ସ୍କୁଲ୍‌ରେ ପଶି ମଧ୍ୟାହ୍ନ ଭୋଜନ ଚାଉଳ ଖାଇଗଲେ ହାତୀ

Ordigital Desk
  • Published: Wednesday, 26 July 2017
  • , Updated: 26 July 2017, 10:50 AM IST
<p>କେନ୍ଦୁଝର: ସ୍କୁଲ କବାଟ ଭାଙ୍ଗି ମଧ୍ୟାହ୍ନ ଭୋଜନ (ଏମ୍&zwnj;ଡିଏମ୍&zwnj;) ଚାଉଳ ଖାଇଗଲେ ହାତୀ ପଲ। କେନ୍ଦୁଝର ଜିଲ୍ଲା ଜ୍ୟୋତିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏ ଘଟଣା। ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳକୁ ହାତୀପଲ ଖାଇବା ସହ ନଷ୍ଟ କରି ଦେଇଛନ୍ତି।</p> <p>[video width=&quot;640&quot; height=&quot;480&quot; mp4=&quot;]</p> <p>ଏହା ସହିତ ୩ଟି ହାତୀ ଆଜି ଚମ୍ପୁଆ ରେଞ୍ଜର ଜ୍ୟୋତିପୁର, ପାରୁଡ଼ିପଶି ଏବଂ ବର୍ଦ୍ଧନାରେ ପଶି ୧୧ ବଖରା ଘର ଭାଙ୍ଗି ଥିବା ସୂଚନା ମିଳିଛି। ହାତୀପଲ ଗାଁ ନିକଟରେ ରହୁଥିବାରୁ ଏସବୁ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।</p>

Related story