ଗଜଭିୟେଙ୍କ ବିରୋଧରେ ଜମି ଜବରଦଖଲ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ: ଗୃହ ସଚିବ

ଭୁବନେଶ୍ୱର: କେନ୍ଦ୍ରାପଡାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଗୃହ ସଚିବ ଡିଜିପିଙ୍କୁ ରିପୋର୍ଟ ମାଗିଛନ୍ତି । ସେହିପରି କେନ୍ଦ୍ରାପଡାର ପୂର୍ବତନ ଏସ୍.ପି. ସତୀଶ ଗଜଭିୟେଙ୍କ ବିରୋଧରେ  ଜମି ଜବରଦଖଲ ଅଭିଯୋଗର ପ୍ରମାଣ ମିଳିଲେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ଗୃହ ସଚିବ ଅସିତ ତ୍ରିପାଠୀ। ସେପଟେ କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ସମ୍ପର୍କରେ ପୋଲିସ୍ ଡିଜି ରିପୋର୍ଟ ମାଗିଛନ୍ତି। ଡିଜି ସଞ୍ଜୀବ ମାରିକ୍ କେନ୍ଦ୍ରାଞ୍ଚଳ ଆଇଜି ଆର.ପି.କୋଚେଙ୍କୁ ଏ ସମ୍ପର୍କରେ ରିପୋର୍ଟ ଦେବା […]

gajviye

gajviye

Rakesh Mallick
  • Published: Thursday, 13 August 2015
  • Updated: 13 August 2015, 12:54 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରାପଡାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଗୃହ ସଚିବ ଡିଜିପିଙ୍କୁ ରିପୋର୍ଟ ମାଗିଛନ୍ତି । ସେହିପରି କେନ୍ଦ୍ରାପଡାର ପୂର୍ବତନ ଏସ୍.ପି. ସତୀଶ ଗଜଭିୟେଙ୍କ ବିରୋଧରେ  ଜମି ଜବରଦଖଲ ଅଭିଯୋଗର ପ୍ରମାଣ ମିଳିଲେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ଗୃହ ସଚିବ ଅସିତ ତ୍ରିପାଠୀ। ସେପଟେ କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ସମ୍ପର୍କରେ ପୋଲିସ୍ ଡିଜି ରିପୋର୍ଟ ମାଗିଛନ୍ତି। ଡିଜି ସଞ୍ଜୀବ ମାରିକ୍ କେନ୍ଦ୍ରାଞ୍ଚଳ ଆଇଜି ଆର.ପି.କୋଚେଙ୍କୁ ଏ ସମ୍ପର୍କରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଆସିବା ପରେ ଗଜଭିୟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା କରାଯାଉଛି । ଗତ ୭ତାରିଖରେ କେନ୍ଦ୍ରାପଡା ବାରିମୂଳ ସାରଥି ଆଶ୍ରମ ନିକଟରେ ପୋଲିସ ଓ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହାକୁ ନେଇ ଜଗଭିୟେଙ୍କୁ ନିଲମ୍ବିତ କରାଯାଇଥିଲା ।b 17

ଅନ୍ୟପକ୍ଷରେ ଗଜଭିୟେ କିଣିଥିବା ଜମିର ଯାଞ୍ଚ ପାଇଁ ଆଜି ରାଜସ୍ୱ ଓ ଭିଜଲାନ୍ସ ବିଭାଗ ଅଧିକାରୀମାନେ ପୁରୀ ଜିଲ୍ଲା ଗୋପରେ ପହଞ୍ଚିଛନ୍ତି । ଗୋପ ତହସିଲ ଅଧୀନସ୍ଥ ବରିମୁଣ୍ଡ ସର୍କଲର ସାନକିଆପାଳ ଓ ବଡ଼କିଆପାଳ ମୌଜାରେ ଏକାଧିକ ଜମିକୁ ଗଜଭିୟେଙ୍କ ପତ୍ନୀ ବେଆଇନ୍ ଭାବେ ଅକ୍ତିଆର କରିଥିବା ଅଭିଯୋଗ ହୋଇଛି। ପ୍ରାୟ ୧୦୦ ଏକର ସରକାରୀ ଓ ବେସରକାରୀ ଜମିରେ ନିର୍ମାଣାଧୀନ ମାଛ ପୋଖରୀକୁ ନେଇ ଏବେ ଗଜଭିୟେ ଦମ୍ପତି ବିବାଦରେ ଫସିଛନ୍ତି । ଏ ଜମିକୁ ଲାଗି କାଦୁଆ ନଦୀ ରହିଛି। ବେଆଇନ ଭାବେ ନଦୀଶଯ୍ୟାକୁ ଅବରୋଧ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।gajabhiye1

ମିଳିଥିବା ତଥ୍ୟ ଅନୁସାରେ ଛତିରଗଡର ରାଜୁ ବାବୁ ନାମକ ଜଣେ ବ୍ୟବସାୟୀଙ୍କ ସହ ମିଶି ଗଜଭିୟେଙ୍କ ପତ୍ନୀ ରଞ୍ଜନା ମାଛଚାଷ ଆରମ୍ଭ କରିଛନ୍ତି । ପାଞ୍ଚଣା, କଳାବୁଦା, କୋରୁଆଳ, ବରମୁଣ୍ଡ ଓ ଆଖପାଖ ଗ୍ରାମବାସୀଙ୍କ ନାମରେ ଥିବା ୨୦ରୁ ୩୦ ଏକର ସ୍ଥିତିବାନ ଜମି, ଏହି ଜମି ନିକଟରେ ଅନ୍ୟ ଲୋକଙ୍କ ଦଖଲରେ ଥିବା ୬୦ ଏକରରୁ ଊର୍ଦ୍ଧ୍ୱ ଅନାବଦି ଓ ଗୋଚର ଜମି କିଣାଯାଇଛି । ଗୁଣ୍ଠ ୫ରୁ ୨୫ ହଜାର ଟଙ୍କାରେ ଏହି ଜମିକୁ ଗଜଭିୟେଙ୍କ ପତ୍ନୀ ରଞ୍ଜନା ଓ ତାଙ୍କର କେତେଜଣ ବନ୍ଧୁଙ୍କ ନାମରେ ଗୋପ ସବ ରେଜିଷ୍ଟ୍ରି ଅଫିସରେ ଦଲିଲ ଓ ଏଗ୍ରିମେଣ୍ଟ ହୋଇଛି । କିଛି ଅନୂସୂଚିତ ଜାତିର ବ୍ୟକ୍ତିଙ୍କ ମାଲିକାନାରେ ଥିବା ଜମି ଗଜଭିୟେଙ୍କ ପତ୍ନୀଙ୍କ ଦଲିଲ ହୋଇଥିବା ଜଣାପଡିଛି । ତେବେ ଏହି ଜମିରେ ନିର୍ମାଣ ହୋଇଥିବା ମାଛ ପୋଖରୀ ଲାଗି କିଣା ଯାଉଥିବା ସାମଗ୍ରୀର ବିଲ ଦୀପକ କୁମାର ନନ୍ଦ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ହେଉଥିବା ଜଣାପଡିଛି । ଗଜଭିୟେଙ୍କ ଏହି ବ୍ୟବସାୟରେ କଟକ ରାଜାବଗିଚାର ଦିଲୀପ ନାୟକ ଓ ବ୍ରହ୍ମପୁରର ପ୍ରଶାନ୍ତ ପାତ୍ର ନାମକ ଦୁଇଜଣ ସାମିଲ ଥିବା ପାନ୍ଥେଣା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଜମି କିଣାବିକାରେ କୋଣାର୍କ ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ ଅମିନ, ଜଣେ ପୂର୍ବତନ ସରପଞ୍ଚ, ଗୋପ ଅଞ୍ଚଳର ଜଣେ ଜମି ଦଲାଲ ସାମିଲ ଅଛନ୍ତି । ଏମାନେ ଏକ ରାକେଟ କରି ଅଞ୍ଚଳର ଗରିବ ଲୋକଙ୍କୁ ଏଠାରେ କମ୍ପାନୀ ପ୍ରତିଷ୍ଠା ହେବ ଓ ଏଥିରେ ଜମି ବିକ୍ରି କରିଥିବା ଲୋକଙ୍କୁ ଚାକିରି ମିଳିବ ବୋଲି କହି ଜମି କିଣିଥିବା ସ୍ଥାନୀୟ ଅଞ୍ଚଳର ଉମାକାନ୍ତ କର ଅଭିଯୋଗ କରିଛନ୍ତି । ଏହି ଜମି କିଣାରେ ସାରଥିଙ୍କ କଳାଧନ ବିନିଯୋଗ ହୋଇଥିବା ପାଞ୍ଚଣା ଗ୍ରାମର ମଣ୍ଟୁ କଅଁର ଅଭିଯୋଗ କରିଛନ୍ତି । ଏହି ଜମି କିଣାର ଭିଜିଲାନ୍ସ ତଦନ୍ତ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । କାଦୁଆ ନଦୀ ପାର୍ଶ୍ୱରେ ଥିବା ଏହି ପୋଖରୀର ବନ୍ଧ ବହୁତ ବଡ ହୋଇଥିବାରୁ ବନ୍ୟା ଓ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରୁନାହିଁ । ଫଳରେ ଆଖପାଖରେ ଥିବା ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ନଦୀରେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପମ୍ପ ଲଗାଯାଇ ବେଆଇନ ଭାବେ ପୋଖରୀକୁ ପାଣି ନିଆଯାଉଛି ।gajabhiye

ବରିମୁଣ୍ଡ ଆରଆଇ କାର୍ଯ୍ୟାଳୟର ସୁପରଭାଇଜର ଦୀପକ ପାତ୍ରଙ୍କୁ ଯୋଗାଯୋଗ କରାଯିବାରେ ସେ କହିଥିଲେ ଯେ, ଜମି କିଣା ଘଟଣାର ଅଭିଯୋଗ ୩ବର୍ଷ ପୂର୍ବେ ଆସିଥିଲା । ତତ୍କାଳୀନ ତହସିଲଦାର ଓ ଆରଆଇ ଏ ବିଷୟରେ ଅବଗତ ଥିଲେ ଓ ଘଟଣା ସ୍ଥଳକୁ ଯାଇ ତଦନ୍ତ ମଧ୍ୟ କରିଥିଲେ । ତେବେ କାହିଁକି ଜବରଦଖଲ ଉଚ୍ଛଦ କରାଗଲାନାହିଁ ସେ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନ ଥିବା କହିଥିଲେ । କିଏ ଜମି ବିକିଛି ଓ କିଏ କିଣିଛି ସବୁ ତଥ୍ୟ ସବ ରେଜିଷ୍ଟ୍ରି ଅଫିସରେ ମିଳିବ ବୋଲି ସେ କହିଛନ୍ତି । ଏ ସମସ୍ତ ଅଭିଯୋଗର ଜିଲ୍ଲା ପ୍ରଶାସନ ତଦନ୍ତ କରିବ ବୋଲି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଥିଲେ । ଏ ନେଇ ସତୀଶ ଗଜଭିୟେ ତାଙ୍କ ପ୍ରତିକ୍ରିୟା ରଖିଥିଲେ । ୩ ବର୍ଷ ପୂର୍ବେ ମୋ ପତ୍ନୀ ସାଢେ ୪ଲକ୍ଷ ଟଙ୍କାରେ ୮.୪୬ ଏକର ଜମି କିଣିଥିଲେ । ଲୋକଙ୍କ ସହ ଏଗ୍ରିମେଣ୍ଟ କରାଯାଇ ଏହାକୁ ଚାଷ କରିବାକୁ ଦିଆଯାଇଛି । ତେବେ ପ୍ରର୍ପୋଟି ରିଟର୍ଣ୍ଣିଂରେ ସମସ୍ୟା ରହିଥିବା ସେ କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story