ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟା ଜଳ: ୫୦ରୁ ଅଧିକ ଗାଁ ଜଳମଗ୍ନ

ପଟ୍ଟାମୁଣ୍ଡାଇ: ରେଙ୍ଗାଲି ଡ୍ୟାମରୁ ପାଣି ଛଡ଼ା ଯିବା ଫଳରେ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟା ପାଣି ଆସିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି।  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ୧୦ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ ୪୦ଟି ଗାଁ ଜଳମଗ୍ନ ରହିଛି।

ବ୍ରାହ୍ଣଣୀ ନଦୀର ଅଳଭା ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି।  ସେହିପରି ଯାଜପୁର ଜିଲ୍ଲାର ଜେନାପୁରଠାରେ ବ୍ରହ୍ମଣୀ ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି।  ଖରସ୍ରୋତାରେ ଯୋକଡ଼ିଆଠାରେ ବିପଦ ସଙ୍କେତର ଦୁଇଫୁଟ ତଳେ ବନ୍ୟାଜଳ ପ୍ରଭାବିତ ହେଉଛି।  ଫଳରେ ବରୀ, ରସୁଲପୁର ଓ ଦାନଗଦୀ ବ୍ଳକର ନଦୀକୂଳିଆ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ଏହି ତିନିଟି ବ୍ଲକର ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଗାଁ ଜଳବନ୍ଦୀ ହୋଇ ରହିଛନ୍ତି। ୫୦ରୁ ଅଧିକ ପରିବାରଙ୍କୁ ଅସ୍ଥାୟୀ କ୍ୟାମ୍ପରେ ଥଇଥାନ କରାଯାଇଛି।   କିମ୍ଭିରିପାଳ ପଞ୍ଚାୟତ ବାଙ୍କସାହିରେ ବ୍ରାହ୍ମଣୀ ନଦୀରେ ୬୦ଫୁଟର ଘାଇ ହେବା ଯୋଗଁ ବରୀ ବ୍ଲକର ୪ଟି ପଞ୍ଚାୟତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି।

Ordigital Desk
• Published: Sunday, 30 July 2017
• Updated: 30 July 2017, 10:00 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos