ଭୋଳା ପାଇଁ କାନ୍ଦିଲା କଟକ, ଶ୍ମଶାନର ସାଥୀକୁ ମୃତ୍ୟୁ ପରେ ମିଳିଲା ସମ୍ମାନ, ପଢନ୍ତୁ ମାଲଭାଇ କୁକୁରର ମହାନ କାହାଣୀ  

କଟକ:(ଓଡ଼ିଶା ରିପୋର୍ଟର):ଆଜି ବି ଜୀବନର ଶେଷ ଯାତ୍ରା ପାଇଁ ଜଣେ କାନ୍ଧଟିଏ ପାଉ ନାହିଁ। ମୃତ୍ୟୁ ପରେ ବି ଜାତି, ବର୍ଣ୍ଣ ଓ ଧର୍ମର ବୁଢିଆଣି ଜାଲରୁ ମୁକୁଳି ପାରୁନି। କ୍ରୋଧ, ଅହଙ୍କାର ଆଉ ଗର୍ବର ମର୍ଜି ଭିତରେ ମରିଯାଉଛି ମାନବିକତା ଆଉ ସେ କ୍ଷେତ୍ରରେ ଗୋଟିଏ କୁକୁର ଦାନ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଝରି ଆସିବ। ସେ ବୁଝୁ ନ ଥିଲା ଜାତି କି ଧର୍ମ। ଜାଣୁ ନ ଥିଲା କିଏ ଧନୀ କିଏ […]

dog-1

dog-1

Rakesh Mallick
  • Published: Monday, 04 December 2017
  • Updated: 04 December 2017, 11:07 PM IST

Sports

Latest News

କଟକ:(ଓଡ଼ିଶା ରିପୋର୍ଟର):ଆଜି ବି ଜୀବନର ଶେଷ ଯାତ୍ରା ପାଇଁ ଜଣେ କାନ୍ଧଟିଏ ପାଉ ନାହିଁ। ମୃତ୍ୟୁ ପରେ ବି ଜାତି, ବର୍ଣ୍ଣ ଓ ଧର୍ମର ବୁଢିଆଣି ଜାଲରୁ ମୁକୁଳି ପାରୁନି। କ୍ରୋଧ, ଅହଙ୍କାର ଆଉ ଗର୍ବର ମର୍ଜି ଭିତରେ ମରିଯାଉଛି ମାନବିକତା ଆଉ ସେ କ୍ଷେତ୍ରରେ ଗୋଟିଏ କୁକୁର ଦାନ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଝରି ଆସିବ। ସେ ବୁଝୁ ନ ଥିଲା ଜାତି କି ଧର୍ମ। ଜାଣୁ ନ ଥିଲା କିଏ ଧନୀ କିଏ ଗରିବ। କିନ୍ତୁ ସମ୍ପର୍କର ପରିଭାଷାକୁ ସେ ମର୍ମେ ମର୍ମେ ବୁଝିଥିଲା।

ସ୍ନେହ, ପ୍ରେମ ଭଲ ପାଇବାର ମହତ୍ୱକୁ  ସେ ଠିକ୍‌ ଭାବେ ଅନୁଭବ କରି ପାରୁଥିଲା।  ସାମାନ୍ୟ ମାତ୍ର କୁକୁରଟିଏ ହୋଇବି ମାନବିକତାର ମହାନତାକୁ ସେ ହୃଦୟଙ୍ଗମ କରିପାରୁଥିଲ। ଯାହା ଆଜି ସଭ୍ୟ ସମାଜର ଶ୍ରେଷ୍ଟ ଜୀବ ବୋଲାଉ ଥିବା ମଣିଷ ପାଇଁ ମହଙ୍ଗା ହୋଇଛି। ସେ ଏମିତି କୁକୁର ଯିଏ ଶେଷଯାତ୍ରାରେ ସାମିଲ ହେଉଥିଲା। ଯିଏ ସୁଖ ନୁହେଁ ଦୁଃଖରେ ଭାଗିଦାର ହେଉଥିଲା ସେ ଆଜି ଚାଲିଯାଇଛି । କିନ୍ତୁ ଜୀବନବ୍ୟାପୀ କୁକୁରଟି ଯେଉଁ ଦାନ କରିଥିଲା ତାକୁ ଆଜି ତାର ପ୍ରକୃତ ପ୍ରତିଦାନ ମିଳିଛି।  ସେଇ କୁକୁରଟିର ଆଜି ମୃତ୍ୟୁ ଘଟିଥିବା ବେଳେ ତାର ବି ଆଜି ସମ୍ମାନ ସୂରୂପ ଶେଷକୃତ୍ୟ କରାଯାଇଛି। କଟକର ଜଉଁଳିଆପଟାରେ ଆଜି ତାର ଶେଷକୃତ୍ୟ କରାଯାଇଛି। କାନ୍ଦି ଥିଲା ସାହି ପଡ଼ିଶା। ଖେଳିଯାଇଥିଲା ଶୋକର ବାତାବରଣ।

କେଉଁ ଖାନଦାନୀ ଘରର ପୋଷା କୁକୁର ନଥିଲା କି ବିଳାସରେ ବଢ଼ି ନଥିଲା ସେ । ସେ ଥିଲା ରାସ୍ତକଡ଼ର ବୁଲା କୁକୁର। ସାହି ଲୋକେ ତାକୁ ଶ୍ରଦ୍ଧାରେ ବିଭିନ୍ନ ନାମରେ ଡାକନ୍ତି। କିଏ ତାକୁ ଭୋଳା ତ ଆଉ କିଏ ଟମି ଏବଂ ଆଉ କିଏ ଭଇରୋ ବୋଲି ଡାକନ୍ତି। କୁକୁର ହୋଇ ମଧ୍ୟ ତାକୁ କେହି କୁକୁର ଭଳି ବ୍ୟବହାର କରୁ ନ ଥିଲେ। ସମ୍ପର୍କର ସୂତା ଖିଅରେ  ସେ ଏମିତି ବାନ୍ଧି ହୋଇଯାଥିଲା ଯେ, ଏରିଆର ସବୁ ପରିବାରର ସେ ଜଣେ ସଦସ୍ୟ ପାଲଟି ଯାଇଥିଲା। ସମସ୍ତଙ୍କ ଦୁଃଖରେ ସୁଖରେ ଭାଗିଦାର ହେଉଥିବା ଏହି କୁକୁର ପାଖରେ ଆଉ ଏକ ନିଆରା ଗୁଣ ଥିଲା। ତାହା ହେଉଛି ସାହିର ଯଦି କେବେ କାହାର ମୃତ୍ୟୁ ହୋଇ ଯାଉଥିଲା ସେଠି ସେ ସାମିଲ ହୋଇ ଯାଉଥିଲା। ମୃତକଙ୍କ ପରିଜନଙ୍କ ଭଳି ସେ ବି ଶୋକାକୂଳ ହୋଇଯାଏ। ଦାଣ୍ଡଦ୍ୱାରରେ ଯେତେବେଳେ ଶବଧାର ଯାଏ ସେ ବି ସାଜେ ମାଲଭାଇ। ଖାଲି ସେତିକି ନୁହଁ ମଶାଣି ପର୍ଯ୍ୟନ୍ତ ଯାଏ।  ଆଉ ଶେଷକୃତ୍ୟ ପର୍ଯ୍ୟନ୍ତ ଜଗି ରହେ। ଲୁହ ସିନା ଗଡ଼ାଏ ନାହିଁ।  ହେଲେ ତାର ଅନ୍ତରଟା କେତେ କାନ୍ଦେ ତାହା କେବଳ ତାର ମୁଖମଣ୍ଡଳର ଶୁଖିଲା ଚାହାଁଣୀରୁ ବାରି ହୁଏ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ୨୦୦୬ ମସିହାରୁ ଭୋଳା ପ୍ରାୟ ୬୦୦ରୁ ଊର୍ଦ୍ଧ ଶବ ସତ୍କାରେ ସେ ସାମିଲ ହୋଇଛି।

ତା’ର ଏଭଳି ମୃତ୍ୟୁ ଆମକୁ ଗଭୀର ଦୁଃଖ ଦେଇଛି। କୁକୁର ହେଲେ ମଧ୍ୟ ତାର ଦାନ ଥିଲା ମହାନ। ସେ ଆମ ହୃଦୟର ସବୁଦିନ ପାଇଁ ରହିଯିବ ବୋଲି ଦୁଃଖର ସହ କହିଛନ୍ତି ସ୍ଥାନୀୟ ବାସିନ୍ଦା ପ୍ରକାଶ ଅଗ୍ରୱାଲ ।  ତେବେ କୁକୁର ଯେ ଖାନନଗର ମଶାଣିରେ ଜଣକ ଶବ ସତ୍କାରରେ ସାମିଲ ହୋଇଥିବା ପ୍ରଥମେ ପ୍ରଥମେ ସାହିର ରାଜୁ ଗୋଏଙ୍କା ବାରି ପାରିଥିଲେ ବୋଲି ପ୍ରକାଶ କହିଛନ୍ତି। ଏ ସମ୍ପର୍କରେ ରାଜୁଙ୍କ ମନ୍ତବ୍ୟ ଥିଲା ଅତି ହୃଦୟସ୍ପର୍ଶୀ। ତାଙ୍କ କହିବା ଅନୁଯାୟୀ ସେ ଥରେ ତାଙ୍କ ସାଙ୍ଗ ମା’ଙ୍କ ଶବ ସତ୍କାର ପାଇଁ ଯାଇଥିଲେ। ଆଉ ସେହି ସ୍ଥାନରେ କୁକୁରଟି ମଧ୍ୟ ଥିଲା।

ଶବ ସତ୍କାର  ସରିବା ପରେ ପାଖରେ ଥିବା ନଦୀରେ କୁକୁରଟି ଅନ୍ୟମାନଙ୍କ ଭଳି ଗାଧୋଇ ଥିଲା। କଟକର କେବଳ ଜଉଁଳିଆପଟା ନୁହଁ ବକ୍ସିବଜାର, ଚୌଧୁରୀ ବଜାରର ଯେତେ ଶବ ଦାହ ହୁଏ କୁକୁରଟି ସେଠି ପହଞ୍ଚି ଯାଏ ବୋଲି ସେ କହିଛନ୍ତି।  ଆଉ ଆଜି ଉକ୍ତ କୁକୁର ମୃତ୍ୟୁ ପରେ ପରମ୍ପରା ଅନୁଯାୟୀ ଶେଷକୃତ୍ୟ କରାଯାଥିଲା। ଗୋଟିଏ ଟ୍ରଲିରେ ତାର ମୃତ ଦେହକୁ ମଶାଣି ପର୍ଯ୍ୟନ୍ତ ନିଆଯାଇଥିଲା। ଏଥିରେ ସାମିଲ ହୋଇଥିଲା ପୁରା ସାହି। ବାଜା ବାଦ୍ୟର ବି ଆୟୋଜନ ହୋଇ ଥିଲା। ଆଉ ପୂର୍ଣ୍ଣ ମର୍ଯ୍ୟାଦାର ସହ ମୃତ ଦେହକୁ ସଂସ୍କାର କରାଯାଇଥିଲା। ଲୋକଙ୍କ କହିବା ଅନୁଯାୟୀ ଗତ ଦୁଇ ମାସ ହେଲା କୁକୁରଟି ଅସୁସ୍ଥ ଥିଲା।  ଆଉ ଆଜି ତାର ମୃତ୍ୟୁ ଘଟିଥିଲା। ତେବେ ମଣିଷ ମୃତ୍ୟୁରେ ଯେଭଳି କ୍ରୀୟାକର୍ମ ହୁଏ ଭୋଳା କ୍ଷେତ୍ରରେ ବି ଆମେ ସେଭଳି ପାଳିବୁ ବୋଲି ସ୍ଥାନୀୟ ବାସିନ୍ଦା ଗୋପୀ ଅଗ୍ରୱାଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story