୩ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ମହିଳା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ୩ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଗିରଫ କରିଛି। ତାଙ୍କ ନାମ ସଂଘମିତ୍ରା ଗୌଡ଼ା। ଗୋଟିଏ ଜମିକୁ ୩ ଥର ବିକ୍ରି କରିଥିବା ନେଇ ସଂଘମିତ୍ରାଙ୍କ ନାଁରେ ଅଭିଯୋଗ ରହିଛି।  ଏହା ସହ ସେ ଉକ୍ତ ଜମିକୁ ବନ୍ଧକ ରଖି ବିଭିନ୍ନ ସଂସ୍ଥାରୁ ଋଣ ‌ଆଣିଛନ୍ତି। ବ୍ୟାଙ୍କ୍ ଓ ପ୍ରାଇଭେଟ୍ ଫାଇନାନ୍ସ ଓ ଜଣେ ବ୍ୟକ୍ତିଙ୍କଠାରୁ ସେ ଏହି ଋଣ କରିଛନ୍ତି। ଅଭିଯୋଗ ହେବା ପରେ […]

Rakesh Mallick
  • Published: Thursday, 14 September 2017
  • , Updated: 14 September 2017, 02:52 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ ୩ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଗିରଫ କରିଛି। ତାଙ୍କ ନାମ ସଂଘମିତ୍ରା ଗୌଡ଼ା।

ଗୋଟିଏ ଜମିକୁ ୩ ଥର ବିକ୍ରି କରିଥିବା ନେଇ ସଂଘମିତ୍ରାଙ୍କ ନାଁରେ ଅଭିଯୋଗ ରହିଛି।  ଏହା ସହ ସେ ଉକ୍ତ ଜମିକୁ ବନ୍ଧକ ରଖି ବିଭିନ୍ନ ସଂସ୍ଥାରୁ ଋଣ ‌ଆଣିଛନ୍ତି। ବ୍ୟାଙ୍କ୍ ଓ ପ୍ରାଇଭେଟ୍ ଫାଇନାନ୍ସ ଓ ଜଣେ ବ୍ୟକ୍ତିଙ୍କଠାରୁ ସେ ଏହି ଋଣ କରିଛନ୍ତି।

ଅଭିଯୋଗ ହେବା ପରେ ସଂଘମିତ୍ରାଙ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ପୂର୍ବରୁ ସଂଘମିତ୍ରାଙ୍କ ସ୍ୱାମୀ ଗିରଫ ହୋଇଛନ୍ତି।

Related story