ମାଗଣାରେ ହାର୍ଟ ଟ୍ରିଟ୍‌ମେଣ୍ଟ କରିବାକୁ ଚାହୁଁଛନ୍ତି କି? ଯାଆନ୍ତୁ ଏହି ହସ୍ପିଟାଲ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ହାର୍ଟ ବା ହୃଦୟଜନିତ ରୋଗ ଧୀରେ ଧୀରେ ମାରାତ୍ମକ ହେବାରେ ଲାଗିଛି। ଥରେ ଆରମ୍ଭ ହେଲେ ଏହା ମଣିଷକୁ ଜୀବନ ସାରା ଡରେଇ ଡରେଇ ରଖେ। ଭଲ ହେବା ବି କଷ୍ଟକର। ଏହି ରୋଗକୁ ଭଲ କରିବା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ବି ପଡ଼ିଥାଏ। ଅର୍ଥ ଅଭାବରୁ ଭାରତରେ ଅନେକ ଲୋକ ହାର୍ଟ ରୋଗରେ ମୃତ୍ୟୁବରଣ କରନ୍ତି। ତେବେ ହାର୍ଟ ରେଗୀଙ୍କ ପାଇଁ ଆଗେଇ ଆସିଛି ଏକ ଘରୋଇ ଚିକିତ୍ସାଳୟ। ଛତିଶଗଡ଼ରେ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 06:07 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ହାର୍ଟ ବା ହୃଦୟଜନିତ ରୋଗ ଧୀରେ ଧୀରେ ମାରାତ୍ମକ ହେବାରେ ଲାଗିଛି। ଥରେ ଆରମ୍ଭ ହେଲେ ଏହା ମଣିଷକୁ ଜୀବନ ସାରା ଡରେଇ ଡରେଇ ରଖେ। ଭଲ ହେବା ବି କଷ୍ଟକର। ଏହି ରୋଗକୁ ଭଲ କରିବା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ବି ପଡ଼ିଥାଏ। ଅର୍ଥ ଅଭାବରୁ ଭାରତରେ ଅନେକ ଲୋକ ହାର୍ଟ ରୋଗରେ ମୃତ୍ୟୁବରଣ କରନ୍ତି।

ତେବେ ହାର୍ଟ ରେଗୀଙ୍କ ପାଇଁ ଆଗେଇ ଆସିଛି ଏକ ଘରୋଇ ଚିକିତ୍ସାଳୟ। ଛତିଶଗଡ଼ରେ ଥିବା ଏହି ହାଇ ପ୍ରୋଫାଇଲ୍‌ ମେଡିକାଲରେ ଆପଣ ମାଗଣାରେ ହାର୍ଟ ରୋଗର ଚିକିତ୍ସା କରିପାରିବେ। କଥାଟି ଶୁଣି ଆପଣଙ୍କୁ ବିଶ୍ଵାସ ହେଉନି ନା? କିନ୍ତୁ କଥାଟି ସତ।

ରାୟପୁରରେ ରହିଛି 'ଶ୍ରୀସତ୍ୟ ସାଇ ସଞ୍ଜୀବନୀ' ହସ୍ପିଟାଲ। ଅର୍ଥ ଅଭାବରୁ ଯେଉଁ ଗରିବ ପିଲାମାନେ ହାର୍ଟ ରୋଗର ଚିକିତ୍ସା କରିପାରୁ ନାହାଁନ୍ତି ସେମାନଙ୍କ ପାଇଁ ଏଠାରେ ମଗଣା ଚିକିତ୍ସାର ବନ୍ଦୋବସ୍ତ କରାଯାଇଥାଏ। ଦେଶ ତଥା ଦେଶ ବାହାରୁ ଏଠାରେ ଅନେକ ହାର୍ଟ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ପାକିସ୍ତାନରୁ ମଧ୍ୟ ରୋଗୀ ଆସି ଏଠାରେ ଚିକିତ୍ସିତ ହେଉଥିବାର ଦେଖାଦେଇଛି ।

୩୦ ଏକର ଜମିରେ ଏହି ହସ୍ପିଟାଲଟି ୨୦୧୨ରେ ନିର୍ମାଣ ହୋଇଥିଲା। ଏଠାରେ ନବଜାତ ଶିଶୁଠୁ ଆରମ୍ଭ କରି ୧୮ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ଚିକିତ୍ସା କରାଯାଏ। ରୋଗୀ ସହ ଆସିଥିବା ତାଙ୍କର ସମ୍ପର୍କୀୟଙ୍କୁ ଏଠାରେ ରହିବାର ଓ ମାଗଣା ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ଦୈନିକ ଏଠାରେ ୩ଟି ଅପରେସନ୍ କରାଯାଏ।

୨୦୧୬ରେ ଏହି ହସ୍ପିଟାଲ୍‌କୁ ବେଷ୍ଟ ସିଙ୍ଗଲ୍ ସ୍ପେସିଆଲିଟି ସମ୍ମାନ ମିଳିଥିଲା। ହସ୍ପପିଟାଲର ନିୟମ ଅନୁଯାୟୀ, ଏଠାରେ ସକାଳ ୯ଟାରୁ ୩ଟା ପର୍ଯ୍ୟନ୍ତ ୬ ଜଣ ରୋଗୀଙ୍କୁ ପଞ୍ଜିକୃତ କରାଯାଇଥାଏ। ବଡ଼କଥା ହେଉଛି, ଏଠାରେ କୈଣସି କ୍ୟାସ୍ କାଉଣ୍ଟର ନାହିଁ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos