ଗଳା ସଂକ୍ରମିତ ହୋଇଛି କି? ଆରାମ ଦେବ ୫ଟି ଘରୋଇ ଉପଚାର

ଶୀତ ଦିନେ ବିଭିନ୍ନ କାରଣରୁ ଗଳା ଜିନିତ ସମସ୍ୟା ଦେଖାଯାଇଥାଏ। କେତେବେଳେ ଗଳା ସଂକ୍ରମିତ ହୁଏତ ତ କେତେବେଳେ ଖଟା ତଥା ଆସିସ୍କ୍ରିମ ଓ କୋଲ୍‌ଡ୍ରିଂସ ଭଳି ଥଣ୍ଡା ଖାଦ୍ୟ ଏବଂ ପାନୀୟ ସେବନ ଦ୍ୱାରା ଗଳା ଭିତର ଛେଲି ହୋଇଯାଏ। ଏଥିଯୋଗୁଁ ଗଳାରେ ଯନ୍ତ୍ରଣା ହୁଏ। ଖାଦ୍ୟ ଗିଳିବାରେ ଓ କଥା କହିବାରେ କଷ୍ଟ ହୁଏ। ତେବେ ଘରୋଇ ଉପଚାର ମାଧ୍ୟମରେ ଆପଣ ଏ ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା ସେ ବିଷୟରେ। ୧- […]

throatpain

Rakesh Mallick
  • Published: Friday, 10 November 2017
  • , Updated: 10 November 2017, 04:49 PM IST

ଶୀତ ଦିନେ ବିଭିନ୍ନ କାରଣରୁ ଗଳା ଜିନିତ ସମସ୍ୟା ଦେଖାଯାଇଥାଏ। କେତେବେଳେ ଗଳା ସଂକ୍ରମିତ ହୁଏତ ତ କେତେବେଳେ ଖଟା ତଥା ଆସିସ୍କ୍ରିମ ଓ କୋଲ୍‌ଡ୍ରିଂସ ଭଳି ଥଣ୍ଡା ଖାଦ୍ୟ ଏବଂ ପାନୀୟ ସେବନ ଦ୍ୱାରା ଗଳା ଭିତର ଛେଲି ହୋଇଯାଏ। ଏଥିଯୋଗୁଁ ଗଳାରେ ଯନ୍ତ୍ରଣା ହୁଏ। ଖାଦ୍ୟ ଗିଳିବାରେ ଓ କଥା କହିବାରେ କଷ୍ଟ ହୁଏ। ତେବେ ଘରୋଇ ଉପଚାର ମାଧ୍ୟମରେ ଆପଣ ଏ ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା ସେ ବିଷୟରେ।

୧- ରାତିରେ ଶୋଇଲା ବେଳେ ଉଷୁମ କ୍ଷୀରରେ ସାମାନ୍ୟ ପାଣି ମିଶାଇ ପିଅନ୍ତୁ। ଏଥିରେ ଟିକେ ହଳଦୀ ମିଶାଇ ପାରିବେ। ଏପରି କଲେ ଗଳାକୁ ଆରାମ ମିଳିଥାଏ।

୨- ରାତିରେ ଶୋଇଲା ପୂର୍ବରୁ ଏକ କପ୍ ପାଣିରେ ୪ରୁ ୫ଟି ଗୋଲମରିଚ ସହିତ ୫ଟି ତୁଳସୀ ପତ୍ରକୁ ମିଶାଇ ଫୁଟାନ୍ତୁ। ଏହି ଫୁଟା ପାଣିକୁ ଉଷୁମ ଉଷୁମ ପିଅନ୍ତୁ। ଏହାଦ୍ୱାରା ଗଳାକୁ ଆରାମ ମିଳିବା ସହିତ ଗଳାରେ ହେଉଥିବା ଯନ୍ତ୍ରଣା ଦୂର ହୋଇଥାଏ।

୩- ଉଷୁମ ପାଣିରେ ଭିନେଗାର ମିଶାଇ ପିଅନ୍ତୁ। ଏହା ଗଳାକୁ ଆରାମ ଦିଏ। ଏଥିସହିତ ଉଷମୁ ପାଣିରେ ଦୁଇ ତିନି ଥର କୁଳି କଲେ ଭଲ।

୪- ପାଳଙ୍ଗ ଶାଗକୁ ବାଟି ଏକ ପଟି ତିଆରି କରି ଗଳାରେ ୧୫ରୁ ୨୯ ମିନିଟ ପର୍ଯ୍ୟନ୍ତ ବାନ୍ଧନ୍ତୁ। ଏହାଛଡ଼ା ଧନିଆକୁ ବାଟି ପାଉଡର ତିଆରି କରି ସେଥିରେ ଆବଶ୍ୟକ ମୁତାବାକ ଗୋଲପ ଜଳ ମିଶାଇ ଗଳାରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଗଳାକୁ ଆରାମ ମିଳିଥାଏ।

୫- ଗୋଲମରିଚକୁ ଗୁଣ୍ଡ କରି ଘିଅରେ ମିଶାଇ ଚାଟି ଚାଟି ଖାଇଲେ ଗଳାକୁ ଆରାମ ମଳିଥାଏ। ଏଥିସହିତ ଗୋଲମରିଚକୁ ବାଦାମ ସହିତ ବାଟି ପାଉଡର ତିଆରି କରି ଖାଇଲେ ଗଳାର ବିଭିନ୍ନ ରୋଗ ଭଲ ହୋଇଥାଏ। ଥଣ୍ଡା ଦିନରେ ଆମିଷ, ଶୁଷ୍କ ଓ ଖଟା ଖାଦ୍ୟ ନଖାଇଲେ ଭଲ।

ଆହୁରି ମଧ୍ୟ ପଢନ୍ତୁ: କ୍ଷୀରରେ  ତୁଳସୀପତ୍ର ମିଶାଇ ପିଅନ୍ତୁ : ହେବ ନାହିଁ ଏହି ୫ଟି ରୋଗ

Related story