ନକଲି ବାବୁସାନ ଗିରଫ: ଫେକ୍ ଆଇଡି କରି ଲୋକଙ୍କୁ ଠକୁଥିଲା

ନୂଆପଡ଼ା: ଧରାପଡିଲା ନକଲି ବାବୁସାନ। ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବାବୁସାନଙ୍କ ନାଁରେ ନକଲି ଫେସ୍‌ବୁକ ଆଇଡି ଖୋଲି ଫିଲ୍ମରେ ସୁଯୋଗ ଦେବାକୁ କହି ଠକୁଥିଲା ସେ। ନୂଆପଡ଼ା ଜିଲ୍ଲା ଖରିଆରରୁ ଯାଜପୁର ଜିଲ୍ଲା ପାଣିକୋଇଲି ପୋଲିସ ନକଲି ବାବୁସାନକୁ ଗିରଫ କରିଛି। ପାଣିକୋଇଲିର ଜଣେ ମହିଳାଙ୍କ ଠାରୁ ୭ ଭରି ସୁନା ଓ ୨୨ ହଜାର ଟଙ୍କା ଠକି ଥିବା ଥାନାରେ ଅଭିଯୋଗ ହୋଇଛି। ମହିଳାଙ୍କ ଶିଶୁକନ୍ୟାକୁ ଫିଲ୍ମରେ ସୁଯୋଗ ଦେବାକୁ କହି ଠକିଥିଲା। ଅଧିକ ଟଙ୍କା […]

arrest

Rakesh Mallick
  • Published: Thursday, 27 July 2017
  • , Updated: 27 July 2017, 01:45 PM IST

ନୂଆପଡ଼ା: ଧରାପଡିଲା ନକଲି ବାବୁସାନ। ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବାବୁସାନଙ୍କ ନାଁରେ ନକଲି ଫେସ୍‌ବୁକ ଆଇଡି ଖୋଲି ଫିଲ୍ମରେ ସୁଯୋଗ ଦେବାକୁ କହି ଠକୁଥିଲା ସେ। ନୂଆପଡ଼ା ଜିଲ୍ଲା ଖରିଆରରୁ ଯାଜପୁର ଜିଲ୍ଲା ପାଣିକୋଇଲି ପୋଲିସ ନକଲି ବାବୁସାନକୁ ଗିରଫ କରିଛି।

ପାଣିକୋଇଲିର ଜଣେ ମହିଳାଙ୍କ ଠାରୁ ୭ ଭରି ସୁନା ଓ ୨୨ ହଜାର ଟଙ୍କା ଠକି ଥିବା ଥାନାରେ ଅଭିଯୋଗ ହୋଇଛି। ମହିଳାଙ୍କ ଶିଶୁକନ୍ୟାକୁ ଫିଲ୍ମରେ ସୁଯୋଗ ଦେବାକୁ କହି ଠକିଥିଲା। ଅଧିକ ଟଙ୍କା ମାଗି ନେବାକୁ ଆସିବା ବେଳେ ପୋଲିସ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ଗତ ୧୬ ତାରିଖ ଦିନ ସୋସିଆଲ୍ ମିଡିଆ ଜରିଆରେ ବାବୁସାନଙ୍କ ନାଁରେ ଅର୍ଥ ଆଦାୟ ହେଉଥିବା ଅଭିଯୋଗ ହୋଇଥିଲା।  ବିଭିନ୍ନ ସମସ୍ୟା କଥା କହି ଏହି ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା। ତେବେ ଏଭଳି ଅଭିଯୋଗକୁ ବାବୁସାନ ଖଣ୍ଡନ କରିଥିଲେ।

Related story