ଭେଟିଥିଲେ।
https://www.youtube.com/watch?v=8Ofu73pxnxE
Ordigital Desk
• Published: Monday, 04 September 2017
• Updated: 04 September 2017, 10:04 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos