ଜାଲରେ ପଡ଼ିଲା କୁମ୍ଭୀର, ଛଡ଼ାଗଲା ଚନ୍ଦକାରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନ ବିଭାଗର କସରତ ପରେ ଜାଲରେ ପଡ଼ିଲା ୭ ଫୁଟ୍ ଲମ୍ବର ଥୁଣ୍ଟିଆ କୁମ୍ଭୀର। ତାକୁ ଉଦ୍ଧାର କରାଯାଇ ଚନ୍ଦକା ଭିତରେ ଥିବା ଏକ ଜଳାଶୟରେ ଛଡ଼ାଯାଇଛି। କୁମ୍ଭୀରଟି ଖାଦ୍ୟ ଅନ୍ୱେଷଣରେ ଡେରାସ ଡ୍ୟାମରୁ ଚାଲି ଆସିଥିବା ଅନୁମାନ କରାଯାଉଛି।

ଗତ ୮ ତାରିଖରେ ପୋଖରୀରେ ଥଣ୍ଟିଆ କୁମ୍ଭୀରକୁ ଦେଖିବାକୁ ପାଇଥିଲେ ଗାଁ ଲୋକେ। ଏହାକୁ ନେଇ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗାଁରେ ଭୟର ବାତାବରଣ ଖେଳି ଯାଇଥିଲା। ଗାଁ ଲୋକେ ସଙ୍ଗେସଙ୍ଗେ ପୋଖରୀ ନିଲାମ ନେଇଥିବା ବ୍ୟକ୍ତିଙ୍କୁ ଖବର ଦେଇଥିଲେ। ଏହାପରେ ପୋଲିସ୍ ଓ ବନ ବିଭାଗ କାର୍ଯ୍ୟାଳୟକୁ ଜଣାଇଥିଲେ ଗାଁ ଲୋକେ। ୩ ଦିନ ପରେ ଆଜି ସକାଳୁ ଆରମ୍ଭ ହୋଇଥିଲା କୁମ୍ଭୀର ଧରା ଅଭିଯାନ। ସକାଳୁ ସକାଳୁ ଜାଲ ଧରି ପୋଖରୀ ନିକଟରେ ପହଞ୍ଚିଥିଲେ ବନପ୍ରାଣୀ ବିଭାଗ ଅଧିକାରୀ। ଗ୍ରାମବାସୀଙ୍କ ସହାୟତାରେ ପ୍ରଥମେ ପୋଖରୀରେ ବିଛା ଯାଇଥିଲା ଜାଲ। ଦୀର୍ଘ ସମୟର କସରତ ପରେ ଶେଷରେ ଜାଲରେ ପଡ଼ିଥିଲା କୁମ୍ଭୀର।

ପୋଖରୀଠୁ କିଛି କିଲୋମିଟର ଦୂରରେ ରହିଛି ଡେରାସ ଡ୍ୟାମ୍। ସେଠାରୁ କେନାଲ ଯାଇଥିବା ବେଳେ, ଖାଦ୍ୟ ଅନ୍ୱେଷଣରେ କୁମ୍ଭୀରଟି ପୋଖରୀ ଭିତରକୁ ଚାଲି ଆସିଥିବା କୁହାଯାଉଛି। ଉଦ୍ଧାର ପରେ କୁମ୍ଭୀରଟିକୁ ଚନ୍ଦକା ଭିତରେ ଥିବା ଏକ ଜଳାଶୟରେ ଛାଡ଼ି ଦିଆଯାଇଛି।

Ordigital Desk
• Published: Saturday, 11 November 2017
• Updated: 11 November 2017, 06:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନ ବିଭାଗର କସରତ ପରେ ଜାଲରେ ପଡ଼ିଲା ୭ ଫୁଟ୍ ଲମ୍ବର ଥୁଣ୍ଟିଆ କୁମ୍ଭୀର। ତାକୁ ଉଦ୍ଧାର କରାଯାଇ ଚନ୍ଦକା ଭିତରେ ଥିବା ଏକ ଜଳାଶୟରେ ଛଡ଼ାଯାଇଛି। କୁମ୍ଭୀରଟି ଖାଦ୍ୟ ଅନ୍ୱେଷଣରେ ଡେରାସ ଡ୍ୟାମରୁ ଚାଲି ଆସିଥିବା ଅନୁମାନ କରାଯାଉଛି।

ଗତ ୮ ତାରିଖରେ ପୋଖରୀରେ ଥଣ୍ଟିଆ କୁମ୍ଭୀରକୁ ଦେଖିବାକୁ ପାଇଥିଲେ ଗାଁ ଲୋକେ। ଏହାକୁ ନେଇ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗାଁରେ ଭୟର ବାତାବରଣ ଖେଳି ଯାଇଥିଲା। ଗାଁ ଲୋକେ ସଙ୍ଗେସଙ୍ଗେ ପୋଖରୀ ନିଲାମ ନେଇଥିବା ବ୍ୟକ୍ତିଙ୍କୁ ଖବର ଦେଇଥିଲେ। ଏହାପରେ ପୋଲିସ୍ ଓ ବନ ବିଭାଗ କାର୍ଯ୍ୟାଳୟକୁ ଜଣାଇଥିଲେ ଗାଁ ଲୋକେ। ୩ ଦିନ ପରେ ଆଜି ସକାଳୁ ଆରମ୍ଭ ହୋଇଥିଲା କୁମ୍ଭୀର ଧରା ଅଭିଯାନ। ସକାଳୁ ସକାଳୁ ଜାଲ ଧରି ପୋଖରୀ ନିକଟରେ ପହଞ୍ଚିଥିଲେ ବନପ୍ରାଣୀ ବିଭାଗ ଅଧିକାରୀ। ଗ୍ରାମବାସୀଙ୍କ ସହାୟତାରେ ପ୍ରଥମେ ପୋଖରୀରେ ବିଛା ଯାଇଥିଲା ଜାଲ। ଦୀର୍ଘ ସମୟର କସରତ ପରେ ଶେଷରେ ଜାଲରେ ପଡ଼ିଥିଲା କୁମ୍ଭୀର।

ପୋଖରୀଠୁ କିଛି କିଲୋମିଟର ଦୂରରେ ରହିଛି ଡେରାସ ଡ୍ୟାମ୍। ସେଠାରୁ କେନାଲ ଯାଇଥିବା ବେଳେ, ଖାଦ୍ୟ ଅନ୍ୱେଷଣରେ କୁମ୍ଭୀରଟି ପୋଖରୀ ଭିତରକୁ ଚାଲି ଆସିଥିବା କୁହାଯାଉଛି। ଉଦ୍ଧାର ପରେ କୁମ୍ଭୀରଟିକୁ ଚନ୍ଦକା ଭିତରେ ଥିବା ଏକ ଜଳାଶୟରେ ଛାଡ଼ି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos