ଚାଷୀ ଆତ୍ମହତ୍ୟାକୁ ସରକାର ସ୍ୱୀକାର କରନ୍ତୁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟାକୁ ରାଜ୍ୟ ସରକାର ସ୍ୱୀକାର କରନ୍ତୁ। ଏଥିପାଇଁ ରାଜ୍ୟ ସରକାର ବାଧ୍ୟ। ରବିବାର ଏକଥା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୨୦୦ ଚାଷୀ ଆତ୍ମହତ୍ୟା କଲେଣି। ଗଣମାଧ୍ୟମଗୁଡ଼ିକରେ ଏନେଇ ତଥ୍ୟ ପ୍ରକାଶ ପାଇଛି। ଫସଲହାନି ଜନିତ କଷ୍ଟ ଓ ଋଣବୋଝ ଯୋଗୁଁ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି। କିନ୍ତୁ ସରକାର ଏହାକୁ ମାନିବାକୁ ରାଜି ନୁହଁନ୍ତି। ପ୍ରଜାତନ୍ତ୍ରରେ ସରକାର ସବୁବେଳେ ନିଜ ଜିଦରେ ରହିବା […]

dharmendra

dharmendra

Rakesh Mallick
  • Published: Sunday, 20 December 2015
  • Updated: 20 December 2015, 11:33 AM IST

Sports

Latest News

dharmendraଭୁବନେଶ୍ୱର: ଚାଷୀ ଆତ୍ମହତ୍ୟାକୁ ରାଜ୍ୟ ସରକାର ସ୍ୱୀକାର କରନ୍ତୁ। ଏଥିପାଇଁ ରାଜ୍ୟ ସରକାର ବାଧ୍ୟ। ରବିବାର ଏକଥା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୨୦୦ ଚାଷୀ ଆତ୍ମହତ୍ୟା କଲେଣି। ଗଣମାଧ୍ୟମଗୁଡ଼ିକରେ ଏନେଇ ତଥ୍ୟ ପ୍ରକାଶ ପାଇଛି। ଫସଲହାନି ଜନିତ କଷ୍ଟ ଓ ଋଣବୋଝ ଯୋଗୁଁ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି। କିନ୍ତୁ ସରକାର ଏହାକୁ ମାନିବାକୁ ରାଜି ନୁହଁନ୍ତି। ପ୍ରଜାତନ୍ତ୍ରରେ ସରକାର ସବୁବେଳେ ନିଜ ଜିଦରେ ରହିବା କଥା ନୁହେଁ। ବେଳେ ବେଳେ ଲୋକଙ୍କ କଥା ବି ଶୁଣିବା ଉଚିତ୍। ବିଭିନ୍ନ ଚାଷୀ ସଂଗଠନ, ଗୁଣି ଲୋକ ଓ ଗଣମାଧ୍ୟମ ଚାଷୀ ଆତ୍ମହତ୍ୟା କଥା କହୁଥିବା ବେଳେ ସରକାର ଏହାକୁ ଏଡ଼ାଇ ଯିବା, ଅସ୍ୱୀକାର କରିବା ଠିକ୍ ନୁହେଁ। ଏହାକୁ ସରକାର ନିଜ ମାନପ୍ରତିଷ୍ଠା ଭାବେ ହିସାବ କରିବା ଉଚିତ୍ ନୁହେଁ। ବାସ୍ତବତାକୁ ସ୍ୱୀକାର କରିବା ଉଚିତ୍।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଚାଷୀମୃତ୍ୟୁ ନେଇ ସରକାର ସମସ୍ତଙ୍କ କଥା ଶୁଣିବା ଦରକାର ନାହିଁ। ଚାଷୀ ମୃତ୍ୟୁର ଯାଞ୍ଚ ପାଇଁ ସରକାର ବିଚାରବିଭାଗୀୟ ତଦନ୍ତ କରାନ୍ତୁ। ତାଙ୍କ ଦଳ ପ୍ରାରମ୍ଭରୁ ଏହି ଦାବି କରି ଆସୁଛି। ଜଣେ ସିଟିଂ ଜଜଙ୍କ ଅଧ୍ୟକ୍ଷତାରେ ଏକ କମିଟି କରି ସରକାର ଚାଷୀ ମୃତ୍ୟୁ ଘଟଣାର ଯାଞ୍ଚ କଲେ ସତ କଥା ଜଣାପଡ଼ିଯିବ। କିନ୍ତୁ ସରକାର ତାହା ନକରି କେତେବେଳେ କହୁଛନ୍ତି ମଦ ପିଇ ଚାଷୀ ମରିଗଲା ତ ଆଉ କେତେବେଳେ କହୁଛନ୍ତି ଫସଲହାନି କିମ୍ବା ଋଣବୋଝ ନୁହେଁ, ପ୍ରେମ ଜନିତ କାରଣରୁ ଚାଷୀ ଆତ୍ମହତ୍ୟା କରିଛି। ସରକାରଙ୍କ ଏହିଭଳି ଟାହିଟାପରା ମୃତ ଚାଷୀଙ୍କ ପରିବାର ଲୋକଙ୍କ କଟାଘା’ରେ ଚୂନ ମାରିବା ସଦୃଶ ହୋଇଛି।

ଏହା ସହିତ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ର ସରକାର ଆତ୍ମହତ୍ୟା କରୁଥିବା ଚାଷୀମାନଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେଉଛନ୍ତି। ସେମାନେ ନିଜ ନିଜ ବଜେଟରୁ ଏହି କ୍ଷତିପୂରଣ ଦେଉଛନ୍ତି। କ୍ଷତିପୂରଣ ଅଲଗା ଅଲଗା ରହିଛି। ତେଣୁ ଓଡ଼ିଶା ସରକାର ବି ପ୍ରାଣ ହରାଉଥିବା ଚାଷୀମାନଙ୍କ ପରିବାର ଲୋକଙ୍କୁ ନିଜ ବଜେଟରୁ କ୍ଷତିପୂରଣ ଦେବା ଉଚିତ୍।

ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ମରୁଡ଼ି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ସରକାରଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ଖୁବଶୀଘ୍ର କେନ୍ଦ୍ର ସରକାର ରାଜ୍ୟ ସରକାରକୁ କ୍ଷତିପୂରଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କ ମତକୁ ସମାଲୋଚନ କରିଛି ବିଜେଡି। ଦଳୀୟ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ସେ ଧର୍ମେନ୍ଦ୍ରଙ୍କ ମତ ସହିତ ସହମତ ନୁହଁନ୍ତି। ଦେଶରେ ୧୦ ହଜାର ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରଥମେ କେନ୍ଦ୍ର ସରକାର ଏହାକୁ ସ୍ୱୀକାର କରନ୍ତୁ। ପୁଣି ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଯଦି ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ଆର୍ଥିକ ସହାୟତା ଦିଆଯାଉଛି, ତା’ହେଲେ କର୍ଣ୍ଣାଟକକୁ କିପରି ଅର୍ଥ ଦେଇ ଦେଲେ। ଏଣୁ ସରକାର ପିକ୍ ଆଣ୍ଡ୍ ଚୁଜ୍ ନୀତି। ମନେ ହେଲେ ଦେବେ ମନେ ହେଲେ ଦେବେନି। କେନ୍ଦ୍ର ସରକାର ଚାହୁଁଛନ୍ତି ରାଜ୍ୟ ସରକାରଗୁଡ଼ିକ ତାଙ୍କୁ ଆଣ୍ଠେଇ ଅବା ନତମସ୍ତକ ହୋଇ ମାଗନ୍ତୁ। ଏହା କେନ୍ଦ୍ର ସରକାରଙ୍କ ଅହଂକାର। ବିଜେପିକୁ ପ୍ରଥମେ ଏହି ଅହଂକାର ଛାଡ଼ିବାକୁ ପଡ଼ିବ।

ସେହିପରି ଚାଷୀଙ୍କୁ କ୍ଷତିପୂରଣ ଦେବା ପ୍ରସଙ୍ଗରେ ମଧ୍ୟ ସେ କେନ୍ଦ୍ର ପେଟ୍ରୋଲିମ୍ ମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ସେ କେନ୍ଦ୍ର ମନ୍ତ୍ରୀଙ୍କୁ ରିଲିଫ୍ କୋଡ୍ କଥା ମନେ ପକାଇ ଦେଇଛନ୍ତି। ପ୍ରତାପ ଦେବ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଜାଣିବା ଉଚିତ୍ ଯେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ରାଜ୍ୟ ଅବା କେନ୍ଦ୍ର ସରକାର ରିଲିଫ୍ କୋଡ୍ ଦ୍ୱାରା ପରିଚାଳିତ ହୋଇ ପ୍ୟାକେଜ୍ ଘୋଷଣା କରନ୍ତି। ଏହି ନିୟମ ଅନୁସାରେ ଗଲେ ପ୍ରଥମେ ଚାଷୀ କିଏ ଚିହ୍ନଟ କରିବାକୁ ପଡ଼ିବ। ବର୍ତ୍ତମାନ ଏଥିରେ ଥିବା ନିୟମ ଅନୁଯାୟୀ, ଯାହା ନାଁରେ ଜମି ଥିବ ସେ ଚାଷୀ। କିନ୍ତୁ ଦେଖାଯାଉଛି ଅନେକ ଭାଗଚାଷୀ ଆତ୍ମହତ୍ୟା କରୁଛନ୍ତି। କିନ୍ତୁ ନିୟମରେ ତାଙ୍କ ପାଇଁ କିଛି କ୍ଷତିପୂରଣ କଥା ଉଲ୍ଲେଖ ନାହିଁ। ତେଣୁ ମନ୍ତ୍ରୀ (ଧର୍ମେନ୍ଦ୍ର ପ୍ରଧାନ) ପ୍ରଥମରେ କେନ୍ଦ୍ର ସରକାରଙ୍କୁ କହି ଏହି ନୀତିରେ ସଂଶୋଧନ କରାନ୍ତୁ। ଚାଷୀ କିଏ ବୋଲି ତା’ର ପୁନଃ ସଂଜ୍ଞା ନିରୂପଣ କରାଯାଉ। ତା’ପରେ ଯାଇ ରାଜ୍ୟ ସରକାର କ୍ଷତିପୂରଣ କଥା ଚିନ୍ତା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story