ଦୂତୀ ଚାନ୍ଦ ପାଇଲେ ୨୦୧୫ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାର ସୂନାମଧନ୍ୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଏକ ବିଶେଷ ଉତ୍ସବରେ ପ୍ରଦାନ କରାଯାଇଛି ଚଳିତବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାର। ଏ ବାବଦରେ ଦୂତୀଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରାଯାଇଛି। ସେହିପରି ଚେସ୍ କୁଇନ୍ ସାଇନା ସାଲୋନିକା ଓ ଭାରୋତ୍ତୋଳନକାରୀ ପ୍ରମିଳା କ୍ରିସାନୀଙ୍କୁ ସମ୍ମାନିତ କରାଯାଇଛି। ସେମାନଙ୍କୁ ପୁରସ୍କାର ବାବଦକୁ ୫୦ ହଜାର ଟଙ୍କା ଲେଖାଏଁ ଓ ମାନପତ୍ର ପ୍ରଦାନ କରାଯାଇଛି। ଏହି ଉତ୍ସବରେ କ୍ରୀଡ଼ା ଓ ଯୁବ ବ୍ୟାପାର […]

ekalabya3

ekalabya3

Rakesh Mallick
  • Published: Wednesday, 23 December 2015
  • Updated: 23 December 2015, 04:19 PM IST

Sports

Latest News

ekalabya3ଭୁବନେଶ୍ୱର: ଓଡ଼ିଶାର ସୂନାମଧନ୍ୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଏକ ବିଶେଷ ଉତ୍ସବରେ ପ୍ରଦାନ କରାଯାଇଛି ଚଳିତବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାର। ଏ ବାବଦରେ ଦୂତୀଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରାଯାଇଛି। ସେହିପରି ଚେସ୍ କୁଇନ୍ ସାଇନା ସାଲୋନିକା ଓ ଭାରୋତ୍ତୋଳନକାରୀ ପ୍ରମିଳା କ୍ରିସାନୀଙ୍କୁ ସମ୍ମାନିତ କରାଯାଇଛି। ସେମାନଙ୍କୁ ପୁରସ୍କାର ବାବଦକୁ ୫୦ ହଜାର ଟଙ୍କା ଲେଖାଏଁ ଓ ମାନପତ୍ର ପ୍ରଦାନ କରାଯାଇଛି।

ଏହି ଉତ୍ସବରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟଅତିଥି, ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ସଚିବ ବିଶାଳ କୁମାର ଦେବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବରେ କେନ୍ଦ୍ରାପଡ଼ା ସାଂସଦ ତଥା ଇମ୍ପାକ୍ଟ ଟ୍ରଷ୍ଟି ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ରହିଥିଲେ। ଉତ୍ସବରେ ପ୍ରାରମ୍ଭିକ ସମ୍ଭାଷଣ ରଖିଥିଲେ ଏକଲବ୍ୟ କମିଟିର ଆବାହକ ସଞ୍ଜୀବ ଦାସ।ekalabya5

ଓଡିଆ ଖେଳାଳିଙ୍କୁ ପରିଚିତ ଓ ପୁରସ୍କୃତ କରିବା ପାଇଁ ୧୯୯୩ ମସିହାରେ ସ୍ଥାପିତ ହୋଇଥିଲା ସମ୍ମାନଜନକ ଏକଲବ୍ୟ ପୁରସ୍କାର। ବର୍ତ୍ତମାନ ବିଜେତାଙ୍କ ପାଇଁ ଏହି ପୁରସ୍କାରର ରାଶି ୫ଲକ୍ଷ ଟଙ୍କା ରହିଛି। ଏହା ସହିତ ଅନ୍ୟ ଦୁଇ ଜଣ ଖେଳାଳିଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଥାଏ। ଏକଲବ୍ୟ ପୁରସ୍କାର ରାଜ୍ୟର ଏକ ସମ୍ମାନଜନକ ପୁରସ୍କାର। ରାଜ୍ୟର ଯୁବ ଖେଳାଳିଙ୍କ ଦକ୍ଷତା ଏବଂ ସଫଳତାକୁ ସ୍ୱୀକୃତି ପ୍ରଦାନ କରି ସେମାନଙ୍କୁ କ୍ରୀଡା କ୍ଷେତ୍ରରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଅର୍ଜନ କରିବାକୁ ପ୍ରେରିତ କରିବା ପାଇଁ ଏହି ପୁରସ୍କାର ଦିଆଯାଇଥାଏ।ekalabya10

ସମଗ୍ର ପୂର୍ବ ଭାରତର ଅଗ୍ରଣୀ ଫେରୋ ଆଲଏଜ୍ କମ୍ପାନୀ  ‘ଇଣ୍ତିଆନ ମେଟାଲସ୍ ଆଣ୍ତ ଫେରୋ ଆଲଏଜ୍’ (ଇମ୍ଫ।)ର ଚ୍ୟାରିଟି ଶାଖା ‘ଇମ୍ପାକଟ୍’ ବା ‘ଇଣ୍ତିଆନ୍ ମେଟାଲସ୍ ପବ୍ଲିକ୍ ଚ୍ୟାରିଟେବଲ୍ ଟ୍ରଷ୍ଟ’ ଦ୍ୱାରା ପ୍ରତିବର୍ଷ ଓଡିଆ ଯୁବ କ୍ରଡ଼ାବିତଙ୍କୁ ଏହା ପ୍ରଦାନ କରାଯାଇଥାଏ। ଦୌଡ଼ରାଣୀ ରଚିତା ପଣ୍ତାଙ୍କଠାରୁ ଏହି ପୁରସ୍କାର ପ୍ରଦାନର ଯାତ୍ରା ଆରମ୍ଭ ହୋଇଥିଲା। ବିଗତ ୨୨ ବର୍ଷ ଧରି ଉଦୀୟମାନ ଓ ପ୍ରତିଭା ସମ୍ପନ୍ନ କ୍ରୀଡ଼ାବ୍ୟକ୍ତିତ୍ୱଙ୍କୁ ପୁରସ୍କୃତ କରିବାର ଏହି ସମୃଦ୍ଧ ପରମ୍ପରାକୁ ‘ଇମ୍ପାକ୍ଟ’ ଆଗେଇ ନେଇଛି।ekalabya6

ପୂର୍ବରୁ ଭାରତୀୟ ହକି ଟିମର ପୂର୍ବତନ କ୍ୟାପଟେନ ଦିଲୀପ ତିର୍କୀ, ଅନ୍ତର୍ଜାତୀୟ କ୍ରିକେଟିଅର୍ ଦେବାଶିଷ ମହାନ୍ତି, ଷ୍ଟାର୍ ଖେଳାଳି ଅନୁରାଧା ବିଶ୍ୱାଳ, ଭାରୋତ୍ତୋଳନକାରୀ କେ. ରବି କୁମାର, ଅନ୍ତର୍ଜାତୀୟ ଚେସ୍ ଖେଳାଳି ପଦ୍ମିନୀ ରାଉତ, ସୁଟର୍ ଶ୍ରେୟଙ୍କା ଷଡ଼ଙ୍ଗୀ ପ୍ରମୁଖ ଖେଳାଳିଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ‘ଇମ୍ପାକ୍ଟ’ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

କ୍ରୀଡ଼ା ବ୍ୟତୀତ ରାଜ୍ୟରେ ସାହିତ୍ୟ, ସଂସ୍କୃତି ଓ ସମାଜସେବାକୁ ମଧ୍ୟ ପ୍ରୋତ୍ସାହିତ କରିବା ପାଇଁ ‘ଇମ୍ପାକ୍ଟ’ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story