- Videos
- Odisha
- ଜୟୀ ରାଜଗୁରୁ ବିବାଦ ଭିତରକୁ ଧର୍ମେନ୍ଦ୍ରଙ୍କୁ ଟାଣିଲେ ଦାମ
ଜୟୀ ରାଜଗୁରୁ ବିବାଦ ଭିତରକୁ ଧର୍ମେନ୍ଦ୍ରଙ୍କୁ ଟାଣିଲେ ଦାମ
- Published: Saturday, 25 November 2017
- , Updated: 25 November 2017, 04:57 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଜୟୀ ରାଜଗୁରୁ’ ସ୍ୱାଧୀନତା ସଂଗ୍ରାମୀ ନଥିଲେ। ସେ ଇଂରେଜମାନଙ୍କ ସହ ନିଜ ସ୍ୱାର୍ଥ ପାଇଁ ସାଲିସ୍ କରିଥିଲେ। ତେଣୁ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ କହିବା ଠିକ୍ ହେବନି। ଗତକାଲି ଖୋର୍ଦ୍ଧା ଜିଲ୍ଲା ଲୋକ-ମହୋତ୍ସବରେ ଯୋଗଦେବା ଅବସରରେ ବିଜେଡିର ତୁଣ୍ଡ ତଥା ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଏପରି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଜି ଏହି ବିବାଦ ଭିତରକୁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣିଛନ୍ତି।</p>
<p>ଦାମ କହିଛନ୍ତି-“କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ସେମାନେ ୧୮୧୭ରୁ ୨୦୧୭କୁ ୨୦୦ ବର୍ଷ ପାଳନ କରିଥିଲେ। ଯଦି ଜୟୀରାଜ ଗୁରୁ ସ୍ୱାଧୀନତା ସଂଗ୍ରାମ କରୁଥିଲେ, ତାହାହେଲେ ସେମାନେ(ଧର୍ମେନ୍ଦ୍ର) କ’ଣ ପାଇଁ ୧୮୦୪ ପରିବର୍ତ୍ତେ ୧୮୧୭କୁ ୨୦୦ ବର୍ଷ ପୂର୍ତ୍ତି ପାଳନ କରୁଥିଲେ?”</p>
<p>ସେ କହିଛନ୍ତି-“୧୭୫୧ରେ ମରହଟ୍ଟାମାନେ ଖୋର୍ଦ୍ଧା ଦଖଲ କରିନେଇଥିଲେ। ସେମାନେ ହିନ୍ଦୁ ହୋଇଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କ ବିଜେ ସ୍ଥଳ ଶ୍ରୀକ୍ଷେତ୍ରକୁ କର ମୁକ୍ତ କରିଥିଲେ। ମାତ୍ର ସେହି ସମୟରେ ଜୟୀ ରାଜଗୁରୁ ଗୌତମ ବୁଦ୍ଧଙ୍କ ଜନ୍ମ ସ୍ଥାନ ଲମ୍ୱେଇ ପ୍ରଗଣା (କପିଳବାସ୍ତୁ ବା କପିଳେଶ୍ୱର)କୁ କରମୁକ୍ତ କରିବା ପାଇଁ ଦାବି କରିଥିଲେ। ମାତ୍ର ଏଥିରେ ରାଜି ହୋଇନଥିଲେ ମରହଟ୍ଟା। ଏହାକୁ ନେଇ ମରହଟ୍ଟା ଓ ଜୟୀ ରାଜଗୁରୁଙ୍କ ମଧ୍ୟ ଦ୍ୱନ୍ଦ୍ୱ ଲାଗି ରହିଥିଲା। ଏହା ଭିତରେ ଇଂରେଜମାନେ ଉତ୍କଳରେ ପ୍ରବେଶ କରିବାକୁ ସୁଯୋଗ ଖୋଜୁଥିଲେ। ମାତ୍ର ପ୍ରବେଶ କରିପାରୁ ନ ଥିଲେ। ପରେ କିଛି ସର୍ତ୍ତ ରଖି ଜୟୀ ରାଜଗୁରୁ ଇଂରେଜଙ୍କ ସହିତ ହାତ ମିଳାଇ ଥିଲେ। ମାତ୍ର ସେମାନେ (ଇଂରେଜ) ଆସିବା ପରେ ଜୟୀ ରାଜଗୁରୁଙ୍କ ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ବିରୋଧରେ ଜୟୀ ରାଜଗୁରୁ ବିଦ୍ରୋହ କରିଥିଲେ। ଏହି ବିଦ୍ରୋହରେ ଖୋର୍ଦ୍ଧା, କୁଜଙ୍ଗ ଓ କନିକା ରାଜ୍ୟର ପ୍ରଜାମାନେ ସାମିଲ ହୋଇଥିଲେ। ୪ ଦିନ ଭିତରେ ଇଂରେଜମାନେ ସେମାନଙ୍କ ବିଦ୍ରୋହକୁ ଭାଙ୍ଗି ଦେଇଥିଲେ। ପରେ ଜୟୀ ରାଜଗୁରୁଙ୍କୁ ଅତି ନିର୍ମମ ଭାବେ ବରଗଛରେ ବାନ୍ଧି ଫାସି ଦେଇଦେଲେ। ଏକଥା ମୁଁ କହିନାହିଁ। ବିଶିଷ୍ଟ ଐତିହାସିକ ଡକ୍ଟର ବିସି ରାୟଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ କମିଟି ଦ୍ୱାରା ଲିଖିତ ଭଲ୍ୟୁମରେ ଉଲ୍ଲେଖ ରହିଛି।”</p>
<p>ସେ କହିଛନ୍ତି-“ବିସି ରାୟଙ୍କ ନେତୃତ୍ୱରେ ଲେଖାଯାଇଥିବା ଭଲ୍ୟୁମ୍‌ରେ ଉଲ୍ଲେଖ ରହିଛି- ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ ଧରାଯିବ ନାହିଁ। କାରଣ ସେ(ଜୟୀ ରାଜଗୁରୁ) ରାଜ୍ୟକୁ ସ୍ୱାଧୀନ କରିବା ପାଇଁ ବିଦ୍ରୋହ କରୁନଥିଲେ। ଲୁମ୍ୱେଇ ପ୍ରଗଣାକୁ କରମୁକ୍ତ କରିବା ପାଇଁ ବିଦ୍ରୋହ କରୁଥିଲେ। ଏହାର ୧୪ ବର୍ଷ ପରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଇଂରେଜ ସରକାର ବିରୋଧରେ ଆନ୍ଦୋଳନ କରାଯାଇଥିଲା। ତେଣୁ ଐତିହାସିକମାନେ କହୁଛନ୍ତି ୧୮୧୭ରୁ ୧୮୨୭ ପର୍ଯ୍ୟନ୍ତ ପାଇକ ବିଦ୍ରୋହ ହୋଇଥିଲା। ଏହା ହେଉଛି ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ। ଏକଥା ମୁଁ କହୁନି ବହିରେ ଲେଖାଯାଇଛି।”</p>