ଜାଣିଛନ୍ତି କି ଟ୍ରେନ୍‌ କେତେ ପ୍ରକାର ହର୍ଣ୍ଣ ମାରେ ?  

ଛୁକ୍‌ ଛୁକ୍‌ ଶବ୍ଦ କରି ଟ୍ରେନ୍‌ ଗଡିଚାଲିବା ବେଳେ ଖୁବ୍‌ ଜୋରରେ ହର୍ଣ୍ଣ ମାରେ। ଏ କଥା ଆମେ ସମସ୍ତେ ଜାଣିଛେ। ଶୁଣିଛେ ମଧ୍ୟ । ଏହା ଅତି ସାଧାରଣ କଥା। ହେଲେ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି, ପ୍ରତି ଟ୍ରେନ୍‌ ଗଡିବା ଆଗରୁ ବା ଚାଲିବା ବେଳେ ଭିନ୍ନ ଭିନ୍ନ ଶୈଳୀରେ ହର୍ଣ୍ଣ ବାଜିବାର ବ୍ୟବସ୍ଥା ରହିଛି।  ଆଉ ଏହି ହର୍ଣ୍ଣ ବାଜିବା ପଛରେ ରହିଛି ରୋଚକ କାରଣ । ଆପଣ ହୁଏତ ଜାଣି […]

train

train

Rakesh Mallick
  • Published: Monday, 27 November 2017
  • Updated: 27 November 2017, 07:16 PM IST

Sports

Latest News

ଛୁକ୍‌ ଛୁକ୍‌ ଶବ୍ଦ କରି ଟ୍ରେନ୍‌ ଗଡିଚାଲିବା ବେଳେ ଖୁବ୍‌ ଜୋରରେ ହର୍ଣ୍ଣ ମାରେ। ଏ କଥା ଆମେ ସମସ୍ତେ ଜାଣିଛେ। ଶୁଣିଛେ ମଧ୍ୟ । ଏହା ଅତି ସାଧାରଣ କଥା। ହେଲେ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି, ପ୍ରତି ଟ୍ରେନ୍‌ ଗଡିବା ଆଗରୁ ବା ଚାଲିବା ବେଳେ ଭିନ୍ନ ଭିନ୍ନ ଶୈଳୀରେ ହର୍ଣ୍ଣ ବାଜିବାର ବ୍ୟବସ୍ଥା ରହିଛି।  ଆଉ ଏହି ହର୍ଣ୍ଣ ବାଜିବା ପଛରେ ରହିଛି ରୋଚକ କାରଣ । ଆପଣ ହୁଏତ ଜାଣି ନ ଥିବେ । ଭାରତୀୟ ଟ୍ରେନ୍‌ଗୁଡିକ  ୧୧ ପ୍ରକାର ହର୍ଣ୍ଣ ବାଜିବାର ବ୍ୟବସ୍ଥା ରହିଛି। ଆସନ୍ତୁ ଜାଣିବା ସେହି ଭିତରୁ କିଛି ହର୍ଣ୍ଣ ଓ ସେହି ଶବ୍ଦ ସଙ୍କେତ ସମ୍ପର୍କରେ କିଛି କଥା।

ସ୍ମାର୍ଟ ହର୍ଣ୍ଣ - ଏହି ହର୍ଣ୍ଣ ମାତ୍ର ଅଳ୍ପ କିଛି ସେକେଣ୍ଡ ପାଇଁ ବାଜିଥାଏ। ଏହା ବାଜିବାର ଅର୍ଥ ହେଉଛି ଟ୍ରେନ୍‌ର ଗାର୍ଡ ଆସି ଯାଇଛନ୍ତି ଓ ଟ୍ରେନ୍‌ ଯାତ୍ରା କରିବା ପାଇଁ ପ୍ରସ୍ତୁତ।

ଦୁଇଟି ସର୍ଟ ହର୍ଣ୍ଣ - ଟ୍ରେନଟି  ଯାତ୍ରା କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଏହି ହର୍ଣ୍ଣ ବାଜିଥାଏ। ଲୋକୋପାଇଲଟ୍‌ଙ୍କ ଦ୍ୱାରା ଇଞ୍ଜିନ ଗାର୍ଡଙ୍କୁ ସିଗନାଲ ଦେବା ଉଦ୍ଦେଶ୍ୟରେ ଏହା ସଙ୍କେତ ବୋଲି କୁହାଯାଇପାରେ।

ତିନିଟି ସର୍ଟ ହର୍ଣ୍ଣ - ଏହି ସର୍ଟ ହର୍ଣ୍ଣ ଆପଦକାଳୀନ ପରିସ୍ଥିତିରେ ବଜା ଯାଇଥାଏ। ଏହା ମୋଟର ମ୍ୟାନ୍‌ଙ୍କ ଦ୍ୱାରା ବଜା ଯାଇଥାଏ। ଗାଡିର ଇଞ୍ଜିନ୍‌ ଲୋକୋପାଇଲଟ୍‌ଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଗଲେ ଗାର୍ଡଙ୍କୁ ଏହି ହର୍ଣ୍ଣ ମାଧ୍ୟମରେ ସଙ୍କେତ ଦିଆଯାଏ ।

ଚାରିଟି ସର୍ଟ ହର୍ଣ୍ଣ - ଟ୍ରେନର କୌଣସି ବୈଷିୟିକ ସମସ୍ୟା ଦେଖାଦେଲେ ଏହାକୁ ବଜାଯାଇଥାଏ । ଫଳରେ ଟ୍ରେନଟି ଆଗକୁ ନ ଯିବା ଲାଗି ସଙ୍କେତ ମିଳିଯାଏ ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos