ଏହାକୁ ନିୟମିତ ଖାଆନ୍ତୁ: ପାଖ ମାଡିବ ନାହିଁ ବାର୍ଦ୍ଧକ୍ୟ

ବୟସ ବଢିବା ଏକ ପ୍ରାକୃତିକ ଉପାୟ। ଏହାକୁ କେହି ଅଟକାଇ ପାରିବେ ନାହିଁ। ଜୀବନଧାରଣ ଠିକ୍‌ଠାକ୍‌ ରହିଲେ ସବୁ ଭଲରେ ଚାଲିଥାଏ। ହେଲେ ଆଜିର ଜଞ୍ଜାଳମୟ ଜୀବନରେ ଲୋକଙ୍କୁ କାମରୁ ନିସ୍ତାର ମିଳୁନାହିଁ। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କେବଳ କାମ ହିଁ କାମ। ଏପରିସ୍ଥିତିରେ ନିଶ୍ଚିତ ଭାବେ ଆପଣ ଠିକ୍‌ରେ ଦେହର ଯତ୍ନ ନେଇପାରୁ ନଥିବେ। ଫଳସ୍ୱରୂପ ଅସମୟରେ ବାର୍ଦ୍ଧବ୍ୟ ମାଡି ଆସୁଛି। ହେଲେ ଆମେ ଖାଉଥିବା ମେନୁରେ ଏପରି କିଛି ଖାଦ୍ୟ ରହିଛି ଯାହାକୁ […]

Berries-and-cherries

Rakesh Mallick
  • Published: Thursday, 07 December 2017
  • , Updated: 07 December 2017, 08:58 AM IST

ବୟସ ବଢିବା ଏକ ପ୍ରାକୃତିକ ଉପାୟ। ଏହାକୁ କେହି ଅଟକାଇ ପାରିବେ ନାହିଁ। ଜୀବନଧାରଣ ଠିକ୍‌ଠାକ୍‌ ରହିଲେ ସବୁ ଭଲରେ ଚାଲିଥାଏ। ହେଲେ ଆଜିର ଜଞ୍ଜାଳମୟ ଜୀବନରେ ଲୋକଙ୍କୁ କାମରୁ ନିସ୍ତାର ମିଳୁନାହିଁ। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କେବଳ କାମ ହିଁ କାମ। ଏପରିସ୍ଥିତିରେ ନିଶ୍ଚିତ ଭାବେ ଆପଣ ଠିକ୍‌ରେ ଦେହର ଯତ୍ନ ନେଇପାରୁ ନଥିବେ। ଫଳସ୍ୱରୂପ ଅସମୟରେ ବାର୍ଦ୍ଧବ୍ୟ ମାଡି ଆସୁଛି। ହେଲେ ଆମେ ଖାଉଥିବା ମେନୁରେ ଏପରି କିଛି ଖାଦ୍ୟ ରହିଛି ଯାହାକୁ ନିୟମିତ ଗ୍ରହଣ କଲେ ଅକାଳ ବାର୍ଦ୍ଧକ୍ୟ ଆପଣଙ୍କ ପାଖ ମାଡିବ ନାହିଁ। ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ସମ୍ପର୍କରେ।

ବିଲାତି ଓ ତରଭୁଜ: ବିଲାତି ଓ ତରଭୁଜ ଲାଇକୋପେନ୍‌ରେ ଭରପୂର। ଲାଇକୋପେନ୍‌ ଫ୍ରି ରେଡିକଲ୍ସକୁ ନ୍ୟୁଟ୍ରାଲାଇଜ କରି ଏହାକୁ ସ୍ଥିର ରଖିଥାଏ ଏବଂ କ୍ୟାନସର ହେବା ଆଶଙ୍କାକୁ ଦୂର କରିଥାଏ। ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା ସୂର୍ଯ୍ୟକିରଣ ଯୋଗୁଁ ଶରୀରରେ ହେଉଥିବା କ୍ଷତି ଦୂର ହୋଇଥାଏ। ବିଲାତିକୁ ଜୁସ୍‌ ଓ କଞ୍ଚା ମଧ୍ୟ ନେଇହେବ। ଏହା ସ୍ୱାସ୍ଥ୍ୟ ପାଇଁ ହିତକର। ଏହା ଆପଣଙ୍କୁ ସତେଜ ରଖିବା ସହ ସ୍ୱାସ୍ଥ୍ୟବାନ କରିଥାଏ।

ରସୁଣ ଓ ପରିବା: ରସୁଣ, ପିଆଜ, ପିଆଜ ସଣ୍ଡା, ଧଣିଆ ପତ୍ର, ପୋଦିନା ପତ୍ର ଓ ପରିବାରେ ଏଲିୟମ ଭରି ରହିଛି। ଏହା ଫ୍ରି ରେଡିକଲ୍ସକୁ ମୁକାବିଲା କରିବାକୁ ଶକ୍ତି ଯୋଗାଇଥାଏ। ଏହା ଶରୀରରେ ଏନର୍ଜିକୁ ସ୍ଥିର ରଖିବା ସହ ଇମ୍ୟୁନ୍‌ ସିଷ୍ଟମକୁ ଦୃଢ କରିଥାଏ। ଯାହା ଆପଣଙ୍କ ଆକର୍ଷଣୀୟ ଦେଖାଯିବାରେ ସହଯୋଗ କରିଥାଏ।

ବେରିଜ: ବ୍ଲ୍ୟୁ ବେରିଜ, ଷ୍ଟ୍ରାବେରିଜ, ବ୍ଲାକ ବେରିଜ, ଚେରିଜ ଓ ପାମ୍ପଗେନେଟ୍‌ରେ ଆଣ୍ଟିଅକ୍ସାଡସ୍‌ ଭରପୂର ମାତ୍ରାରେ ରହିଥାଏ। ଗାଢ଼ ରଙ୍ଗର ଫଳ ଓ ପରିବାରେ ଆଣ୍ଟିଅକ୍ସାଡସ୍‌ କେମିକାଲକୁ ସୁରକ୍ଷିତ ରଖିଥାଏ। ଯାହା ଅସମୟ ବାର୍ଦ୍ଧକ ସମସ୍ୟା ଦୂର କରିଥାଏ।

Related story